• Latest
  • Trending
ଶୁଭମିତ୍ରାଙ୍କୁ କାହିଁକି ମାରିଲା ଦୀପକ ?

ଶୁଭମିତ୍ରାଙ୍କୁ କାହିଁକି ମାରିଲା ଦୀପକ ?

Sep-19-2025 07:12 AM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Jan-11-2026 04:51 AM IST
  • About
  • Careers
  • Contact Us
Wednesday, January 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଶୁଭମିତ୍ରାଙ୍କୁ କାହିଁକି ମାରିଲା ଦୀପକ ?

 ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କର ମୃତ୍ୟୁର ତଦନ୍ତ ଦାବି କଲେ ପରିବାର

by M M
Sep-19-2025 07:12 AM IST
in ବଡ଼ ଖବର, ରାଜ୍ୟ
0
ଶୁଭମିତ୍ରାଙ୍କୁ କାହିଁକି ମାରିଲା ଦୀପକ ?
491
SHARES
1.4k
VIEWS
Share on FacebookShare on Twitter

ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ପରେ ଅନେକ ନୂଆ ନୂଆ ତଥ୍ୟ ଆସୁଛି । ଶୁଭମିତ୍ରାଙ୍କୁ କାହିଁକି ଦୀପକ ହତ୍ୟା କଲେ ତାହାର କାରଣ ମଧ୍ୟ ଜଣାପଡ଼ିଛି । ପୋଲିସ ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିବା ପୂର୍ବତନ କନେଷ୍ଟବଳ ଦୀପକ ରାଉତ(୩୯)କୁ କୋର୍ଟ ଚାଲାଣ କରିଛି। ଏଥିସହିତ କିଛି ଟଙ୍କା ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏକ ସଙ୍ଗିନ ହତ୍ୟା ମାମଲାକୁ ଚାପିଦେବା ଲାଗି ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ଦୀପକର ମାଉସୀ ପୁଅ ଭାଇ ବିନୋଦ ଭୂୟାଁ ଓରଫ ପପୁ(୩୮) ଓ ଶମ୍ଭୁନାଥ ମହାନ୍ତ ଓରଫ ଜଟିଆ(୨୩)କୁ ମଧ୍ୟ କୋର୍ଟ ଚାଲାଣ କରିଛି। ପରେ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଆଜି ଡିସିପି ଜଗମୋହନ ମୀନା ଅଭିଯୁକ୍ତ କନେଷ୍ଟବଳ ଦୀପକକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୀପକର ଘର ଯାଜପୁରଜିଲ୍ଲା ଟମକା ଥାନା ବାଙ୍ଗରପତାରେ, ମାଉସୀ ପୁଅ ପପୁର ଘର କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ କୁସୁନପୁରରେ ଏବଂ ଜଟିଆର ଘର କୁସୁନପୁର ନିକଟରେ।

ପୋଲିସ କହିବା ଅନୁସାରେ ୨୦୨୪ ଜୁଲାଇ ୨୩ ତାରିଖରେ ସେ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍‌ କରିଥିଲେ। ରାଜଧାନୀରେ ଏକ ଜମି ଓ ଫ୍ଲାଟ୍‌ କିଣିବା ପାଇଁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ସେ ଶୁଭମିତ୍ରାଙ୍କଠାରୁ ଅଗଷ୍ଟ ମାସରେ ୧୩ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି କି ଘର ନ କିଣିବାରୁ ଶୁଭମିତ୍ରା, ଦୀପକକୁ ଟଙ୍କା ଫେରସ୍ତ ମାଗିଥିଲେ। ୧୩ ଲକ୍ଷ ଟଙ୍କା ସହ ବାହାଘର ପ୍ରସ୍ତୁତି ପାଇଁ ୭ ଲକ୍ଷ ଏମିତି ସେ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା। ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା।

ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ଉପରେ ବି ଦୀପକ ନଜର ପକାଇଥିଲା। ଯୋଜନା ମୁତାବକ ଗତ ୬ ତାରିଖ ଦିନ ଉଭୟେ ସାଢ଼େ ୨ଟା ସମୟରେ ଖାଇବା ପାଇଁ ଏକାଠି ଅଫିସ୍‌ରୁ ବାହାରିଥି‌ଲେ। ବାଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା। ଦୀପକ ରାଜଭବନ ଛକ ନିକଟ ରାସ୍ତାକଡ଼ରେ ଏକ ଜାମୁଗଛ ନିକଟରେ ଗାଡ଼ିକୁ ଅଟକାଇ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ କାର୍‌କୁ ନେଇ ମହତାବ ରୋଡ୍‌ରେ ଥିବା ଭାଇ ଭାଉଜଙ୍କ ଘର ନିକଟରେ ରଖି ଘୋଡ଼ାଇ ଦେଇଥିଲା ଏବଂ ପପୁକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲା। ଘଟଗାଁରେ ଶବକୁ ଲୁଚାଇବାରେ ସହଯୋଗ କଲେ କିଛି ଟଙ୍କା ଦେବାକୁ କହିଥିଲା। ଯୋଜନା ମୁତାବକ ପପୁ ଓ ଜଟ ଘଟଗାଁରେ ପାଇଖାନା ଟାଙ୍କି ଖୋଳିବାକୁ କହି ଏକ ଜେସିବି ଡକାଇଥିଲେ। ରାତିରେ ଟାଙ୍କି ଖୋଳା ହୋଇଥିଲା। ଭୋର ୫ଟାରେ ଦୀପକ କାର୍‌ରେ ଶବକୁ ନେଇ ସାଢ଼େ ୮ଟା ସମୟରେ ଘଟଗାଁର ପହଞ୍ଚିବା ପରେ ୩ଜଣ ମିଶି ଶବକୁ ପୋତିଥିଲେ।

ଦୀପକର ପ୍ରଥମ ପତ୍ନୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ତାଙ୍କ ପରିବାର ସହଜରେ ଗ୍ରହଣ କରିପାରୁନାହାନ୍ତି। ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରି ପୁଣି ତଦନ୍ତ କରିବା ପାଇଁ ଚାହୁଁଛନ୍ତି । ୨୦୧୮ ଏପ୍ରିଲ୍‌ ୨୫ରେ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ। ୨୦୨୨  ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତା‌ଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଦୀପକ ଷଡ୍‌ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ପରିବାର ଦାବି କରିଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
January 14, 2026, 9:59 AM
 

N
Clear sky
22°C
1.3 m/s
Apparent: 15°C
Pressure: 1016 mb
Humidity: 88%
Winds: 1.3 m/s N
Windgusts: 5.1 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom