• Latest
  • Trending

ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ

Aug-14-2024 04:54 PM IST
odisha.newsroom.in

ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ…

Apr-15-2026 04:40 PM IST
odisha.newsroom.in

ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ…

Apr-15-2026 04:01 PM IST
odisha.newsroom.in

ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍‌ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ

Apr-15-2026 03:08 PM IST
odisha.newsroom.in

ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ

Apr-15-2026 02:44 PM IST
odisha.newsroom.in

ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ !

Apr-15-2026 01:01 PM IST
odisha.newsroom.in

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

Apr-15-2026 12:32 PM IST
odisha.newsroom.in

ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା…

Apr-15-2026 12:03 PM IST
odisha.newsroom.in

କଡ଼ ଲେଉଟାଇଲା ବିହାର ରାଜନୀତି…ସମ୍ରାଟଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଶପଥ

Apr-15-2026 11:36 AM IST
Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Apr-15-2026 11:00 AM IST
odisha.newsroom.in

କାଲି ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ଅଗ୍ନି ପରୀକ୍ଷା…ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ହେବେ ସାମିଲ

Apr-14-2026 05:19 PM IST
  • About
  • Careers
  • Contact Us
Thursday, April 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ

by M M
Aug-14-2024 04:54 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ ବୋଲି ବିଜେପି କହିଛି । ଶାସନରେ ଥିବା ବେଳେ ଓଡିଆ ଅସ୍ମିତାର ଧଜିଆ ଉଡାଉଥିଲେ ବିଜେଡି ନେତା । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ । ସରକାରରେ ଥିଲାବେଳେ ନବୀନ ବାବୁ ରାଜ୍ୟରେ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରିଆସୁଥିଲେ, ଏବେ ମଧ୍ୟ ବିରୋଧୀ ଦଳରେ ରହି ମୁଖପାତ୍ରମାନଙ୍କୁ ମାଧ୍ୟମ କରି ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ନବୀନ ବାବୁ ହେଉଛନ୍ତି ପପୁ ସଂସ୍କୃତିର ଦାୟାଦ । ସେଠି ରାହୁଲ ବାବା ଯାହା କହୁଛନ୍ତି ଏଠି ନବୀନ ବାବୁ ତାହାକୁ ଅନୁକରଣ କରୁଛନ୍ତି । ରାହୁଲ ବାବା ଦେଶରେ ଓ ନବୀନ ବାବୁ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ ସଫଳ କରିବାକୁ ଦେବେ ନାହିଁ । ବିଜୁ ଜନତା ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ବର୍ଷ ଓଡ଼ିଶା ଶାସନର ଦାୟିତ୍ୱରେ ଥିଲେ ବି ଓଡ଼ିଆ ଶିକ୍ଷିଲେ ନାହିଁ, ସେ ଆଜି ବି ଓଡ଼ିଆ ବୁଝିଲେ ନାହିଁ କି ଓଡ଼ିଆ କହିଲେ ନାହିଁ । ସବୁବେଳେ ସେ ଓ ତାଙ୍କ ଦଳର ଅନେକ ନେତା ଖଣ୍ଡି / କଦର୍ଥ ଓଡିଆ କହି ଓଡ଼ିଶାବାସୀଙ୍କୁ ଉପହାସ କରିଆସୁଥିଲେ । ଯଦ୍ୱାରା ଏବେ ସେମାନଙ୍କୁ ଶୁଦ୍ଧ ଓଡ଼ିଆ ଭଲ ଲାଗୁ ନାହିଁ ବା ଶୁଦ୍ଧଓଡ଼ିଆ ସେମାନେ ଶୁଣିପାରୁ ନାହାନ୍ତି । ଯେଉଁଥିପାଇଁ ନିଜ ଦୋଷ ଦୁର୍ଗୁଣ ଘୋଡାଇବା ପାଇଁ ଉପରଠାଉରିଆ ବିଜେପିକୁ ସମାଲୋଚନା କରୁଛନ୍ତି । ଆଉ ଏକ ଉଦାହରଣ ଓଡ଼ିଆ କହିପାରୁନଥିବା କାରଣରୁ ଏବେ ବିରୋଧୀ ଦଳ ନେତା ନବୀନ ବାବୁ ବିଧାନସଭାକୁ ଆସିବାକୁ ବି ଡରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବିଜେଡି ଜାଣିବା ଦରକାର ଯେ, ଗଣତନ୍ତ୍ର ରାଷ୍ଟ୍ରରେ “ଫେଡେରାଲ” ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବିକାଶ ହୋଇଥାଏ । ଆମେ ପ୍ରଥମରୁ କହିଥିଲୁ “ଡବଲ ଇଞ୍ଜିନ ସରକାର” ପ୍ରତିଷ୍ଠା ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ । ଆଜି ତାହା ହେବାକୁ ଆରମ୍ଭ କରିଛି । ଫଳସ୍ୱରୂପ ରେଳ ବଜେଟ୍‌ରେ ୧୦,୫୮୬କୋଟି ଟଙ୍କା ବରାଦ ହେବାର ମାସେ ନପୂରୁଣୁ ପୁନଃର୍ବାର ରାଜ୍ୟରେ ରେଳ ଭିତିଭୂମିର ବିକାଶ ଓ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୧୫ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସେହିପରି ନଗଦରେ ରାଜ୍ୟରେ ରାଜପଥର ବିକାଶ ଓ ସଂପ୍ରସାରଣ ପାଇଁ ୨୧,୬୫୦କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ଦବାର ନିଷ୍ପତି ନେଇଛନ୍ତି । ନବୀନ ବାବୁ ୨୪ବର୍ଷ ଶାସନରେ ଯାହା କରିପାରୁନଥିଲେ ଆଜି ଦୁଇ ମାସର ମୋହନ ମାଝୀଙ୍କ ସରକାର ରାଜ୍ୟର ବିକାଶ ଦିଗରେ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ଆଣିପାରିଥିବାରୁ ତାହାକୁ ବିରୋଧୀ ବିଜୁ ଜନତା ଦଳ ଗ୍ରହଣ କରିନପାରି ଅସିହିଷ୍ଣୁତା ପ୍ରକାଶ କରୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
April 16, 2026, 3:32 AM
 

S
Partly cloudy
27°C
2.6 m/s
Apparent: 32°C
Pressure: 1004 mb
Humidity: 90%
Winds: 2.6 m/s S
Windgusts: 11.4 m/s
UV-Index: 0
Precip.: 0mm /3% / Rain
Sunrise: 5:27 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom