• Latest
  • Trending
ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Oct-16-2025 10:04 AM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

by M M
Oct-16-2025 10:04 AM IST
in ଦେଶ ବିଦେଶ, ବଡ଼ ଖବର
0
ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଏସିଆର ବୃହତ୍ତମ ଓ ବିଶ୍ବର ୨ୟ ବୃହତ୍ତମ ରେଳ ପ୍ରଦର୍ଶନୀ-୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫ର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀର ଶୀର୍ଷକ ରହିଛି “ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ”।

କେନ୍ଦ୍ରମନ୍ତ୍ରୀ ସମର୍ପିତ ଯାତ୍ରୀ କରିଡରଗୁଡ଼ିକର ବିକାଶ ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଏହି କରିଡରଗୁଡ଼ିକ ସର୍ବାଧିକ ୩୫୦ କିଲୋମିଟର ପ୍ରତି ଘଣ୍ଟା ବେଗ ଏବଂ ୩୨୦ କିଲୋମିଟର ପ୍ରତି ଘଣ୍ଟା ଗତି ପାଇଁ ଡିଜାଇନ୍ କରାଯାଇଛି। ସେ କହିଛନ୍ତି ଯେ ସରକାରଙ୍କ “ବିକଶିତ ଭାରତ” ପରିକଳ୍ପନାର ଅଂଶ ଭାବରେ ସାରା ଦେଶରେ ଏପରି ଅନେକ କରିଡର ନିର୍ମାଣ କରାଯିବ। ଏହି ପରିକଳ୍ପନା ୨୦୪୭ ସୁଦ୍ଧା ପ୍ରାୟ ୭,୦୦୦ କିଲୋମିଟର ସମର୍ପିତ ରୁଟ୍ ବିକଶିତ କରିବାର ଲକ୍ଷ୍ୟ ରଖିଛି। ଏହି କରିଡରଗୁଡ଼ିକ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସିଗନାଲିଂ ସିଷ୍ଟମ ଏବଂ ଆଧୁନିକ କାର୍ଯ୍ୟକ୍ଷମ ନିୟନ୍ତ୍ରଣ କେନ୍ଦ୍ର (ଏସିସି)ରେ ସଜ୍ଜିତ ହେବ।

କେନ୍ଦ୍ରମନ୍ତ୍ରୀ ଅମୃତ ଭାରତ ଟ୍ରେନଗୁଡ଼ିକର ଅଗ୍ରଗତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅମୃତ ଭାରତ ୨.୦ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିସାରିଛି ଓ ଏବେ ୩.୦ ସଂସ୍କରଣର ବିକାଶ କରାଯାଉଛି। ସେ କହିଥିଲେ ଯେ ଅମୃତ ଭାରତ ୪.୦ ରେ ପରବର୍ତ୍ତୀ ପିଢ଼ିର ଟ୍ରେନସେଟ୍ ଏବଂ ଲୋକୋମୋଟିଭ୍ ଅନ୍ତର୍ଭୁକ୍ତ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ୩୬ ମାସ ମଧ୍ୟରେ, ନୂତନ ପିଢ଼ିର ଯାତ୍ରୀବାହୀ ଲୋକୋମୋଟିଭର ଡିଜାଇନ୍ ଏବଂ ନିର୍ମାଣ କରାଯିବ ଏବଂ ସେଗୁଡ଼ିକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେବ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷ ହେଲା ରେଳବାଇର ଆଧୁନୀକୀକରଣ ଓ ସଂପ୍ରସାରଣ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି । ଏଥିପାଇଁ ବଜେଟକୁ ନିୟମିତଭାବେ ବୃଦ୍ଧି କରାଯାଉଛି । ଗତ ୧୧ ବର୍ଷରେ ୩୫୦୦୦ କିଲୋମିଟର ନୂଆ ଲାଇନ ସ୍ଥାପନ କରାଯାଇଛି ଓ ୪୬,୦୦୦ କିଲୋମିଟର ଲାଇନର ବିଦ୍ୟୁତକରଣ ସଂପୂର୍ଣ୍ଣ ହୋଇଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବି ଭାରତୀୟ ରେଳ ଏକ ପ୍ରମୁଖ ରପ୍ତାନିକାରୀରେ ପରିଣତ ହୋଇଛି। ଭରତରେ ଉତ୍ପାଦିତ ରେଳ ଇଂଜିନ ଆଫ୍ରିକା, ଅଷ୍ଟ୍ରେଲିଆ ଆଦି ଅନେକ ଦେଶକୁ ରପ୍ତାନି କରାଯାଉଛି ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏବେ ସାରା ଦେଶରେ ୧୫୬ଟି ବନ୍ଦେ ଭାରତ ସେବା, ୩୦ଟି ଅମୃତ ଭାରତ ସେବା ଏବଂ ୪ଟି ନମୋ ଭାରତ ରେଳସେବା କାର୍ଯ୍ୟକ୍ଷମ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪-୨୫ ମଧ୍ୟରେ ରେକର୍ଡ ୭,୦୦୦ କୋଚ୍, ପ୍ରାୟ ୪୨,୦୦୦ଟି ୱାଗନ ଏବଂ ୧,୬୮୧ଟି ଲୋକୋମୋଟିଭ୍ ଉତ୍ପାଦନ ହୋଇଛି। ଏହା ସହିତ, ଦେଶର ପ୍ରଥମ ୯,୦୦୦ ଅଶ୍ୱଶକ୍ତି ବିଶିଷ୍ଟ ବୈଦ୍ୟୁତିକ ଲୋକୋମୋଟିଭ୍ ଉଦଘାଟନ କରାଯାଇଛି ଓ ୧୨,୦୦୦ ଅଶ୍ୱଶକ୍ତି କ୍ଷମତା ବିଶିଷ୍ଟ ଲୋକୋମୋଟିଭ୍ ଏବେ କାର୍ଯ୍ୟକ୍ଷମ ଅଛି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରତିଦିନ ୨୦ ନିୟୁତରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଥିବା ଭାରତୀୟ ରେଳବାଇ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମାଲ ପରିବହନ ନେଟୱାର୍କରେ ପରିଣତ ହୋଇଛି, ଯାହା ଆମେରିକାକୁ ପଛରେ ପକାଇ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ସମର୍ପିତ ମାଲ ପରିବହନ କରିଡର ୯୯% ସମ୍ପୂର୍ଣ୍ଣ ହୋଇଛି। ଅମୃତ ଭାରତ ଷ୍ଟେସନ ପ୍ରକଳ୍ପ ଅଧୀନରେ, ଦେଶବ୍ୟାପୀ ୧୩୦୦ ରୁ ଅଧିକ ରେଳ ଷ୍ଟେସନ ପୁନଃବିକଶିତ ହେଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 9:57 AM
 
S
Clear sky
32°C
2.1 m/s
Apparent: 32°C
Pressure: 1006 mb
Humidity: 85%
Winds: 2.1 m/s S
Windgusts: 11.3 m/s
UV-Index: 0
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom