• Latest
  • Trending
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

Jul-19-2025 11:42 AM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Jan-11-2026 04:51 AM IST
  • About
  • Careers
  • Contact Us
Wednesday, January 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

by newsroom
Jul-19-2025 11:42 AM IST
in Uncategorized
0
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’
526
SHARES
1.5k
VIEWS
Share on FacebookShare on Twitter

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’
ମହାକୁମ୍ଭରୁ ରଥଯାତ୍ରା: ପର୍ଯ୍ୟଟନ ଅର୍ଥନୀତି ବିକାଶର ବଡ଼ ସମ୍ଭାବନା
‘ନିଉଜ ରୁମ୍’ ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ- ‘ ଡିଭାଇନ ପୁରୀ କନକ୍ଲେଭ’ ଭୁବନେଶ୍ବର ପାତ୍ରପଡ଼ାସ୍ଥିତ ତାଜ ଭିଭାନ୍ତ ହୋଟେଲରେ ଅନୁଷ୍ଠିତ ଯୋଇଯାଇଛି । ନିଉଜରୁମ ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ପ୍ରତିଷ୍ଠାତା ସିଇଓ ପ୍ରିୟଦର୍ଶୀ ବଳଙ୍କ ଦ୍ବାରା ଆୟୋଜିତ କନକ୍ଲେଭରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମହାକୁମ୍ଭରୁ –ରଥଯାତ୍ରା ପର୍ଯ୍ୟଟନ ଅର୍ଥନୀତି ବିକାଶର ବଡ଼ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ପ୍ରଥମ ଅଧିବେଶନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସ, ବିଜେଡି ଉପ-ସଭାପତି ଦେବୀ ମିଶ୍ର ସାମିଲ ହୋଇ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ରାଜ୍ୟର ପର୍ଯ୍ୟଟନର ବିକାଶ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିବା ବେଳେ ସଭା ସଂଚାଳନ ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର କରିଥିଲେ ।
ଏହି କନକ୍ଲେଭରେ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ (ଆଧ୍ୟାତ୍ମିକ ଗୁରୁ), ସତ୍ୟଭୂଷଣ ଦାସ ( ପ୍ରଫେସର, ଆଇଆଇଏମ, ଲକ୍ଷ୍ନୈା) , ମୃଣାଳିନୀ ପାଢ଼ୀ (ଆଇନିଜୀବୀ), ସିଦ୍ଧାନ୍ତ ମହାପାତ୍ର ( ବିଧାୟକ ବିଜେପି), ରାଜାରାମ ଶତପଥୀ (ବରିଷ୍ଠ ସାମ୍ବାଦିକ) , ତପନ ଚାନ୍ଦ ( ପରାମର୍ଶଦାତା ଓ ରାଜନୀତିଜ୍ଞ) ରାଜୀବ ଶେଖର ସାହୁ ( ଅର୍ଥନୀତି ବିଶେଷଜ୍ଞ) ପ୍ରିୟଦର୍ଶୀ ବଳ ( ଷ୍ଟକ ମାର୍କେଟ ବିଶେଷଜ୍ଞ ତଥା ପ୍ରତିଷ୍ଠାତା ସିଇଓ) ସାମିଲ ହୋଇ ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କିପରି ରାଜ୍ୟପାଇଁ ଅର୍ଥନୈତିକ ପର୍ଯ୍ୟଟନର ବିକାଶ ଆଣିପାରିବ ତା ଉପରେ ସୁନ୍ଦର ଭାବେ ବୁଝାଇ ନିଜ ନିଜର ମତ ରଖିଥିଲେ ।
ସତ୍ୟଭୂଷଣ ଦାସ ( ପ୍ରଫେସର, ଆଇଆଇଏମ, ଲକ୍ଷ୍ନୈା) ମହାକୁମ୍ଭ ମେଳା ଉପରେ ଗବେଷଣା କରିଥିଲେ । ପୁରୀ ରଥଯାତ୍ରାବେଳେ ମଧ୍ୟ ପୁରୀରେ ରହି ଗବେଷଣା କରିଥିଲେ । ସେ କହିଥିଲେ ମହାକୂମ୍ଭ ମେଳା ଧାର୍ମିକ ଉତ୍ସବ ହେବା ସହିତ ବେପାର, ପର୍ଯ୍ୟଟନ, ଏବଂ ଅର୍ଥନୈତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ମେଳା ଭଳି ପୁରୀ ରଥଯାତ୍ରା ମଧ୍ୟ ଓଡ଼ିଶାର ଅର୍ଥନୈତିକ ବିକାଶରେ ଯୋଗଦାନ ଦେଇପାରିବ । ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେଉଥିବାରୁ ସ୍ଥାନୀୟ ବେପାରୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବିଶାଳ ବଜାର ସୃଷ୍ଟି କିପରି ହୋଇଥିଲା ତାହା ସେ ରିପୋର୍ଟ କରିଛନ୍ତି। ଏହି ମେଳା କିପରି ହସ୍ତଶିଳ୍ପ, ସ୍ଥାନୀୟ କଳା, ଓ ଉତ୍ପାଦଗୁଡ଼ିକ ଦେଶ-ବିଦେଶରେ ପରିଚିତି ଲାଭ କରିପାରିଛି ତାହା ଉପରେ କହିଥିଲେ।
ମହାକୁମ୍ଭ 2025ରେ ପ୍ରାୟ 50 କୋଟିରୁ ଅଧିକ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ଯାହା ପ୍ରୟାଗରାଜ ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିଥିଲା । ଫ୍ଲାଇଟ ବୁକିଂରେ 162% ବୃଦ୍ଧି ଓ ହୋଟେଲ ବ୍ୟବସାୟରେ ତିନି ଗୁଣ ବୃଦ୍ଧି ଏହାର ପ୍ରମାଣ ଥିଲା। ଏହି ମେଳା ପ୍ରାୟ 3-4 ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିଥିଲା । ଏହା ସ୍ଥାନୀୟ ଓ ଜାତୀୟ ଅର୍ଥନୀତିକୁ ଶକ୍ତିଶାଳୀ କରୁଥିବା ସେ କହିଥିଲେ । ମହାକୁମ୍ଭ ମେଳା ପରିବହନ, ହୋଟେଲ, ଖାଦ୍ୟ, ଓ ଅନ୍ୟାନ୍ୟ ସେବା ଖାତରେ ଲକ୍ଷାଧିକ ଅସ୍ଥାୟୀ ଓ ସ୍ଥାୟୀ ରୋଜଗାର ସୁଯୋଗ ସୃଷ୍ଟି କରିଥିଲା । ମହାକୁମ୍ଭ ପାଇଁ ସରକାର 5500 କୋଟି ଟଙ୍କାରେ 167ଟି ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ, ଯାହା ଯାତାୟାତ, ସେବା, ଓ ମୌଳିକ ସୁବିଧାରେ ଉନ୍ନତି ଆଣିଥିଲା। ଏହା ଦୀର୍ଘମିଆଦୀ ଅର୍ଥନୈତିକ ବିକାଶରେ ସହାୟକ ହୋଇଥିଲା । ତେଣୁ ପୁରୀ ରଥଯାତ୍ରା ମଧ୍ୟ ପର୍ଯ୍ୟଟନ ବିକାଶରେ ସଂଭାବନା ଆଣିପାରିବ ବୋଲି ପ୍ରଫେସର ସତ୍ୟଭୂଷଣ ଦାସ କହିଥିଲେ ।

ବିଶେଷ କରି ଏହି କନକ୍ଲେଭରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ଏବଂ ପୁରୀ ରଥଯାତ୍ରାର ପର୍ଯ୍ୟଟନ ଦିଗ ଉପରେ ଆଲୋଚନା ହୋଇଥିଲା । ଆମର ପୁରୀରେ ‘ରଥଯାତ୍ରା’ ଅର୍ଥନୈତିକ ପର୍ଯ୍ୟଟନର ସଂଭାବନା ଥିବା ନିଉଜରୁମର କନକ୍ଲେଭ- ‘ ଡିଭାଇନ ପୁରୀ କନକ୍ଲେଭ’ ଶୀର୍ଷକରେ ବିଶିଷ୍ଟ ଅତିଥିମାନେ ପ୍ରକାଶ କରିଥିଲେ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ଗମନାଗମନ, ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ବ୍ୟବସାୟରେ ବିପୁଳ ରୋଜଗାର ହୋଇଥିଲା । ସେହିଭଳି ରଥଯାତ୍ରାରେ ଭଲ ବେପାର ହେବା ସହ ଓଡ଼ିଶାବାସୀ ଅଧିକ ରୋଜଗାର କରିପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।
ପ୍ରଥମ ଅଧିବେଶନରେ ଫକୀରମୋହନ ମହାବିଦ୍ୟାଳୟର ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ମୋହନ ସରକାର ଚାହିଁଲେ ନ୍ୟାୟ ଦେଇପାରିବେ । ନୂଆ ସରକାର ଆସିବା ପରେ ମହିଳା କମିଶନ ନାହିଁ ରାଜ୍ୟରେ । ଛାତ୍ରୀଙ୍କ ମୃତ୍ୟୁପାଇଁ ସେ ମୋହନ ସରକାରଙ୍କୁ ଦାୟୀ କରିଥିଲେ । କହିଥିଲେ ଛାତ୍ରୀଙ୍କ ଅଭିଯୋଗକୁ କେହି ଶୁଣିଲେନି । ପୋଲିସ ମାମଲା ରୁଜୁ କରିଲା ନାହିଁ । ତେଣୁ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ଏଥିପାଇଁ ଓଡ଼ିଶା ବନ୍ଦ ଡାକରା ଦେଇଛୁ । ଏଭଳି ଘଟଣା ଆଉ ନଘଟୁ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳୁ । ନ୍ୟାୟ ପାଇଁ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। କଂଗ୍ରେସ ନ୍ୟାୟର ଲଢ଼େଇ କରୁଛି । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ପଛରେ କାହାର ହାତ ରହିଛି । ଏସପି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ । ସୌମ୍ୟାଶ୍ରୀ ଜଣେ ସାହସୀ ଝିଅ ଥିଲେ। ସେ ନ୍ୟାୟ ପାଇଁ ସରକାରୀ ବ୍ୟବସ୍ଥା ବିରୋଧରେ ଲଢ଼େଇକରି ମଧ୍ୟ ହାରିଗଲେ। ଆଗାମୀ ଦିନରେ ଓଡ଼ିଶାରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିନେଇ କଂଗ୍ରେସ ଓ ସମଭାବାପନ୍ନ ୮ ଦଳ ଭାଜପାର କୁଶାସନ ବିରୋଧରେ ଏହି ବନ୍ଦକୁ ଓହ୍ଲାଇଛନ୍ତି।
ଭକ୍ତ ଦାସ ପୁଣି କହିଥିଲେ ଝିଅଟି ସବୁ ଫୋରମ୍‌ରେ ଗୁହାରି କରି ମଧ୍ୟ ନିରାଶ ହୋଇଥିଲେ। ହେଲେ ଏହି ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଦରକାର । ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ସରକାରଙ୍କ ବିଫଳତାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ ଭକ୍ତ ଦାସ। ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି। ଯେଉଁ ଓଡ଼ିଶା ଦିନେ ଅହିଂସା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପରିଚିତ ଥିଲା, ଏବେ ତାହା ନାରୀ ନିର୍ଯାତନାକୁ ନେଇ ନିନ୍ଦିତ ହେଉଛି। ଭାଜପା ସରକାରରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ନିରାପତ୍ତା ନାହିଁ ବୋଲି କହିଥିଲେ ଭକ୍ତ ଦାସ ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ରାଜ୍ୟ ସରକାର କିଛି ଜାଣିଶୁଣି ଭୁଲ କରିନାହାଁନ୍ତି । ଆମେ ସବୁ ମଣିଷ । ମଣିଷର ଭୁଲଭାଲ ହେବ । ଜାଣିଶୁଣି ସେ ଭୁଲ କରେ ସେ ପାପୀ । ଯେ ଦ୍ବିତୀୟ ଥର ଭୁଲ କରେ ତାକୁ କ୍ଷମାଦେବା କଥା ନୁହେଁ । ସରକାର କିଛି ଭୁଲ କରିନାହାଁନ୍ତି । ତଦନ୍ତ ରିପୋର୍ଟ ଆସିଲା ପରେ ସରକାର ପଦକ୍ଷେପ ନେଉଛନ୍ତି କି ନାହିଁ ତାହା ଜନସାଧାରଣ ଦେଖିବେ । ଆଇନ ଉପରେ କେହି ନାହିଁ । ଯେ ଦୋଷୀ ସେ ଦଣ୍ଡ ପାଇବ । ବିଜେପି କାହାରିକୁ ଛାଡିବ ନାହିଁ । ବିରୋଧୀ ଦଳ ହିସାବରେ ସେମାନେ ଦାବି କରିବେ । ଓଡ଼ିଶା ବନ୍ଦ କରିବେ, ତାହା ତାଙ୍କର ଅଧିକାର ଅଛି । ତାଙ୍କ ଅଧିକାରକୁ ଆମେ ଛଡ଼ାଇବା ନାହିଁ । ବିଜେପି ସରକାର ଭୁଲ କରିବ ନାହିଁ । ମିଛ କହି ବିଜେପି ସରକାରକୁ ଆସିନାହିଁ । ଶହେ ମିଛ ମିଶିଲେ ବି ତାହା ସତ ହୋଇପାରିବ ନାହିଁ । କିଛି ଲୋକ କିଛି ସମୟ କାହାକୁ ବୋକା କରିପାରିବ, ସବୁ ସମୟ କରିହେବ ନାହିଁ । ସେ ବିଜେଡି ଓ କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଥିଲେ ଏବେ ପର୍ଯ୍ୟଟନରେ ରାଜ୍ୟ କେଉଁଠି ଅଛି ? ଚିଲିକାରେ ଏକ ଲକ୍ଷ କୋଟି ଖର୍ଚ କଲେ କ୍ଷତି ହେବ ନାହିଁ । ଭାରତରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ । ଓଡ଼ିଶାରେ ପିଇବା ପାଣି ଯୋଗାଇବାକୁ ପଡ଼ିବ । 75 ହଜାର କିଲୋମିଟର ରାସ୍ତା କରିବାକୁ ପଡ଼ିବ । 12 ପ୍ରତିଶତ ଜଳସେଚନରୁ 90 ପ୍ରତିଶତ ଜଳସେଚନ ବଢ଼ାଇବାକୁ ପଡ଼ିବ, ସମୁଦ୍ର ପାଣିକୁ ବିନିଯୋଗ କରିବାକୁ ପଡ଼ିବ । କଂଚାମାଲକୁ ଭ୍ୟାଲୁ ଆଡିସନ କରିବାକୁ ପଡ଼ିବ । 17 ଲକ୍ଷ କୋଟି ପୁଂଜି କିପରି ବିନିଯୋଗ ହେବ ତାହା ଦେଖିବାକୁ ପଡ଼ିବ । ସରକାର ବାଲେଶ୍ବର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଘଟଣା । ଆମ ସରକାର ପୀଡ଼ିତାଙ୍କ ପରିବାର ସହ ସର୍ବଦା ଠିଆ ହୋଇଛି । ଆମ ସରକାରଙ୍କ ତ୍ୱରିତ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୀଡ଼ିତାଙ୍କ ପରିବାରକୁ ଆଶ୍ଵାସନା ପ୍ରଦାନ କରିଛନ୍ତି।
ଏହି ପ୍ରସଙ୍ଗରେ ବିଜେଡ଼ି ଉପସଭାପତି ଦେବୀ ମିଶ୍ର କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ଏହି ଘଟଣା ନିଶ୍ଚୟ ପ୍ରଭାବ ପକାଇବ । ପୁରୀ ହେଉଛି ସାଂସ୍କୃତି, ଆଧ୍ବାତ୍ମିକ କ୍ଷେତ୍ରର କେନ୍ଦ୍ର । ଜଗନ୍ନାଥ ଧାମର ସବୁ କ୍ଷେତ୍ରରେ ଅଭିବୃଦ୍ଧି ଦରକାର । ପୁରୀରେ ଭିଡ଼ ବଢ଼ୁଛି । ଲୋକସଂଖ୍ୟା ବଢ଼ୁଛି । ଧର୍ମ ପାଇଁ , ସଂସ୍କୃତି ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି । ଆମ ସରକାର ପୁରୀର ବିକାଶ ପାଇଁ କାମ କରିଛନ୍ତି । ଅନେକ ବିକାଶ କାମ ହୋଇଛି । ଚାରି ଦ୍ବାର ବନ୍ଦ ପ୍ରସଙ୍ଗରେ ସେ କହିଥିଲେ ଭିଡ଼ ନିୟନ୍ତ୍ରଣ ପାଇଁ ଏପରି ହୋଇଥିଲା । ଏହା ସାମୟିକ ଭାବେ ବନ୍ଦ ଥିଲା । ପ୍ରଧାନମନ୍ତ୍ରୀ ପୁରୀ ବିଷୟରେ ଯାହା କହିଥିଲେ ତାହା ଏକ ନ୍ୟାରେଟିଭ ବନାଇଲେ । ଚାରିଦ୍ବାର ପ୍ରସଙ୍ଗ ସାମୟିକ ବନ୍ଦ ଥିଲା । ମିଛକୁ ଖାଦ ଦେଇ ଅନେକ କଥା ବିଜେପି କହିଥିବା କହିଥିଲେ ଦେବୀ ମିଶ୍ର ।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଓଡ଼ିଶାରେ ଅନେକ କାମ ହୋଇଛି । 6 ହଜାର କୋଟି ଟଙ୍କାର କ୍ୟାପିଟାଲ ରିଙ୍ଗ ରୋଡ ଖୁବ ଶୀଘ୍ର ନିର୍ମାଣ ହେବ । ନୟାଗଡ଼-ପୁରୀ ଜଗନ୍ନାଥ ସଡ଼କର ବିକାଶ ହେବ, ନିରାକାରପୁରଠାରେ ରେଳ ଓଭରବ୍ରିଜ୍ ନିର୍ମାଣ ହେବ । ତିନି ବର୍ଷ ଭିତରେ ଅନେକ ବିକାଶ କାମ ସରକାର କରିଛନ୍ତି । ପାଞ୍ଚଟି ଆଧାରଭୂତ ସୁବିଧା ଆମେ ଲୋକଙ୍କୁ ଦେବୁ । ସବୁ ଲୋକଙ୍କୁ ପକ୍କା ଘର ଯୋଗାଇବା କାମ ଚାଲିଛି । ପ୍ରତି ଘରକୁ ପିଇବା ପାଣି, ପ୍ରତି ଘରକୁ ଗ୍ୟାସ ସିଲିଣ୍ଡର, ପ୍ରତି ଘରେ ଶୈାଚାଳୟ, ପ୍ରତି ଘରକୁ ବିଜୁଳି, ପ୍ରତି ଘର ପର୍ଯ୍ୟନ୍ତ ରୋଡ ପାଇଁ କାମ ଚାଲିଛି । ସେ କହିଥିଲେ ଯେ 25 ବର୍ଷର ଏକ ସରକାର ଥିଲା । ତାହାକୁ ବାହାର କରାଗଲା । ଦୁର୍ନୀତି ଥିଲା । ଆମ ସରକାର ଗୋଟିଏ ବର୍ଷର ସରକାର । ବାଲେଶ୍ବରରେ ଯାହା ଘଟିଲା ତାହା ହେବାର ନଥିଲା । ଭୁବନେଶ୍ବରରେ ଯାହା ହେଲା ତାହା ହେବାର ନଥିଲା । ପୁରୀରେ ଯାହା ହେଲା ତାହା ମଧ୍ୟ ହେବାର ନଥିଲା । ଆମ ହାତରେ 4 ବର୍ଷ ରହିଛି । ଆମେ ଏସବୁ ଭୁଲକୁ ସୁଧାରିବୁ । ପ୍ରତ୍ୟକ ଭୁଲରୁ ଆମକୁ ଶିଖିବାର ଅଛି । ଆମେ ଶିଖୁଛୁ । ଆମ ଭିତରେ ସମୀକ୍ଷା ହେଉଛି । ଆମ ଦଳ ଅଲଗା ପ୍ରକାରର ଦଳ । ଆମେ ଉତ୍ତରଦାୟୀ । ମହିଳାମାନଙ୍କ କ୍ଷେତ୍ରରେ ସାମୁହିକ ଦାୟିତ୍ବ ଯେ ଆମ ମହିଳାମାନେ ସୁରକ୍ଷିତ ରହିବେ । ଏଥିରେ କଷ୍ଟ ହେଉଛି ଯେ ରାଜନୀତି ହେଉଛି । ଶାସନ, ପ୍ରଶାସନକୁ ସୁଦୃଢ଼ କରିବାର ଅଛି । ଶାସନ ଦୁର୍ବଳ ହେଲେ ନିଶ୍ଚୟ ସମାଲୋଚନା ହେବ ।

Share210Tweet132
newsroom

newsroom

ଆଜିର ପାଗ

Bhubaneswar
January 14, 2026, 10:17 AM
 

N
Clear sky
22°C
1.3 m/s
Apparent: 15°C
Pressure: 1016 mb
Humidity: 88%
Winds: 1.3 m/s N
Windgusts: 5.1 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom