• Latest
  • Trending
ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ

ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ

Jun-10-2025 02:19 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-08-2026 05:49 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ

by newsroom
Jun-10-2025 02:19 PM IST
in ବଡ଼ ଖବର
0
ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ
491
SHARES
1.4k
VIEWS
Share on FacebookShare on Twitter

ହନିମୁନ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ବପୂଣ୍ଣ ଘଟଣା । ସ୍ବାମୀ ସ୍ତ୍ରୀ ଅପେକ୍ଷା କରିଥାନ୍ତି ବିବାହ ପରର ଏହି ଦିନସବୁକୁ । ଯାହା ସବୁ ଦିନ ପାଇଁ ସେମାନଙ୍କ ସଂପର୍କକୁ ଅମର କରିଦେବ । ଇନ୍ଦୋରର ରାଜା ରଘୁବଂଶୀଙ୍କ ପାଇଁ ହନିମୁନ ଥିଲା ମୃତ୍ୟୁର ଘଂଟି । ଯେତେବେଳେ ପ୍ରେମ ଆଉ ଭଲ ପାଇବାର କଥା କହୁଥିବା ସ୍ତ୍ରୀ ହନିମୁନ ବେଳେ କଂଟ୍ରାକ୍ଟ କିଲରଙ୍କ ଜରିଆରେ ସ୍ବାମୀଙ୍କୁ ହତ୍ୟାକଲେ । ସାରା ଭାରତରେ ଏପରି ଘଟଣା ବିରଳ । ଜଣେ ସ୍ତ୍ରୀ ହନିମୁନ ବେଳେ ସ୍ବାମୀକୁ ହତ୍ୟା କରିବ ଆଉ ଏହି ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଚେଷ୍ଟା କରିବ । ଆଉ ନିଜ ପୁରୁଣା ପ୍ରେମିକ କୁ ପାଇବା ପାଇଁ ଯେକୈାଣସି ସ୍ତରକୁ ଚାଲିଯିବ ଏହାକୁ ସହଜରେ ବିଶ୍ବାସ କରିହୁଏ ନାହିଁ ।
ଇନ୍ଦୋରର ରାଜା ରଘୁବଂଶୀ ସୋନମଙ୍କୁ ବିବାହ କରିଥିଲେ । ହୋମ ଯଜ୍ଞ ଭିତରେ ବାହାଘର ହୋଇଥିଲା । ହାତ ଗଣ୍ଠି ପଡ଼ିଥିଲା । ଆଉ ଦୁହେଁ ସାତ ଜନ୍ମର ସାଥୀ ବନିଥିଲେ । ହନିମୁନ ପାଇଁ ପ୍ଲାନ କରିଥିଲେ ସ୍ତ୍ରୀ ସୋନମ । ଯିବାପାଇଁ ଟିକେଟ କାଟିଥିଲେ । କିନ୍ତୁ ଫେରିବା ପାଇଁ ଟିକେଟ ହୋଇନଥିଲା । ଦୁହେଁ ପହଁଚିଲେ ଗୈାହାଟିରେ । ସେଠୁ ଗଲେ ମେଘାଳୟ । ରାଜା ଜାଣିନଥିଲେ ସ୍ତ୍ରୀ ସୋନମ ଏମିତି ଏକ ଷଡ଼ଯନ୍ତ୍ରର ଜାଲ ବିଛାଇଛନ୍ତି ବୋଲି । ସେମାନେ ଯେତେବାଟ ଆଗକୁ ବଢ଼ୁଥିଲେ । ସେହି ସବୁ ଜାଗାର ଲୋକେସନ ସବୁ ସୋନମ ନିଜର ପ୍ରେମିକ ପାଖକୁ ପଠାଉଥିଲେ ।
ଏହି ଦମ୍ପତ୍ତି ମେଘାଳୟର ହୋମ ଷ୍ଟେ ରେ ରହିଲେ । ଦର୍ଶନୀୟ ସ୍ଥାନ ସବୁ ବୁଲିଲେ । ପଛରେ ଫଲୋ କରୁଥିବା ସୁପାରି କିଲର ମାନେ ରାଜାଙ୍କୁ ହତ୍ୟା କଲେ । ନିଜ ପ୍ରେମିକକୁ ଫେରିପାଇବାର ତୃଷ୍ଣା ଶେଷରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସୋନମଙ୍କୁ ବାଧ୍ୟ କଲା । ପ୍ରେମିକ ନିଶାରେ ପାଗଳ ସୋନମ ହତ୍ୟାର ବ୍ଲୁ ପ୍ରିଣ୍ଟ ସବୁ ପ୍ରସ୍ତୁତ କରିସାରିଥିଲେ । ସ୍ବାମୀଙ୍କୁ ହତ୍ୟା କରିବା ପାଇଁ 20 ଲକ୍ଷ ଟଙ୍କା ସୁପାରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହତ୍ୟା କରିସାରିବା ପରେ ଶବକୁ ଫୋପାଡ଼ିଦେଇ ସୋନମ ନିଖୋଜ ହୋଇଯାଇଥିଲେ । ଘଟଣାର କିଛି ଦିନ ପରେ ସୋନମଙ୍କର ଆବିର୍ଭାବ ହେଲା ଏକ ଢ଼ାବା ନିକଟରେ । ପ୍ରଥମରୁ ପୋଲିସ ଆଉ ଘର ଲୋକ ଭାବିଥିଲେ ସ୍ବାମୀ ସ୍ତ୍ରୀଙ୍କୁ କେହି ଅପହରଣ କରିଛି ବା ହତ୍ୟା କରିଛି । ଆଉ ସୋନମଙ୍କ ଆବିର୍ଭାବ ପରେ ସ୍ପଷ୍ଟ ହେଲା ଏ ଘଟଣାରେ ଆଉ ଏକ ଦିଗ ଅଛି । ପୋଲିସ ତଦନ୍ତ ପରେ ଜଣାପଡିଛି ଏହି ଘଟଣାରେ ସୋନମ ହିଁ ମୁଖ୍ୟ ଅପରାଧି । ଯିଏ ନିଜ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଏଇଠି ଆପଣମାନଙ୍କ ପାଇଁ କିଛି ଟିପସ ଦେବାପାଇଁ ଚାହିଁବି । କେତେବେଳେ ନିଜର ନିକଟତମ ବ୍ୟକ୍ତି ଙ୍କୁ ଆପଣ ସନ୍ଦେହ କରିବେ । ସ୍ବାମୀ ବା ସ୍ତ୍ରୀ କେତେବେଳେ ପରସ୍ପରକୁ ସନ୍ଦେହ କରିବା ଉଚିତ
ଯେତେବେଳେ ସ୍ବାମୀ ବା ସ୍ତ୍ରୀ ଫୋନ କଲକୁ ଲୁଚାଉଛନ୍ତି । ହ୍ବାଟସଅପ ମେସେଜକୁ ଲୁଚି ଲୁଚି ଦେଖୁଛନ୍ତି ବା ଡିଲିଟ କରୁଛନ୍ତି । ରାତିରେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଉଜାଗର ରହି ଫୋନରେ କଥା ହେଉଛନ୍ତି । କାହା ସହ ଫୋନରେ କଥା ହେଉଛନ୍ତି ତାହା ସ୍ପଷ୍ଟ କରୁନାହାଁନ୍ତି । ଫୋନ କଲକୁ ଡିଲିଟ କରିଦେଉଛନ୍ତି । ମିଛ କହୁଛନ୍ତି । କଥା ବାର୍ତ୍ତା ବେଳେ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ମନ ଅସ୍ଥିର ଅଛି । ସେ ଖୁସି ନାହାଁନ୍ତି । ଆଉ କଥା କଥାରେ ଅସନ୍ତୋଷ ଜାହିର କରୁଛନ୍ତି । ଘର ଛାଡି କିଛି ଘଣ୍ଟା ଗାଏବ ହୋଇଯାଉଛନ୍ତି । କୁଆଡ଼େ ଯାଉଛନ୍ତି ଠିକ୍ ଭାବେ କହୁନାହାଁନ୍ତି । ଟଙ୍କା ପଇସା କାରବାର ସନ୍ଦେହପୂର୍ଣ୍ଣ ଭାବେ କରୁଛନ୍ତି । ହଠାତ ବ୍ୟବହାର ବଦଳିଯାଇଛି । ଏସବୁ ପରିସ୍ଥିତିରେ ଆପଣ ସନ୍ଦେହ କରିବେ । ମୁକ୍ତ ଏବଂ ସ୍ପଷ୍ଟ ଭାବରେ କଥା ହେବେ । ଗତିବିଧି ଉପରେ ନଜର ରଖିବେ । ଏବଂ ସମୟ ପରିସ୍ଥିତି ଅନୁସାରେ ସମାଧାନର ରାସ୍ତାକୁ ଯିବେ । ବିବାହ କୁ ଅତୁଟ ରଖିବା ପାଇଁ ସମସ୍ତ ଚେଷ୍ଟା କରିବେ । ସମାଧାନର ସବୁ ରାସ୍ତାକୁ ଖୋଜିବେ । ଯଦି ଶେଷରେ କୈାଣସି ରାସ୍ତା ନବାହାରୁଛି । ଡିଭୋର୍ସ ଇଜ୍ ବେଟର ଦ୍ୟାନ ବ୍ୟାଡ୍ ମ୍ୟାରେଜ୍ । ଅର୍ଥାତ ଯନ୍ତ୍ରଣା ଜର୍ଜରିତ ବୈବାହିକ ଜୀବନ ଅପେକ୍ଷା ବିବାହ ବିଛେଦ ଭଲ । ଏହି ନୀତିକୁ ଆପଣ ଆପଣେଇ ପାରିବେ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 8, 2026, 10:54 AM
 

N
Mainly clear
25°C
1 m/s
Apparent: 22°C
Pressure: 1015 mb
Humidity: 94%
Winds: 1 m/s N
Windgusts: 5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 8, 2026
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom