ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ

by nwradmin MAR-15-2025 10:06 AM IST in ମନୋରଞ୍ଜନ

ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ । ପବିତ୍ର ହୋଲି ଅବସରରେ ପୁରୀରେ ରଙ୍ଗର ପର୍ବ ପାଳିଛନ୍ତି ହେମା । ପ୍ରଥମେ ଶ୍ରମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ହେମା । ତେବେ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେବା ସହ କୃଷ୍ଣଙ୍କ ପ୍ରେମରେ ଭିଜିବାକୁ ବାର୍ତ୍ତା ଦେଇଛନ୍ତି ।ପରମ୍ପରା ଏବଂ ଉତ୍ସବର ମିଶ୍ରଣ ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେବା ମାଳିନୀ ଫୁଲ ବାଲି, ଫଗୁଆ ନୃତ୍ୟ ଏବଂ ନାଗା ମେଢ଼ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ଶନିବାର  ସକାଳେ, ସେ ଜଗନ୍ନାଥ ପୁରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।