• Latest
  • Trending

ଟଙ୍କା କେଉଁଠି କରିବେ ନିବେଶ

Aug-11-2025 11:43 AM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Jan-11-2026 04:51 AM IST
  • About
  • Careers
  • Contact Us
Wednesday, January 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଟଙ୍କା କେଉଁଠି କରିବେ ନିବେଶ

by M M
Aug-11-2025 11:43 AM IST
in ବିଶେଷ
0
510
SHARES
1.5k
VIEWS
Share on FacebookShare on Twitter

ବିଶ୍ବ ବଜାରରେ ଏବେ ଘଡ଼ିକେ ଘୋଡା ଛୁଟୁଛି ।  ସକାଳ ହେଲେ ମନରେ  ପ୍ରଶ୍ନ ଆସୁଛି ଆଜି ବଜାର ଅବସ୍ଥା କଣ ହେବ।  ନିବେଶକମାନେ ଏନେଇ ଚିନ୍ତିତ ହେଉଛନ୍ତି  । ସେମାନେ କଣ କରିବେ ଆଉ କଣ କରିବେ ନାହିଁ । କେଉଁଠି ଟଙ୍କା ନିବେଶ କରିବେ  । କେଉଁଠି ଟଙ୍କା ନିବେଶ କରିବେ ନାହିଁ । ସେ ବିଷୟରେ ଦ୍ବନ୍ଦ୍ବରେ ରହୁଛନ୍ତି । କାରଣ ଏବେ ବଜାରରେ  ଅନିଶ୍ଚିତତା ଲାଗି ରହିଛି । ବିଶ୍ବରେ ଟ୍ରମ୍ପଙ୍କ ଟାରିଫ  ବଜାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବ ପକାଇଛି । ମାର୍କେଟ ପରିବର୍ତ୍ତନଶୀଳ ହେଉଛି ।  ତେବେ ଆପଣ ଆପଣଙ୍କର ଟଙ୍କା କେଉଁଠାରେ ନିବେଶ କରିବା ଉଚିତ? ତାହା ଉପରେ ଆସନ୍ତୁ ଆମେ ନଜର ପକାଇବା।

ଭାରତୀୟ ଷ୍ଟକ୍ ମାର୍କେଟକୁ ଆପଣ ଯଦି ଦେଖିବେ ଏବେ  କଷ୍ଟକର ସମୟ ଚାଲିଛି। ଗତ 30 ଦିନରେ ସେନସେକ୍ସ 4.6% ହ୍ରାସ ପାଇଛି। ଏହା ପ୍ରାୟ 3,900 ପଏଣ୍ଟ ହ୍ରାସ ପାଇଛି । ବିଶେଷ କରି ଯେଉଁ କମ୍ପାନିମାନେ ରପ୍ତାନୀ କରୁଛନ୍ତି ସେହି କଂପାନି କ୍ଷତିରେ ଚାଲୁଛି ।

ନିଫ୍ଟି ରେ ସମାନ କାହାଣୀ ଦେଖିବାକୁ ମିଳିଛି । ନିପ୍ଟି ପ୍ରାୟ 4.5% ହ୍ରାସ ପାଇଛି। ଏହା 1,100 ପଏଣ୍ଟ ହ୍ରାସ ପାଇଛି। ଯଦିଓ ଏହି ହ୍ରାସ କେବଳ ଟାରିଫ ପାଇଁ ଘଟିନାହିଁ । କିନ୍ତୁ ଯେହେତୁ ମାର୍କେଟର ଅନିଶ୍ଚିତତା ଲାଗି ରହିଛି ତେଣୁ ଅଧିକାଂଶ କମ୍ପାନି ସେୟାର ହ୍ରାସପାଇଛି ।

ମାର୍କେଟ ଅନିଶ୍ଚିତତାର କାରଣ ଯଦି ଆପଣ ଦେଖିବେ ତେବେ ତାହାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଏବେ କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ମାର୍କେଟକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି ।  ଗୋଟିଏ ଦିନ ଭାରତୀୟ କମ୍ପାନି ଉପରେ ଟ୍ରମ୍ପ 25% ଶୁଳ୍କ ଲଗାଉଛନ୍ତି । ତା ପରଦିନ ସେ ୫୦% ଟାରିଫ କହୁଛନ୍ତି । କାଲି ସେ ଏହାକୁ ପୁଣି ବଢ଼ାଇ ପାରନ୍ତି। ଏବଂ ଏହି ଅନିଶ୍ଚିତତା ହିଁ ବଜାରକୁ ତଳକୁ ଟାଣି ନେଉଛି । ଖାଲି ଭାରତ ବଜାର ନୁହେଁ ସମାନ ଅବସ୍ଥା ସାରା ବିଶ୍ବରେ ଦେଖିବାକୁ ମିଳୁଛି ।  କାରଣ ନିବେଶକମାନେ କିଛି ସ୍ପଷ୍ଟ ବାର୍ତ୍ତା ପାଉନାହାଁନ୍ତି । ସେମାନେ ଦ୍ବନ୍ଦ୍ବରେ ରହୁଛନ୍ତି ।  ଏବେ ଏକ ଉଦାହରଣ ଭାବେ ସୁନା ମୂଲ୍ୟ ଦେଖନ୍ତୁ।

ସୁନା ମୂଲ୍ୟ ଗତ ଏକ ବର୍ଷ ମଧ୍ୟରେ ଆକାଶ ଛୁଆଁ ହୋଇଛି । ଜୁଲାଇ ମାସରେ ସୁନା ୯୯,୦୦୦ ଟଙ୍କାରେ କାରବାର ହେଉଥିଲା। ଗୋଟିଏ ମାସରେ, ଏହା ୧,୦୦୪,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ୩୦ ଦିନରେ ୪% ବୃଦ୍ଧି ପାଇଛି। କାରଣ ହେଉଛି  ଅନିଶ୍ଚିତତା। ଏକ ସଙ୍କଟ ସମୟରେ, ନିବେଶକମାନେ ସୁନା ଆଡ଼କୁ ଘେରି ରହିଛନ୍ତି। ଅନ୍ୟ ସମ୍ପତ୍ତିଠାରୁ ସୁନାର ଆନ୍ତରିକ ମୂଲ୍ୟକୁ ନେଇ ଏହାର ମୂଲ୍ୟ ବୃଦ୍ଧି ଘଟୁଛି ।  କାରଣ ସୁନାର  ଯୋଗାଣ  ସୀମିତ। ତେଣୁ ଯେତେବେଳେ କୌଣସି ସଙ୍କଟ ଆସିବ ।  ସୁନା ଭଲ ରିଟର୍ଣ୍ଣ ଦେବ।   ଆମେ ଏବେ ତାହା ଦେଖୁଛୁ ।

ଦର୍ଶକବନ୍ଧୁ ଆପଣ  ଟଙ୍କାକୁ ଆପଣ କେଉଁଠି ନିବେଶ କରିବେ । କିଛି ଦିନ  ପାଇଁ ହେଉ କି  ବହୁ ବର୍ଷ ପାଇଁ । ଯେଉଁଠି ଅନିଶ୍ଚିତା ଥିବ ସେଠି ତ ରଖିବେ ନାହିଁ । ଯେଉଁଠି ନିଶ୍ଚତା ରହିଛି ସେଠି ରଖିବେ । ଏବେ କାହାର ମୂଲ୍ୟ କେତେବେଳେ କଣ ହେବ କହିହେବ ନାହିଁ । ତେଣୁ ଗୋଟିଏ ସ୍ଥାନରେ ଟଙ୍କା ନିବେଶ କରିବା ଠିକ୍ ନୁହେଁ । ସମସ୍ତ ଟଙ୍କା ଗୋଟିଏ ସ୍ଥାନରେ ନିବେଶ କରିବା ପୂର୍ବରୁ ଏହା ବିଷୟରେ ପରାମର୍ଶ ନେବା ସଠିକ୍ ହେବ  ।

ଟ୍ରମ୍ପଙ୍କ ନୀତି ପାଇଁ ବଜାର ଅସ୍ଥିର ରହିଛି ।  2029 ସୁଦ୍ଧା ଟ୍ରମ୍ପଙ୍କ ସରକାର  ଚାଲିଯିବ। ତେଣୁ  ବିଚଳିତ ନହୋଇ ବୁଝି ବିଚାର କରି ଟଙ୍କା ନିବେଶ କରିବା ଉଚିତ ।

ଏକ ସୁରକ୍ଷିତ ନିବେଶ କରିବା ପାଇଁ ଆପଣ ଅନ୍ୟମାନଙ୍କ ପରାମର୍ଶ ନେବା ଆବଶ୍ୟକ । ବର୍ତ୍ତମାନ, ସୁନା ଭଲ ମୂଲ୍ୟ ରହିଛି।

ଆପଣଙ୍କ ଟଙ୍କା ଏମିତି ସ୍ଥାନରେ ବିନିଯୋଗ କରନ୍ତୁ ଯାହା ଆପଣଙ୍କର ଟଙ୍କାକୁ ସୁନାରେ ମଧ୍ୟ ବିସ୍ତାର କରିପାରିବ । ଆପଣ ଅଳଙ୍କାର ଦୋକାନକୁ ଯାଇ ସୁନା କିଣିବା କଥା କହୁନାହୁଁ । ଆମେ କହୁଛୁ ସେଠାରେ କିଛି ଟଙ୍କା ରଖନ୍ତୁ, ଯେଉଁଠି ଅନିଶ୍ଚିତତା ନାହିଁ । ଟ୍ରମ୍ପଙ୍କ ଉଚ୍ଚା ଟାରିଫ ପରେ ଏବେ  ଟେକ୍ସଟାଇଲ ବା ବୟନଶିଳ୍ପ ଫାର୍ମଗୁଡ଼ିକ ଚିନ୍ତାରେ ଅଛନ୍ତି ।  ସେମାନଙ୍କର ରାଜସ୍ୱର ପ୍ରାୟ 50 ରୁ 70% ଆମେରିକାରୁ ଆସିଥାଏ। 25 % ଟାରିଫରେ ହୁଏତ କମ୍ପାନିମାନେ ଚଳିଯାଇଥାନ୍ତେ କିନ୍ତୁ 50% ଟାରିଫ ଲାଗିବା ପରେ ଏବେ ଏହି ସବୁ କମ୍ପାନି କ୍ଷତିରେ ପଡ଼ିବେ ।  ଗତ 30 ଦିନରେ ଗୋଖଲଦାସ ଟେକ୍ସଟାଇଲ ସେୟାର  23% ହ୍ରାସ ପାଇଛି।

ପର୍ଲ ଗ୍ଲୋବାଲ୍ କମ୍ପାନି ସେୟାର 12% ହ୍ରାସ ପାଇଛି। ଇଣ୍ଡୋକାଉଣ୍ଟ ଇଣ୍ଡଷ୍ଟ୍ରିଜ୍, 20% ହ୍ରାସ ପାଇଛି।  KPR ମିଲ୍ସ, ୧୮%, ଏବଂ ୱେଲସ୍ପନ୍ ଲିଭିଂ ମଧ୍ୟ ୧୮% ହ୍ରାସ ପାଇଛି।

ଏହି ବୃହତ ବୟନଶିଳ୍ପ କମ୍ପାନୀମାନେ ଏବେ କ୍ଷତିରେ ଚାଲୁଛନ୍ତି।  ଯଦି ଆମେରିକା ସହ ବାଣିଜ୍ୟ ଚୁକ୍ତି ନହୁଏ,  ଯଦି ଶୁଳ୍କ ହ୍ରାସ ନହୁଏ, ତେବେ ଏହି ସେୟାରଗୁଡ଼ିକ ଆଉ ପୁନରୁଦ୍ଧାର ହୋଇପାରିବ ନାହିଁ।

ଭାରତୀୟ ରତ୍ନ ରପ୍ତାନୀ କରୁଥିବା କମ୍ପାନିମାନେ ମଧ୍ୟ ଏବେ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ତେବେ ଘରୋଇ ବଜାର ଉପରେ ଧ୍ୟାନ ଦେଉଥିବା  ହୋଟେଲ, ସିମେଣ୍ଟ କମ୍ପାନୀ, ବ୍ୟାଙ୍କମାନେ ଅନିଶ୍ଚିତତାରେ ନାହାଁନ୍ତି । ଏଠାରେ ନିବେଶ କଲେ କ୍ଷତି ନାହିଁ । ରପ୍ତାନୀ କରୁନଥିବା କଂପାନିମାନେ ଟ୍ରମ୍ପଙ୍କ ଶୁଳ୍କରୁ ମୁକ୍ତ ଅଛନ୍ତି । ଭାରତୀୟ IT, ଫାର୍ମା, ଇଲେକ୍ଟ୍ରୋନିକ୍ସ କମ୍ପାନିରେ ଆପଣ ନିବେଶ କଲେ ଭଲ ରିଟର୍ଣ୍ଣ କରିପାରିବେ ।

ଦର୍ଶକ ବନ୍ଧୁ ନିବେଶ ହେଉଛି ଏକ ଅତ୍ୟନ୍ତ ବ୍ୟକ୍ତିଗତ ବିଷୟ। ଆପଣଙ୍କର ଇଚ୍ଛା ଅନୁସାରେ  ଆପଣ କେତେ ଟଙ୍କା ନିବେଶ କରିବେ କେଉଁଠି କରିବେ ତାହା ଆପଣ ନିଷ୍ପତ୍ତି ନେଇପାରିବେ । ଆପଣ ଟଙ୍କାର, ସଂପତ୍ତିର ସୁରକ୍ଷା କଥା ଆପଣ ଚିନ୍ତା କରିବା ଆବଶ୍ୟକ ।

ଯଦି ଆପଣ ସତର୍କ ନ ରୁହନ୍ତି, ଆପଣ ଭଲ କିଛି ରୋଜଗାର କରିବା  ଓଲଟା ହୋଇପାରେ । ତେଣୁ ନିବେଶ ବେଳେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।  ବିପଦଗୁଡ଼ିକୁ ବୁଝନ୍ତୁ, ଏବଂ ତା’ପରେ ନିବେଶ କରନ୍ତୁ।

Share204Tweet128
M M

M M

ଆଜିର ପାଗ

Bhubaneswar
January 14, 2026, 9:32 AM
 

N
Clear sky
20°C
1.1 m/s
Apparent: 15°C
Pressure: 1016 mb
Humidity: 88%
Winds: 1.1 m/s N
Windgusts: 5.1 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom