• Latest
  • Trending
 ସୋନମ ଓ୍ବାଙ୍ଗଚୁକ୍ କିଏ? କାହିଁକି ଚାହୁଁଛନ୍ତି ସ୍ବତନ୍ତ୍ର ରାଜ୍ୟ

 ସୋନମ ଓ୍ବାଙ୍ଗଚୁକ୍ କିଏ? କାହିଁକି ଚାହୁଁଛନ୍ତି ସ୍ବତନ୍ତ୍ର ରାଜ୍ୟ

Sep-27-2025 12:26 PM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

 ସୋନମ ଓ୍ବାଙ୍ଗଚୁକ୍ କିଏ? କାହିଁକି ଚାହୁଁଛନ୍ତି ସ୍ବତନ୍ତ୍ର ରାଜ୍ୟ

by M M
Sep-27-2025 12:26 PM IST
in ବିଶେଷ
0
 ସୋନମ ଓ୍ବାଙ୍ଗଚୁକ୍ କିଏ? କାହିଁକି ଚାହୁଁଛନ୍ତି ସ୍ବତନ୍ତ୍ର ରାଜ୍ୟ
491
SHARES
1.4k
VIEWS
Share on FacebookShare on Twitter

2009 ମସିହା  । ଏହି ବର୍ଷ ରିଲିଜ ହୋଇଥିଲା ଫିଲ୍ମ ଥ୍ରି ଇଡିଅଟ । ଅମୀର ଖାନ୍ ଅଭିନୀତ ଏହି ଫିଲ୍ମରେ ରାଜକୁମାର ହିରାନୀ ଥିଲେ ନିର୍ଦେଶକ । ଏହି କାହାଣୀଟି ଥିଲା ଗଧ ଭଳି ମନେ ହେଉଥିବା ଗୋଟିଏ ଉଚ୍ଚ ମେଧାବୀ ଆଉ ଗୁଣ ସଂପର୍ଣ୍ଣ ପିଲାର କାହାଣୀ । ଘୋଷା ପାଠ ପଢ଼ି ଚିରାଚରିତ ଢ଼ଙ୍ଗରେ ପରୀକ୍ଷା ଦେଇ ଚାକିରି କରି ଜୀବନ ଜିଇଁବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କ ପାଇଁ ଏହି ଫିଲ୍ମରେ ଅନେକ ବାର୍ତ୍ତା ରହିଛି । ଅସଲରେ ଥ୍ରି ଇଡିୟଟର ମୁଖ୍ୟ ଚରିତ୍ରଟି ହେଉଛନ୍ତି ସୋନମ ଓ୍ବାଙ୍ଗଚୁକ୍ । 59 ବର୍ଷର ସୋନମ ଏବେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏରେ ଗିରଫ ହୋଇଛନ୍ତି । ଲଦାଖରେ 4 ଜଣଙ୍କ ଜୀବନ ଗଲାପରେ, ପ୍ରାୟ 70 ଜଣ ଆହତ ହେଲାପରେ ଭାରତ ସରକାର ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ।

ଫିଲ୍ମରେ ଯାହା ଦେଖାଯାଇଛି ବାସ୍ତବରେ ନିଜ ଜୀବନରେ ସେୟା କରି ଦେଖାଇଛନ୍ତି  ସୋନମ ଓ୍ବାଙ୍ଗଚୁଙ୍କ । ଫିଲ୍ମ ଥ୍ରି ଇଡିୟଟର ମୁଖ୍ୟ ଚରୀତ୍ର ରାଞ୍ଚୋ କିଭଳି ନିଜ ଜୀବନରେ ଆସୁଥିବା ସଂକଟ ଗୁଡ଼ିକୁ ବୁଦ୍ଧିମତା ବଳରେ ସାମନା କରୁଥିଲା  । ବହି ଘୋଷି ପାଠ ପଢ଼ୁଥିବା ଛାତ୍ରଙ୍କଠାରୁ ରାଞ୍ଚୋ କିପରି ଅଲଗା ଥିଲା । ବାସ୍ତବିକ ଜୀବନରେ କାର ବ୍ୟାଟୋରୀକୁ ବ୍ୟବହାର କରି ପାଓ୍ବାର ସପ୍ଲାଏ ଜରିଆରେ କିଭଳି ଗୋଟିଏ ଛୁଆ ଜନ୍ମ କରାଯାଇପାରିଲା ତାହା ଏହି ଫିଲ୍ମରେ ରହିଛି । ପ୍ରଫେସରମାନଙ୍କୁ ବହି ଘୋଷା ପାଠକୁ ନେଇ ପ୍ରଶ୍ନ କରିବା ଆଉ ସାଂଙ୍ଗ ସାଥିମାନଙ୍କୁ ବାସ୍ତବିକ ଜୀବନକୁ ନେଇ ପ୍ରୋଜେକ୍ଟ କରିବାକୁ ଫିଲ୍ମରେ ଯେଉଁ ପରାମର୍ଶ ଥିଲା  ,  ସୋନମ ତାହା ତାଙ୍କ ନିଜ ଜୀବନରେ କରିଛନ୍ତି । ଭ୍ୟାକୁମ କ୍ଲିନର ଆଉ କାର ପାର୍ଟକୁ ନେଇ ଛୁଆ ଜନ୍ମ କରିବାର ଅଦଭୂତ କୈାଶଳ  ଫିଲ୍ମ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି ।  ଫିଲ୍ମର କାହାଣୀ ଭଳି ଏକ ସ୍କୁଲ ତିଆର କରିଛନ୍ତି ଲଦାଖରେ ସୋନମ  । ଏହି ସ୍କୁଲର କାମ ହେଉଛି ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ସେମାନେ ଜାଣିଥିବା କୈାଶଳକୁ ନୂଆ ଢ଼ଙ୍ଗରେ ଶିଖାଇବା ଏବଂ ପ୍ରାକ୍ଟିକାଲ ଟ୍ରେନିଂ ଦେବା । ଲଦାଖର ପ୍ରବଳ ଥଣ୍ଡା ଭିତରେ ସୋଲାର ପାଓ୍ବାରରେ କିଭଳି ଶକ୍ତି ମିଳିପାରିବ । ବରଫ ସ୍ତୂପ ମାଧ୍ୟମରେ କିଭଳି ପାଣିକୁ ସଂରକ୍ଷଣ କରାଯାଇପାରିବ । ଯାହାର ପ୍ରୋଜେକ୍ଟ ସେ ଲଦାଖର ବିଭିନ୍ନ ଅଂଚଳରେ କରିଛନ୍ତି । ଭାରତୀୟ ସେନା ପାଇଁ ଶୀତତାପ ନିୟନ୍ତ୍ରିତ କ୍ୟାମ୍ପ ନିର୍ମାଣ କରିଛନ୍ତି । ଯାହା ଥଣ୍ଡାଠାରୁ ଦୂରେଇ ରଖିବାରେ ସହାୟକ ହେଉଛି ।

ସୋନମ ୱାଙ୍ଗଚୁକ  ଉଦ୍ଭାବକ, ଶିକ୍ଷା ସଂସ୍କାରକ, ପରିବେଶବିତ୍ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା। ଲଦାଖର ଭୟଙ୍କର ଥଣ୍ଡା ଜଳବାୟୁ ଉପରେ ସେ ବର୍ଷ ବର୍ଷ ଧରି ଗବେଷଣା କରୁଛନ୍ତି । ଲଦାଖରେ ସୋଲାର ଚାଳିତ ବାସସ୍ଥାନର ଉନ୍ନତି , ଶିକ୍ଷାରେ ଗବେଷଣା  ଏବଂ ପରିବେଶ ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ କରି ପ୍ରଶଂସା ପାଇଛନ୍ତି ସୋନମ ।

ଲଦାଖର ହିମାଳୟ ପର୍ବତ ଅଂଚଳରେ ପିଲାଦିନରୁ ବଢ଼ିଛନ୍ତି ସୋନମ । ଯେଉଁଠାରେ ତାଙ୍କ ଜୀବନ ହାଡ଼ଭଙ୍ଗା ଶୀତରେ କଟିଛି ।  ଜଳ ଅଭାବ ଏବଂ ଖାଦ୍ୟ ଅଭାବ ସହ ଅନେକ ସମସ୍ୟା ଭିତରେ ତାଙ୍କ ସମୟ ବିତିଛି ।  ଲଦାଖରେ  ସେ ତିନି ଦଶନ୍ଧି ଧରି ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କାମ କରୁଛନ୍ତି ।   ତାଙ୍କର ଆନ୍ଦୋଳନକୁ ସ୍ଥାନୀୟ ଜେନ-ଜେଡ୍ ଯୁବ ଗୋଷ୍ଠୀ ସମର୍ଥନ କରୁଛନ୍ତି । ତାଙ୍କ ପଛରେ ଯୁବ ସମାଜ ଠିଆ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ଏବଂ ପରିବେଶ ସ୍ଥିରତାକୁ ନେଇ ସେ କରୁଥିବା ଆନ୍ଦୋଳନ ଏବେ ସାରା ଦେଶରେ ଆଲୋଚନା ହେଉଛି ।

 

ସେ ଜଣେ ସଫଳ ୟୁଟ୍ୟୁବର । ତାଙ୍କର ୟୁଟ୍ୟୁବରେ ୧.୧୮ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି  । ଅନେକ ସମୟରେ ସେ ଲଦାଖର ସ୍ବାର୍ଥ ପାଇଁ କହୁଥିବାରୁ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି । ତାଙ୍କ ଏନଜିଓ ହିମାଳୟ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଛି । ଯାହାର ନେତୃତ୍ବ ସେ ନିଜେ ନେଉଛନ୍ତି ।  ସୋନମଙ୍କର ଏନଜିଓ  ଲଦାଖର -୩୦° ସେଲସିୟସରେ କିପରି ବଂଚିବାକୁ ହେବ ତାହା ଉପରେ ଗବେଷଣା କରୁଛି ।

୧୯୮୮ରେ ସୋନମ ଗଢ଼ିଥିବା  ସ୍କୁଡେଣ୍ଟସ୍ ଏଜୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ ଲଦାଖ ଆଜି ଘରେ ଘରେ ପରିଚିତ । ଏହି ସଂଗଠନ ଅଧାରୁ ପାଠ ଛାଡୁଥିବା  ୯୦%ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରୋଜଗାର କ୍ଷମ ଶିକ୍ଷା ପ୍ରଦାନ କରୁଛି । ତାଙ୍କ ସ୍କୁଲ କ୍ୟାମ୍ପସ ଏଭଳି ଡିଜାଇନ ହୋଇଛି । ଯେତେବେଳେ କି  -୧୫°ସେଲସିୟସକୁ 15 ଡିଗ୍ରୀ ସେଲସିୟସରେ ପରିଣତ କରିପାରୁଛି ।

2013ରେ ସେ ଗଢ଼ିଥିବା ବରଫ ସ୍ତୂପକୁ ନେଇ ବହୁତ ଚର୍ଚା ହୋଇଥିଲା । ପାର୍ବତ୍ୟ ଅଚଂଳରେ ଜଳ ଅଭାବ ଦୂର କରିବା ପାଇଁ ସେ ଶୀତକାଳୀନ ଜଳକୁ 15 ରୁ 50 ମିଟର ଉଚ୍ଚା ବରଫ ସ୍ତୂପ କରି ସଂରକ୍ଷଣ କରି ରଖୁଥିଲେ । ଗ୍ରୀଷ୍ମ ରୁତୁରେ ଏହି ଜଳ କୃଷି ପାଇଁ ବ୍ୟବହାର କରାଯାଇପାରୁଥିଲା । ଯେଉଁଠି ଆମେ ବର୍ଷାଜଳକୁ ସଂରକ୍ଷଣ କରିପାରୁନାହୁଁ, ତାହା ସମୁଦ୍ରକୁ ଚାଲିଯାଉଛି । ଲଦାଖରେ ବରଫକୁ କିନ୍ତୁ ସେମାନେ ସଂରକ୍ଷଣ କରିବା ଶିଖିଛନ୍ତି । ଦରକାର ବେଳେ ତାହା କାମରେ ଲାଗୁଛି ।  ତାଙ୍କର ଉଚ୍ଚ ବରଫ ସ୍ତୂପ ମଡେଲକୁ ସ୍ଵିଜରଲ୍ୟାଣ୍ଡ ଓ ଚିଲି ଭଳି ଦେଶ ଅନୁକରଣ କରୁଛନ୍ତି । ଏହି ଉଦ୍ଭାବନୀ ପଦ୍ଧତି ପାଇଁ  ସେ ବିଶ୍ୱବ୍ୟାପୀ ପ୍ରଶଂସା ପାଇଛନ୍ତି ।

ନିଜ ମେକାନିକାଲ ଇଂଜିନିୟରିଂ ପାଠକୁ ନେଇ ସେ ଚାକିରି କରିନାହାଁନ୍ତି ।  ଲଦାଖର 3 ଲକ୍ଷ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ସେ ଲଗାତାର କାମ କରି ଆସୁଛନ୍ତି । ଏବେ ତାଙ୍କର ଦାବି ଥିଲା ଲଦାଖକୁ ଏକ ରାଜ୍ୟର ମାନ୍ୟତା ଦିଆଯାଉ । ଏହା ଏବେ କେନ୍ଦ୍ରଶାସିତ ଅଂଚଳ ହୋଇ ରହିଛି । ଦ୍ବିତୀୟ ଦାବିଟି ହେଉଛି ଲଦାଖକୁ ସିଡ୍ୟୁଲ 6ରେ ରଖାଯାଉ । ଏହାର ଅର୍ଥ ହେଉଛି ଆଦିବାସୀମାନଙ୍କର ସ୍ବତନ୍ତ୍ରତା, ସଂସ୍କୃତିର ସୁରକ୍ଷା କରାଯାଉ । ଲଦାଖର ଜମିକୁ କର୍ପୋରେଟ ହାତରେ ଦିଆନଯାଉ । ଏହି ଦାବି ସେତିକିବେଳେ ତୀବ୍ର ହେଲା ଯେତେବେଳେ ସୋନମ ଓ୍ବାଙ୍ଗଚୁକ ଜେନ-ଜେଡ୍ ସ୍ବର ବନିଗଲେ । ଅଭିଯୋଗ ହେଉଛି ନେପାଳ-ବାଂଲାଦେଶର ଆନ୍ଦୋଳନ କଥା କହି ସେ ପିଲାମାନଙ୍କୁ ଟିହାଇଲେ । କିଶୋର-କିଶୋରୀମାନେ ରାସ୍ତାକୁ ଆସିଲେ , ହିଂସାକାଣ୍ଡ ହେଲା ଆଉ 4 ଜଣଙ୍କର ମୃତ୍ୟୁ ହେଲା ।

ଏବେ ତାଙ୍କ ବିରୋଧରେ ସଂଗୀତ ଅଭିଯୋଗ ସବୁ ଆସୁଛି । ବେଆଇନ ବିଦେଶୀ ପାଣ୍ଠି ଆଣିବା, ନିୟମ ଉଲଂଘନ କରିବା ଇତ୍ୟାଦି ଇତ୍ୟାଦି । ଲଦାଖରୁ ତାଙ୍କୁ ଯୋଧପୁର ପଠାଇଦିଆଯାଇଛି  । କିନ୍ତୁ ସୋନମଙ୍କର ଗିରଫଦାରୀ ପରେ ଲଦାଖରେ ଶାନ୍ତି ଫେରିବ କି ? ଆନ୍ଦୋଳନ ବନ୍ଦ ହୋଇଯିବ କି ? କୁହାଯାଉଛି ସୋନମ ହେଉଛନ୍ତି ଚାଇନା ଏଜେଣ୍ଟ । ଏହାକୁ ଲଦାଖର ସାଧାରଣ ଲୋକ ବୁଝିବେ କି ? ନା ଏଇଆ ବୁଝିବେ , ଦିଲ୍ଲୀ ଲଦାଖ ଉପରେ ଆକ୍ରମଣ କରୁଛି । ଲଦାଖର ସ୍ବର ଚାପି ଦେଉଛି । ହିମାଳୟର ପାଦ ଦେଶ , ଯେଉଁଠି ସାଧୁମାନେ ଧ୍ୟାନମଗ୍ନ ଥାଆନ୍ତି ବୋଲି ପୁରାଣରେ କୁହାଯାଇଛି । ସେହି ଶାନ୍ତି ପରିବେଶରେ ଏବେ ଅଶାନ୍ତର ଲହଡ଼ି ଖେଳୁଛି । ଆଉ ଏକ ବିଦ୍ରୋହ ଭିତରେ ଭିତରେ ଦାନା ବାନ୍ଧୁଛି ।

ସୋନମ ଓ୍ବାଙ୍ଗଚୁକ୍ ଜଣେ ବ୍ୟକ୍ତି ହୋଇନାହାଁନ୍ତି ସେ ଏକ ଦର୍ଶନ ବା ଚିନ୍ତାଧାରରେ ପରିଣତ ହୋଇଛନ୍ତି । ବ୍ୟକ୍ତିକୁ ଗିରଫ କରାଯାଇପାରେ । କିନ୍ତୁ ଗୋଟିଏ ଆଇଡୋଲୋଜି ବା ଚିନ୍ତାଧାରାକୁ ବନ୍ଦ କରିବା ଏତେ ସହଜ ନୁହଁ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 8, 2026, 2:01 AM
 

E
Partly cloudy
19°C
0.8 m/s
Apparent: 23°C
Pressure: 1015 mb
Humidity: 95%
Winds: 0.8 m/s E
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom