• Latest
  • Trending

କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ

Oct-06-2024 06:47 PM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
  • About
  • Careers
  • Contact Us
Sunday, April 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କାହିଁକି ବିଜେପି ହାରିବାକୁ ଯାଉଛି ହରିୟାନାରେ

କଣ କହୁଛି ଏକଜିଟ୍ ପୋଲ୍

by M M
Oct-06-2024 06:47 PM IST
in ଦେଶ ବିଦେଶ, ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ହରିଆଣାରେ ବିଜେପି ହାରିବ । କଂଗ୍ରେସ ସରକାର ଗଠନ କରିବ । ଏହା କହୁଛି ବୁଥ୍ ବାହୁଡ଼ା ମତ । ବିଶେଷ କରି ସମସ୍ତ ଏକଜିଟ୍ ପୋଲ ଏହି ଭବିଷ୍ୟବାଣୀ କରିଛନ୍ତି । ତେବେ କାହିଁକି ବିଜେପି ସରକାର ହରିୟାନାରେ ହାରିବ ତାକୁ ନେଇ ଆଲୋଚନା ଚାଲିଛି ।  ୮ ତାରିଖରେ ଭୋଟ ଗଣତି ହେବ ।

ବୁଥ୍ ବାହୁଡ଼ା ମତରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ବେଳେ ଏଥିପାଇଁ ଥିବା କାରଣ ଭିନ୍ନ ଭିନ୍ନ ରହିଛି ।

ସରକାର ବିରୋଧୀ ମତ

ହରିୟାନାରେ ଦଶ ବର୍ଷ ହେଲା ବିଜେପି ସରକାରରେ ଅଛି । ସାଧାରଣରେ ସରକାର ବିରୋଧୀ ସ୍ବର ରହିବା ସ୍ବଭାବିକ । ହରିୟାନାରେ ଚାଷୀ ସଂଗଠନକୁ କଂଗ୍ରେସ ସମର୍ଥନ କରୁଛି । ସେମାନଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି କଥା କହୁଛି । ଏହା ସହ ଅନେକ ଯୋଜନାରେ ସିଧା ସଳଖ ଅର୍ଥ ଭୋଟରଙ୍କୁ ଦେବାକୁ କହିଛି କଂଗ୍ରେସ ।

କଂଗ୍ରେସର ଗ୍ୟାରେଣ୍ଟି

କଂଗ୍ରେସର ଗ୍ୟାରେଣ୍ଟି ଅନେକାଂଶରେ ଭୋଟରଙ୍କ ମନକୁ ପାଉଛି । ବାର୍ଧକ୍ୟ ଭତ୍ତାକୁ 6 ହଜାର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ପ୍ରତି ମହିଳାଙ୍କୁ ମାସକୁ ଦୁଇ ହଜାର ଟଙ୍କା ଦେବାକୁ କହିଛି କଂଗ୍ରେସ । ବିଜୁଳି ଛାଡ କରିବା ସହ 25 ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଦେବାକୁ କହିଛି । ଏପରି ଲୋଭନୀୟ ଅଫରକୁ ଘରକୁ ଘର ବୁଲି କଂଗ୍ରେସ କର୍ମୀମାନେ ପହଁଚାଇଛନ୍ତି ଯାହାର ଲାଭ କଂଗ୍ରେସ ପାଇବ କୁହାଯାଉଛି ।

ଚାଷୀ ଆନ୍ଦୋଳନ

ହରିୟାନାର ଚାଷୀଙ୍କ ଆନ୍ଦୋଳନ ବିଜେପି ପାଇଁ ବଡ଼ ସମସ୍ୟା ରହିଛି । ନୂଆ କୃଷି ଆଇନକୁ ନେଇ ଚାଷୀମାନେ ବିଜେପିକୁ ଦୋଷ ଦେଇଥିଲେ । ତେଣୁ କେନ୍ଦ୍ର ସରକାର ନୂଆ କୃଷୀ ଆଇନ ଫେରାଇବାକୁ ବାଧ୍ୟ ହେଲେ  । ତେଣୁ ଚାଷୀମାନେ ମଧ୍ୟ ବିଜେପି ବିରୋଧରେ ଭୋଟ ଦେଇଛନ୍ତି

ନିଯୁକ୍ତି ସମସ୍ୟା

ରାଜ୍ୟରେ ନିଯୁକ୍ତି ସମସ୍ୟା ମଧ୍ୟ ରହିଛି । ଯାହାକୁ ନେଇ ଯୁବ ବର୍ଗ ସରକାର ବିରୋଧରେ ଭୋଟ କରିଛନ୍ତି । ଏହା ସହ ଖେଳାଳୀମାନଙ୍କ ଅଭିଯୋଗ ମଧ୍ୟ ଏକ ସମସ୍ୟା ରୂପେ ବିଜେପି ପାଇଁ ଦେଖାଦେଇଛି । ବିଶେଷ କରି ଫୋଗାଟ ପରିବାର ବିଜେପି ବିରୋଧରେ ପ୍ରଚାର କରିଛନ୍ତି । କୁସ୍ତିକୁ ନେଇ ଖେଳାଳିମାନେ ବିଜେପି ବିରୋଧରେ ଭୋଟ ଦେଇଛନ୍ତି । ଏହାର ପ୍ରଭାବ ଏକଜିଟ୍ ପୋଲରେ ପଡ଼ିଛି ।

ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିଆଣାରେ ବିଜେପିକୁ ମିଳିପାରେ ୧୮ରୁ୨୪ ସିଟ୍। ସେହିଭଳି କଂଗ୍ରେସ ୫୫ରୁ ୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨ରୁ ୫ ଆସନ ମିଳିବା ସମ୍ଭାବନା ରହିଛି। DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିଆଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୪ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳକୁ ୨-୮ଟି ଆସନ ପାଇବେ।

PEOPLES PULSE ଆକଳନ କହୁଛି, ବିଜେପି ୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩-୫ଟି ଆସନ ମିଳିପାରେ। Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ ୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ ୦-୬ ଟି ଆସନ ମଳିପାରେ।

ସେପଟେ ଜମ୍ମୁ-କାଶ୍ମୀରରେ ବୁଥ ବାହୁଡ଼ା ମତକୁ ନେଇ GULISTAN NEWSର ପୂର୍ବାନୁମାନ କହିଛି ରାଜ୍ୟର ମୋଟ ୯୦ ଆସନରୁ ବିଜେପି-୨୮-୩୦ଟିରେ ଜିତିପାରେ। କଂଗ୍ରେସ-୩୧-୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୫-୭ଟି ଆସନ ମିଳିବା ସମ୍ଭାବନା ରହିଛି।

PEOPLES PULSEର ଆକଳନ ଅନୁସାରେ ବିଜେପି-୨୩-୨୭, କଂଗ୍ରେସ-୪୬-୫୦ ଏବଂ ପିଡିପିକୁ ୭-୧୧ ଟି ଆସନ ମିଳିପାରେ। DAINIK BHASKAR ପୂର୍ବାନୁମାନ କହିଛି, ବିଜେପି-୨୦-୨୫, କଂଗ୍ରେସ-୩୫-୪୦ ଏବଂ ପିଡିପିକୁ ମିଳିପାରେ ୧୨-୧୬ଟି ସିଟ୍।

NDTVର ବୁଥ୍ ବାହୁଡ଼ା ମତ କହୁଛି, ବିଜେପିକୁ ୨୪ , କଂଗ୍ରେସକୁ ୪୩ ଏବଂ ପିଡିପିକୁ ୧୬ଟି ଆସନ ମିଳିବ। India Today-CVoterର ଆକଳନ ଅନୁସାରେ ବିଜେପି ୨୭-୩୧, କଂଗ୍ରେସ ୪୦-୪୮ ଏବଂ ପିଡିପିକୁ ୬-୧୨ଟି ଆସନରେ ଜିତିପାରେ। Bhaskar Reporters Pollର ପୂର୍ବାନୁମାନ କହିଛି, ବିଜେପି- ୨୦-୨୫, କଂଗ୍ରେସ – ୩୫-୪୦ ଏବଂ ପିଡିପି- ୪-୭ ଟି ଆସନ ପାଇବ।

Share196Tweet123
M M

M M

ଆଜିର ପାଗ

Bhubaneswar
April 19, 2026, 7:34 AM
 

SSW
Overcast
28°C
2.1 m/s
Apparent: 33°C
Pressure: 1006 mb
Humidity: 92%
Winds: 2.1 m/s SSW
Windgusts: 9.2 m/s
UV-Index: 0
Precip.: 0mm /3% / Rain
Sunrise: 5:25 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom