• Latest
  • Trending
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

Jun-17-2025 01:24 PM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

by newsroom
Jun-17-2025 01:24 PM IST
in ବଡ଼ ଖବର, ମୁଖ୍ୟ ଖବର, ସର୍ବଶେଷ ଖବର
0
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ
510
SHARES
1.5k
VIEWS
Share on FacebookShare on Twitter

ଆପଣ ଭାଗ୍ୟ କୁହନ୍ତୁ । ସଂଯୋଗ କୁହନ୍ତୁ । ମା ର ଆବେଗ କୁହନ୍ତୁ । ଟ୍ରାଫିକ୍ ଜାମ କୁହନ୍ତୁ । ଶେଷ ମୁହୂର୍ତ୍ତରେ ସରି ନଥିବା କାମ କଥା କୁହନ୍ତୁ । ଯାତ୍ରାର ଅଳ୍ପ ସମୟ ପୂର୍ବରୁ ମନ ପରିବର୍ତ୍ତନ କଥା କୁହନ୍ତୁ । ଜୀବନରେ ଏମିତି ଗୋଟିଏ ଗୋଟିଏ ବେଳ ଆସେ । ଯେତେବେଳେ ଆପଣ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଦିଅନ୍ତି । ଆଉ ଏହି ବଦଳାଇଥିବା ନିଷ୍ପତ୍ତି ଆପଣଙ୍କ ଜୀବନ ରକ୍ଷା କରିଦିଏ । ମୁଁ ଆପଣଙ୍କୁ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ1 171 କଥା କହିବି । ଉପରକୁ ଉଠିବାର 30 ସେକେଣ୍ଡ ଭିତରେ କ୍ରାସ ହୋଇଥିବା ସେହି ଫ୍ଲାଇଟ୍ ଯେଉଁଥିରେ 241 ଜଣଙ୍କ ଜୀବନ ଗଲା । କିନ୍ତୁ ଫ୍ଲାଇଟ୍ ଚଢ଼ିବା ପୂର୍ବରୁ ଏହି 7 ଜଣ ବ୍ୟକ୍ତି ଶେଷ ମୁହୂର୍ତ୍ତରେ ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ । ଫ୍ଲାଇଟ୍ ଟିକେଟକୁ କ୍ୟାନସେଲ କରିଥିଲେ । ଆଉ ଏବେ ଧ୍ବଂସର ଚିତ୍ର , ଆଉ ଶବଗୁଡ଼ିକୁ ଦେଖି ଭାବୁଛନ୍ତି । ସତରେ ଆମେ ବଂଚିଲୁ କେମିତି ? ।
ଅମନ ବ୍ୟାସ । ବ୍ରିଟେନରେ ଏକ ଓ୍ବେୟାର ହାଉସରେ କାମ କରନ୍ତି । ଦୁଇ ବର୍ଷ ପରେ ଗୁଜରାଟ ଫେରିଥିବା ଅମନ ବ୍ୟାଗ୍ ପ୍ୟାକ୍ କରିସାରିଥିଲେ । ପାସପୋର୍ଟ ଆଉ ଆବଶ୍ୟକୀୟ ପେପରକୁ ପ୍ରସ୍ତୁତ କରି ରଖିଥିଲେ । ଘରୁ ବାହାରିବାର କିଛି ସମୟ ପୂର୍ବରୁ ବାପା ମାଙ୍କ ଆଶୀର୍ବାଦ ନେବା ପାଇଁ ଗଲେ । ମା ଙ୍କ ପାଦତଳେ ମୁଣ୍ଡ ନୁଆଁଇଲା ବେଳକୁ ତାଙ୍କ ମା ଭାଙ୍ଗିପଡ଼ିଲେ । ଥର ଥର କଣ୍ଠରେ ମା କହିଲେ, ଆଉ କିଛି ଦିନ ରହି ଯା ପୁଅ । ପୁଅ କିଛି କହିଲେ ନାହିଁ । ସଙ୍ଗେ ସଙ୍ଗେ ଟିକେଟକୁ କ୍ୟାନସଲ କରିଦେଲେ । ଟାଇମସ ଅଫ ଇଣ୍ଡିଆକୁ ଅମନ ବ୍ୟାସ କହିଛନ୍ତି । ଅପରାହ୍ନରେ ଯେତେବେଳେ ଫ୍ଲାଇଟ୍ କ୍ରାସ୍ ର ଖବର ଆସିଲା । ସେତେବେଳେ ମୁଁ ଅନୁଭବ କଲି , ମୋ ମା କାହିଁକି ମୋତେ ଅଟକାଉଥିଲେ । ମା ଭିତରକୁ ଆସୁଥିବା ଭାବନା, ମୋ ଜୀବନକୁ ବଂଚାଇଦେଲା ।
ଯମିନ ପଟେଲ ଏବଂ ପ୍ରିୟା ପଟେଲ । ଯମିନଙ୍କ ବୟସ 29 ବର୍ଷ । ପ୍ରିୟାଙ୍କ ବୟସ 25 ବର୍ଷ । ଏମାନେ ଅହମଦାବାଦର ଏୟାରପୋର୍ଟରେ ପହଁଚି ସାରିଥିଲେ । ହାତରେ ଥିଲା ପାସପୋର୍ଟ ଆଉ ଭିସା । ଲଣ୍ଡନରେ ଥିବା ତାଙ୍କ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସେମାନେ ଛୁଟି କଟାଇବା ପାଇଁ ଯାଉଥିଲେ । ସବୁ କିଛି ପ୍ରସ୍ତୁତ ଥିଲା । କିନ୍ତୁ ଚେକିଂ ପଏଣ୍ଟରେ ଅଫିସରମାନେ ଆଉ କିଛି ପେପର ମାଗିଲେ । ଯାହା ଏମାନଙ୍କ ପାଖରେ ନଥିଲା । ଏହି ଦୁଇଜଣଙ୍କୁ ବୋଡିଂର ସୁଯୋଗ ମିଳିଲା ନାହିଁ । ସେମାନେ ଘରକୁ ଫେରିଲେ । ଟିଭିରେ ଫ୍ଲାଇଟ୍ ଜଳୁଥିବାର ଦୃଶ୍ୟ ଦେଖି ଯମିନ କହୁଥିଲେ । ଭଗବାନଙ୍କ ପାଖରେ ମୁଁ ଏହାଠାରୁ ଅଧିକ କୃତଜ୍ଞ ହୋଇନଥିଲି । ସେହି ଅଫିସରମାନେ ଯେଉଁମାନେ ଫ୍ଲାଇଟ୍ କୁ ଯିବା ପାଇଁ ସୁଯୋଗ ଦେଇନଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ।
ସବଜି ଟିମ୍ବଡିଆ । ସିଟ୍ ନମ୍ବର 1ଏ । ନିଜ ପୁଅ ପାଖକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ଫ୍ଲାଇଟ୍ ଛାଡିବାର କିଛି ଘଣ୍ଟା ପୂର୍ବରୁ ସେ ହଠାତ ପୁଅ ପାଖକୁ ଫୋନ କଲେ । କହିଲେ , ମୋତେ ଫ୍ଲାଇଟ ରେ ଯିବାକୁ ଇଚ୍ଛା ହେଉନାହିଁ । ସୋମବାର ପର୍ଯ୍ୟନ୍ତ ମୋ ଲଣ୍ଡନ ଗସ୍ତକୁ ସ୍ଥଗିତ ରଖିବା । ତାଙ୍କ ମୁଣ୍ଡ ଭିତରକୁ ଏହି ଚିନ୍ତା କାହଁକି ଆସିଲା? ସେ ନିଜେ ବି ଜାଣିନାହାଁନ୍ତି । ମଣିଷ ମୁଣ୍ଡ ଭିତରକୁ ଆସୁଥିବା ଭାବନା ମଣିଷର ଜୀବନକୁ ଏମିତି ବଂଚାଇ ଦିଏ । ଯାହାର ଉତ୍ତର କାହା ପାଖରେ ନାହିଁ । ଫ୍ଲାଇଟ୍ କ୍ରାସ ହେବା ପରେ ସେ ଭାବୁଥିଲେ , ଲଣ୍ଡନ ଯାତ୍ରା କରିବା ପାଇଁ କାହିଁକି ସେ ଅସହଜ ମନେ କରୁଥିଲେ ।
ଭୂମି ଚହ୍ବାନ । ଗୁଜରାଟରେ ଛୁଟି କଟାଇଲା ପରେ ଲଣ୍ଡନରେ ରହୁଥିବା ନିଜ ସ୍ବାମୀଙ୍କ ପାଖକୁ ଯିବାପାଇଁ ଏୟାରପୋର୍ଟ ଆସୁଥିଲେ । କିନ୍ତୁ ବାଟରେ ଅହମଦାବାଦ ସିଟି ର ବିଜି ଟ୍ରାଫିକ ରେ ଫସିଗଲେ । ସେ ଆସି ଏୟାରପୋର୍ଟରେ ପହଁଚିଲେ 10 ମିନିଟ୍ ବିଳମ୍ଭରେ । ସେତେବେଳକୁ ଗେଟ ବନ୍ଦ ହୋଇଯାଇଥିଲା । ସମୟ ହୋଇଥିଲା 12 ଟା 10 ମିନିଟ୍ । ସେ କର୍ମଚାରୀମାନଙ୍କୁ ଅନୁରୋଧ କଲେ । କେହି ଶୁଣିଲେ ନାହିଁ । ସେ କ୍ଷୁବ୍ଧ ହୋଇ ଘରକୁ ଫେରିଗଲେ । ପ୍ରତିକ୍ରିୟାରେ ଭୂମି କହିଛନ୍ତି । ଏହା ଭଗବାନ ଗଣେଶଙ୍କର ଅଲୈାକିକ କାମ ଥିଲା ।
ଏବେ ଜାଣନ୍ତୁ ଜୟସ ଠକ୍କରଙ୍କ କାହାଣୀ । ସେ ଏକ ବିଜନେସ ଟ୍ରିପରେ ଲଣ୍ଡନ ଯିବା କଥା । କୋଲକତାରେ କାମ ସରିଲା ନାହିଁ । ବିଳମ୍ଭ ହେତୁ ସେ ଅହମଦାବାଦରେ ଠିକ୍ ସମୟରେ ପହଁଚିବେ ନାହିଁ ବୋଲି ଭାବିଲେ । ଏହା ପରେ ସେ ତାଙ୍କ ଯାତ୍ରା ବାତିଲ କରିଥିଲେ । ସତେ ଯେପରି କୋଲକତାରେ ତାଙ୍କ କାମ ବିଳମ୍ଭ ହେବା ତାଙ୍କ ଜୀବନ ବଂଚାଇବା ପାଇଁ ଉଦ୍ଧିଷ୍ଟ ଥିଲା ।
ରାଜୀବ ପଟେଲ । ନିଜ ଜ୍ବାଇଁଙ୍କ ସହ ଲଣ୍ଡନ ଯିବା କଥା । ସେଠାରେ ତାଙ୍କ 8 ବର୍ଷର ଏବଂ 4 ବର୍ଷର ନାତୁଣି ଅଛନ୍ତି । ଝିଅର କ୍ୟାନସରରେ ମୃତ୍ୟୁ ହୋଇଥିଲା । ଜ୍ବାଇଁ ଅନୁରୋଧ କରୁଥିଲେ । ସାଥିରେ ନେଇଯିବା ପାଇଁ । କିନ୍ତୁ ସେ ମନାକଲେ । ଏବଂ କହିଲେ ମୋର କିଛି କାମ ଅଛି । ଏହାପରେ ମୁଁ ନିଶ୍ଚୟ ପହଁଚିବି । ଏବେ ଉଭୟ ଝିଅ ଓ ଜ୍ବାଇଁକୁ ହରାଇଛନ୍ତି । କିଭଳି ନିଜ ଗସ୍ତକୁ ବାତିଲ କଲେ ସେ କଥା ଭାବୁଛନ୍ତି ।
ଏହି ଉଦାହରଣକୁ ଯଦି ଆପଣ ଭଲଭାବେ ଦେଖିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେବ । ବେଳେ ବେଳେ ମଣିଷ ଭିତରେ ଗୋଟିଏ ଅଜଣା ସ୍ବର ଶୁଣାଯାଏ । ଯାହାକୁ ଆପଣ ଇନର ଭଏସ କହିପାରନ୍ତି । ବା ଇଣ୍ଟୁଇସନ କହିପାରନ୍ତି । ଅନେକ ସମୟରେ ଯାହା ସତ ହୋଇଥାଏ । ଅନେକ ସମୟରେ ଯେଉଁ ଘଟଣା ଆମକୁ ଦୁଃଖ ଦେଇଥାଏ । ଆମକୁ ରଗେଇଥାଏ । ସେହି ଘଟଣା ପାଇଁ ଆମର ବଡ଼ ଲାଭ ହୋଇଥାଏ ଆଉ ଜୀବନ ବଂଚିଯାଇଥାଏ । ଜୀବନର ଯାତ୍ରା କେତେ ଅଦଭୂତ । କେତେ ଆଶ୍ଚର୍ଯ୍ୟ ଆଉ କେତେ ରହସ୍ୟମୟ ଦେଖନ୍ତୁ । ମଣିଷ ମରେ କାହିଁକି? ଆଉ ଅଳ୍ପରେ ବଂଚିଯାଏ କେମିତି ? ତାହାର ସରଳ ଉତ୍ତର ପାଇବା କଷ୍ଟକର ।

Share204Tweet128
newsroom

newsroom

ଆଜିର ପାଗ

Bhubaneswar
February 8, 2026, 1:21 AM
 

ESE
Partly cloudy
19°C
0.8 m/s
Apparent: 23°C
Pressure: 1015 mb
Humidity: 95%
Winds: 0.8 m/s ESE
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom