• Latest
  • Trending
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

Jun-30-2025 12:42 PM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବଦଳିଲେ ଏସପି, ଜିଲ୍ଲାପାଳ

by newsroom
Jun-30-2025 12:42 PM IST
in ବଡ଼ ଖବର, ସର୍ବଶେଷ ଖବର
0
ବଦଳିଲେ ଏସପି, ଜିଲ୍ଲାପାଳ
491
SHARES
1.4k
VIEWS
Share on FacebookShare on Twitter

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଦଳାଚକଟା ଘଟିଥିଲା । ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟିଥିଲା । ଏହି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଜିଲ୍ଲାପାଳ ଚଞ୍ଚଳ ରାଣା। ଶ୍ରୀ ରାଣା ଆଜି ଶରଧାବାଲିରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବୁ। ଭକ୍ତମାନେ ଯେଭଳି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହା ଆମେ ନିଶ୍ଚିତ କରିବୁ। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ଆମର ପ୍ରାଥମିକତା ରହିବ ବୋଲି ସେ ଏହି ଅବସରରେ କହିଛନ୍ତି।
ରଥ ଟଣା ଦିନ ପ୍ରବଳ ଜନସମାଗମ ହୋଇଥିଲା । ପ୍ରଥମ ଦିନ ରଥ ଟଣା ହୋଇପାରିଲା ନାହିଁ । ଦ୍ବିତୀୟ ଦିନ ରଥ ଟଣା ହେଲା । କିନ୍ତୁ ରାତିରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ଼ ଜମିଲା । ଏହି ସମୟରେ ବଡ଼ ଦାଣ୍ଡରେ ପୋଲିସ ନଥିଲେ । ଭୁବନେଶ୍ବର ରୁ ହଜାର ହଜାର ଦୁଇ ଚକିଆ, ଚାରି ଚକିଆ ଯାନ ପୁରୀକୁ ପ୍ରବେଶ କରିଥିଲା । ଲୋକ ସାରା ରାତି ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାକୁ ଅପେକ୍ଷା କରିଥିଲେ । ପୁରୀ ରଥଯାତ୍ରା ୨୦୨୫ ସମୟରେ ଜୁନ ୨୯ ତାରିଖରେ ଶରଧାବାଲିରେ ଏକ ଦୁଃଖଦ ଦଳାଚକଟା ଘଟଣା ଘଟିଥିଲା । ଯାହା ଫଳରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ରାତିରେ ନିଆଯାଇନଥିଲା। ଭକ୍ତଙ୍କର ଉତ୍କଣ୍ଠା ଓ ବ୍ୟଗ୍ରତା ଯୋଗୁଁ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଦ୍ୱିତୀୟା ତିଥିରେ ନନ୍ଦିଘୋଷ ରଥ ଟଣା ହୋଇନଥିଲା । ଏହା ସହିତ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ଅଭାବ ଦଳାଚକଟାକୁ ଆହୁରି ବଢ଼ାଇଥିଲା । ଲୋକମାନେ ବଡ଼ ଦାଣ୍ଡକୁ ପ୍ରବେଶ କରିଥିବା ବେଳେ ବାହାରକୁ ବାହାରିପାରିନଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭିଡ଼ ମଧ୍ୟରେ ଚାରମାଳ ନେଇ ଯାଇଥିବା ଦୁଇଟି ଟ୍ରକ ପଶିଥିଲା । ଯାହା ଠେଲାପେଲାକୁ ଆହୁରି ଜଟିଳ କରିଥିଲା। ଏହା ଘଟଣାକୁ ଆହୁରି ଭୟାବହ କରିଥିଲା। ରଥ ସମ୍ମୁଖରେ ପୋଲିସ କର୍ମୀଙ୍କ ଅନୁପସ୍ଥିତି ମଧ୍ୟ ଏହି ଅଘଟଣର ଏକ କାରଣ ଥିଲା। ପହୁଡ଼ ଖୋଲିବା ପରେ ଭିଡ଼ ଅସମ୍ଭାଳ ହୋଇଥିଲା । ଯାହା ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥିଲା।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 8, 2026, 12:30 AM
 
ESE
Mainly clear
20°C
0.7 m/s
Apparent: 23°C
Pressure: 1016 mb
Humidity: 94%
Winds: 0.7 m/s ESE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom