• Latest
  • Trending

ଧର୍ମେନ୍ଦ୍ରଙ୍କ ପରଲୋକ: ବଲିଉଡର ‘ହି-ମ୍ୟାନ୍’ ୮୯ ବର୍ଷ ବୟସରେ ଛାଡି ଚାଲିଗଲେ

Nov-24-2025 04:32 PM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

May-11-2026 07:19 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଧର୍ମେନ୍ଦ୍ରଙ୍କ ପରଲୋକ: ବଲିଉଡର ‘ହି-ମ୍ୟାନ୍’ ୮୯ ବର୍ଷ ବୟସରେ ଛାଡି ଚାଲିଗଲେ

by M M
Nov-24-2025 04:32 PM IST
in ମନୋରଞ୍ଜନ
0
491
SHARES
1.4k
VIEWS
Share on FacebookShare on Twitter

ଭାରତୀୟ ଚଳଚ୍ଚିତ୍ର ଜଗତର ଏକ ମହାନ କଳାକାର, ବଲିଉଡର  ‘ହି-ମ୍ୟାନ୍’ ଧର୍ମେନ୍ଦ୍ର ଦେଓଲ ଆଜି ୮୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ କିଛି ଦିନ ହେଲା ଅବନତି ଘଟିଥିଲା ।  ୧୨ ନଭେମ୍ବରରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ୍ ହୋଇଥିବାବେଳେ  ଆଜି ସକାଳେ ତାଙ୍କ ଜୁହୁ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଧର୍ମେନ୍ଦ୍ର ୧୯୬୦ ଦଶକରୁ ୧୯୮୦ ଦଶକ ପର୍ଯ୍ୟନ୍ତ ଅନେକ ହିଟ ଫିଲ୍ମ ଦେଇଥିଲେ । ଶୋଲେ’, ‘ଧର୍ମବୀର’, ‘ରାମ ବଳରାମ’ ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକ ମନ ମୋହି ଥିଲା । ତାଙ୍କ ପୁଅ ସନ୍ନି ଦେଓଲ ଓ ବବି ଦେଓଲ ମଧ୍ୟ ବଲିଉଡର ସଫଳ କଳାକାର। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ଆତ୍ମୀୟସ୍ଵଜନଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପତ୍ନୀ ହେମା ମାଲିନୀ ଓ କନ୍ୟା ଏଶା ଦେଓଲ ସମେତ ପରିବାରଜନମାନେ  ଶେଷଯାତ୍ରାରେ ସାମିଲ ହୋଇଥିଲେ ।

ଆମିତାଭ ବଚ୍ଚନ୍, ଆମିର୍ ଖାନ୍ ଭଳି ଅନେକ ସେଲିବ୍ରିଟିମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହିତ ଭାରତୀୟ ସିନେମାର ଏକ ଗୌରବମୟ ଅଧ୍ୟାୟ ଶେଷ ହୋଇଛି ବୋଲି କହିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି ।  ଦୀର୍ଘ ଦିନ ଧରି ଧର୍ମେନ୍ଦ୍ର ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ଅସୁସ୍ଥତା କାରଣରୁ ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଗୁଜବ ହୋଇଥିଲା। ପରେ ସେ ଜୀବତ ଥିବା ପରିବାର ଲୋକେ ସ୍ପଷ୍ଟ କରିଥିଲେ। ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଧର୍ମେନ୍ଦ୍ର ଡାକ୍ତରଖାନରୁ ଘରକୁ ଫେରିଥିଲେ। ତେବେ ମାତ୍ର କିଛି ଦିନ ପରେ ତାଙ୍କର ଦେହାନ୍ତ ଖବର ଆସିଛି।

୧୯୬୦ରେ ହିନ୍ଦୀ ସିନେମା ‘ଦିଲ ଭି ତେରା ହମ ଭି ତେରେ’ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ଧର୍ମେନ୍ଦ୍ର। ୩୦୦ ଶହରୁ ଅଧିକ ସିନେମାରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଧର୍ମେନ୍ଦ୍ର।

୧୯୯୭ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ମିଳିଥିବା ବେଳେ ୨୦୧୧ରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୨ ମସିହାରେ ଧର୍ମେନ୍ଦ୍ର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 12:47 AM
 
S
Clear sky
27°C
2.5 m/s
Apparent: 32°C
Pressure: 1008 mb
Humidity: 82%
Winds: 2.5 m/s S
Windgusts: 10.4 m/s
UV-Index: 0
Precip.: 0mm /32% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom