ସୁନା ଓ ରୂପା ଦରକୁ ନେଇ ସାମ୍ନାକୁ ଆସିଲା ବଡ଼ ଭବିଷ୍ୟବାଣୀ। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଟେନସନ୍ ବଢ଼ିବାରେ ଲାଗିଛି। ରିଚ୍ ଡ୍ୟାଡ୍ ପୁଅର୍ ଡ୍ୟାଡ୍ ପୁସ୍ତକର ଲେଖକ Robert Kiyosaki ପୁଣିଥରେ ବିଶ୍ୱ ଆର୍ଥିକ ବଜାରକୁ ନେଇ ବଡ଼ ସତର୍କବାଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ସମୟରେ ବିଶ୍ୱ ବଜାରରେ ବଡ଼ ପତନ ଆସିପାରେ ଏବଂ ସୁନା-ଚାନ୍ଦିର ଦାମ ରେକର୍ଡ ସ୍ତରକୁ ପହଞ୍ଚିପାରେ।
ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟରେ କିଓସାକି ମାର୍କେଟ ଏନାଲିଷ୍ଟ Jim Rickardsଙ୍କ ମତ ଉଦ୍ଧୃତ କରି କହିଛନ୍ତି ଯେ, ଭବିଷ୍ୟତରେ ସୁନାର ଦାମ ପ୍ରତି ଆଉନ୍ସ ୧ ଲକ୍ଷ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ସେହିପରି ଚାନ୍ଦିର ଦାମ ମଧ୍ୟ ପ୍ରତି ଆଉନ୍ସ ୨୦୦ ଡଲାର ପର୍ଯ୍ୟନ୍ତ ବଢ଼ିପାରେ।
କିଓସାକି କହିଛନ୍ତି, “ବଜାରରେ ପତନ ନିଶ୍ଚିତ। ଭଲ ନିବେଶକ ସେମାନେ ଯେଉଁମାନେ ଭବିଷ୍ୟତକୁ ଆଗରୁ ବୁଝି ସଠିକ୍ ପଦକ୍ଷେପ ନେଇଥାନ୍ତି। ଏହି ସଙ୍କଟରେ ମଧ୍ୟ ଲୋକେ ଧନୀ ହୋଇପାରିବେ।”
ସେ ବର୍ଷଧରି ସୁନା, ଚାନ୍ଦି ଏବଂ ବିଟକଏନ୍ ପରି ଆସଲ ସମ୍ପତ୍ତିରେ ନିବେଶ କରିବାକୁ ପରାମର୍ଶ ଦେଇଆସୁଛନ୍ତି। ତାଙ୍କ ମତରେ କେବଳ କାଗଜ ମୁଦ୍ରା ଓ ପାରମ୍ପରିକ ନିବେଶ ଉପରେ ନିର୍ଭର କରିବା ଜୋଖିମପୂର୍ଣ୍ଣ। ସେ ବିଟକଏନ୍ର ଦାମ ଭବିଷ୍ୟତରେ ୭.୫ ଲକ୍ଷ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ମଧ୍ୟ କହିଛନ୍ତି।
ଏହି ସମୟରେ ବିଶ୍ୱରେ ଭୂ-ରାଜନୈତିକ ଝଡ଼, ବୃଦ୍ଧିଶୀଳ ମହଙ୍ଗାଇ, ବଢ଼ୁଥିବା ସରକାରୀ ଋଣ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ନୀତିକୁ ନେଇ ଅନିଶ୍ଚିତତା ଦେଖାଯାଉଛି। ଏହାକୁ ଦେଖି ଅନେକ ବିଶେଷଜ୍ଞ ସୁନା-ଚାନ୍ଦିର ଦାମ ଆଗକୁ ବଢ଼ିପାରେ ବୋଲି ମନେ କରୁଛନ୍ତି। ତେବେ କିଛି ଆଲୋଚକଙ୍କ ମତରେ କିଓସାକି ବର୍ଷଧରି ବଜାର ପତନ ନେଇ ଏଭଳି ଭବିଷ୍ୟବାଣୀ କରୁଛନ୍ତି।
International Monetary Fund ଏବଂ World Bankଙ୍କ ରିପୋର୍ଟ ଅନୁଯାୟୀ, ବିଶ୍ୱ ସରକାରୀ ଋଣ ୧୦୦ ଟ୍ରିଲିୟନ ଡଲାରକୁ ଅତିକ୍ରମ କରିଛି, ଯାହା ବିଶ୍ୱ ଜିଡିପିର ପ୍ରାୟ ୯୪% ଅଟେ। United States, Japan, Sudan ଏବଂ Singapore ପରି ଦେଶମାନେ ଏବେ ଭାରି ସରକାରୀ ଋଣର ସମସ୍ୟା ସମ୍ମୁଖୀନ ହେଉଛନ୍ତି।
