• Latest
  • Trending
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

Sep-11-2025 10:30 AM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
  • About
  • Careers
  • Contact Us
Sunday, April 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

by M M
Sep-11-2025 10:30 AM IST
in ବିଶେଷ
0
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ
491
SHARES
1.4k
VIEWS
Share on FacebookShare on Twitter

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଆଜି ସେପ୍ଟେମ୍ବର ୧୧। ଏହି ଦିନ ଦୁଇଟି ବିପରୀତ ସ୍ମୃତିକୁ ମନେ ପକାଏ। ପ୍ରଥମଟି ହେଉଛି ୧୮୯୩ ମସିହାର, ଯେତେବେଳେ ସ୍ୱାମୀ ବିବେକାନନ୍ଦ ଚିକାଗୋର ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ପ୍ରତୀକାତ୍ମକ ଭାଷଣ ଦେଇଥିଲେ। ‘ଆମେରିକାର ଭଉଣୀ ଓ ଭାଇମାନେ…’ – ଏହି କିଛି ଶବ୍ଦରେ ସେ ପ୍ରେକ୍ଷାଳୟର ହଜାର ହଜାର ଶ୍ରୋତାଙ୍କ ହୃଦୟକୁ ଜିତି ଭାରତର ଆଧ୍ୟାତ୍ମିକ ଐତିହ୍ୟ ଏବଂ ବିଶ୍ୱ ଭ୍ରାତୃତ୍ୱର ସନ୍ଦେଶକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିଲେ। ଦ୍ୱିତୀୟଟି ହେଉଛି ୯/୧୧ ଆତଙ୍କବାଦୀ ଆକ୍ରମଣ, ଯେତେବେଳେ ମୌଳବାଦ ଓ ଆତଙ୍କବାଦର ବିପଦ ଯୋଗୁଁ ଏହି ନୀତି ଆକ୍ରମଣର ଶିକାର ହୋଇଥିଲା।

ଆଜିର ଦିନଟି ଆଉ ଏକ ବିଶେଷ ସ୍ମୃତି ସହିତ ମଧ୍ୟ ଜଡ଼ିତ। ଏହା ହେଉଛି ଶ୍ରୀ ମୋହନ ଭାଗବତ ଜୀଙ୍କ ୭୫ତମ ଜନ୍ମଦିନ। ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶରୁ ଅନୁପ୍ରାଣିତ ହୋଇ ସେ ସମାଜିକ ପରିବର୍ତ୍ତନ, ସଦ୍ଭାବ ଏବଂ ଭାଇଚାରାର ଭାବନାକୁ ମଜବୁତ କରିବା ପାଇଁ ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ଲକ୍ଷ ଲକ୍ଷ ସଦସ୍ୟଙ୍କ ପାଇଁ ସେ ‘ପରମ ପୂଜ୍ୟ ସରସଂଘଚାଳକ’ ଭାବେ ସମ୍ମାନିତ। ତାଙ୍କ ୭୫ତମ ଜନ୍ମଦିନ, ଆକସ୍ମିକ ଭାବରେ ସେହି ବର୍ଷ ପଡୁଛି ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ଶତବାର୍ଷିକୀ ପାଳନ କରୁଛି। ଏହି ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କ ଦୀର୍ଘ, ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

ମୋହନ ଜୀଙ୍କ ପରିବାର ସହିତ ମୋର ସମ୍ପର୍କ ଗଭୀର। ମୁଁ ତାଙ୍କ ପିତା ସ୍ୱର୍ଗତ ମଧୁକରରାଓ ଭାଗବତ ଜୀଙ୍କ ସହିତ କାମ କରିବାର ସୌଭାଗ୍ୟ ପାଇଛି ଏବଂ ମୋର ପୁସ୍ତକ ‘ଜ୍ୟୋତିପୁଞ୍ଜ’ରେ ମଧ୍ୟ ତାଙ୍କର ଜୀବନ ଏବଂ କାର୍ଯ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ଆଇନ ଜଗତରେ ତାଙ୍କର ଯୋଗଦାନ ସହିତ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଉତ୍ସର୍ଗ ଅସାଧାରଣ। ସମଗ୍ର ଗୁଜରାଟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଶକ୍ତିଶାଳୀ କରିବାରେ ସେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ର ପ୍ରତି ଏହି ଅଗାଧ ସମର୍ପଣ ତାଙ୍କ ପୁଅ ମୋହନରାଓଙ୍କୁ ମଧ୍ୟ ପ୍ରେରଣା ଦେଇଥିଲା, ଯାହା ତାଙ୍କୁ ଭାରତର ପୁନର୍ଜନ୍ମ ପାଇଁ ନିଷ୍ଠାପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କଲା। ଜଣେ ପରସମଣି ମଧୁକରରାଓ, ମୋହନରାଓଙ୍କ ମାଧ୍ୟମରେ ଆଉ ଏକ ପରସମଣିକୁ ପ୍ରସ୍ତୁତ କରିଥିଲେ।

ମୋହନ ଜୀ ୧୯୭୦ ଦଶକର ମଧ୍ୟଭାଗରେ ଆରଏସଏସର ଜଣେ ପ୍ରଚାରକ ହୋଇଥିଲେ। ‘ପ୍ରଚାରକ’ ଶବ୍ଦଟି ଶୁଣିବା ପରେ କେହି ଭୁଲରେ ଭାବିପାରନ୍ତି ଯେ, ଏହା ଏପରି ବ୍ୟକ୍ତିଙ୍କୁ ବୁଝାଏ ଯିଏ କେବଳ ପ୍ରଚାର କରନ୍ତି କିମ୍ବା ପ୍ରଚାର କରୁଛନ୍ତି। କିନ୍ତୁ, ଯେଉଁମାନେ ଆରଏସଏସର କାର୍ଯ୍ୟ ସହିତ ଉତ୍ତମ ରୂପେ ପରିଚିତ ସେମାନେ ଅବଶ୍ୟ ବୁଝନ୍ତି ଯେ, ପ୍ରଚାରକ ପରମ୍ପରା ସଂଗଠନର କାର୍ଯ୍ୟର ମୂଳଦୁଆରେ ରହିଛି। ଗତ ଶହେ ବର୍ଷ ଧରି ଦେଶପ୍ରେମ ଉତ୍ସାହରେ ଅନୁପ୍ରାଣିତ ହଜାର ହଜାର ଯୁବକ ‘ଭାରତ ପ୍ରଥମ’ର ଚିନ୍ତାଧାରା ଓ ଆଦର୍ଶକୁ ସାକାର କରିବା ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରିବା ପାଇଁ ନିଜର ଘର ଏବଂ ପରିବାର ଛାଡ଼ିଛନ୍ତି।

ଆରଏସଏସରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ଭାରତୀୟ ଇତିହାସର ଏକ ଅତ୍ୟନ୍ତ ଅନ୍ଧକାର ସମୟ ସହିତ ସମାନ ଭାବରେ ରହିଥିଲା। ଏହି ସେହି ସମୟ ଥିଲା ଯେତେବେଳେ ତତ୍କାଳୀନ କଂଗ୍ରେସ ସରକାର ଦ୍ୱାରା ଦେଶରେ କଠୋର ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଗଣତାନ୍ତ୍ରିକ ନୀତିକୁ ଆଦର କରୁଥିଲେ ଏବଂ ଭାରତକୁ ସମୃଦ୍ଧ କରିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ଜରୁରୀକାଳୀନ ବିରୋଧୀ ଆନ୍ଦୋଳନକୁ ମଜବୁତ କରିବା ସ୍ୱାଭାବିକ ଥିଲା। ମୋହନ ଜୀ ଏବଂ ଅଗଣିତ ଆରଏସଏସ ସ୍ୱୟଂସେବକମାନେ ଏହା ହିଁ କରିଥିଲେ। ସେ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ପଛୁଆ ଅଞ୍ଚଳ, ବିଶେଷକରି ବିଦର୍ଭରେ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଏହା ଗରିବ ଏବଂ ଦଳିତ ଲୋକଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ତାଙ୍କର ବୁଝାମଣାକୁ ଆକାର ପ୍ରଦାନ କରିଥିଲା।

ବର୍ଷ ବର୍ଷ ଧରି ଭାଗବତ ଜୀ ଆରଏସଏସରେ ବିଭିନ୍ନ ପଦବୀରେ ରହିଥିଲେ। ସେ ପ୍ରତ୍ୟେକ କର୍ତ୍ତବ୍ୟକୁ ଅତ୍ୟନ୍ତ ଦକ୍ଷତାର ସହିତ ସମ୍ପାଦନ କରିଥିଲେ। ୧୯୯୦ ଦଶକରେ ଅଖିଳ ଭାରତୀୟ ଶାରୀରିକ ବ୍ୟୟାମ ପ୍ରମୁଖର ମୁଖ୍ୟ ଭାବରେ, ମୋହନ ଜୀଙ୍କ ବର୍ଷଗୁଡ଼ିକୁ ଏବେ ବି ଅନେକ ସ୍ୱୟଂସେବକ ସ୍ମରଣ କରନ୍ତି। ଏହି ସମୟ ମଧ୍ୟରେ ସେ ବିହାରର ଅସଂଖ୍ୟ ଗ୍ରାମମାନଙ୍କରେ କାର୍ଯ୍ୟ କରି ସମୟ ବିତାଇଥିଲେ। ଏହି ଅଭିଜ୍ଞତା ତୃଣମୂଳ ସ୍ତରର ସମସ୍ୟାଗୁଡ଼ିକ ସହିତ ତାଙ୍କର ସମ୍ପର୍କକୁ ଆହୁରି ଗଭୀର କରିଥିଲା। ୨୦୦୦ ମସିହାରେ ସେ ସାଧାରଣ ସମ୍ପାଦକ ହୋଇଥିଲେ ଏବଂ ସେଥିରେ ମଧ୍ୟ ସେ ତାଙ୍କର ଅନନ୍ୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ। ଅନେକ ଜଟିଳ ପରିସ୍ଥିତିକୁ ସହଜ ଏବଂ ସଠିକତାର ସହିତ ପରିଚାଳନା କରୁଥିଲେ। ୨୦୦୯ ମସିହାରେ ସେ ସରସଂଘଚାଳକ ହୋଇଥିଲେ ଏବଂ ଅତ୍ୟନ୍ତ ଦକ୍ଷତାର ସହିତ କାମ କରିଚାଲିଥିଲେ।

ସରସଂଘଚାଳକ ହେବା ଏକ ସାଂଗଠନିକ ଦାୟିତ୍ୱ ଅପେକ୍ଷା ଅଧିକ। ଅସାଧାରଣ ବ୍ୟକ୍ତିବିଶେଷ ବ୍ୟକ୍ତିଗତ ତ୍ୟାଗ, ଉଦ୍ଦେଶ୍ୟର ସ୍ପଷ୍ଟତା ଏବଂ ମା’ ଭାରତୀଙ୍କ ପ୍ରତି ଅଟଳ ପ୍ରତିବଦ୍ଧତା ମାଧ୍ୟମରେ ଏହି ଭୂମିକାକୁ ପରିଭାଷିତ କରିଛନ୍ତି। ମୋହନ ଜୀ, ଦାୟିତ୍ୱର ବିଶାଳତାକୁ ପୂର୍ଣ୍ଣ ନ୍ୟାୟ ଦେବା ସହିତ, ଏଥିରେ ନିଜର ଶକ୍ତି, ବୌଦ୍ଧିକ ଗଭୀରତା ଏବଂ ସହାନୁଭୂତିଶୀଳ ନେତୃତ୍ୱକୁ ମଧ୍ୟ ଆଣିଥିଲେ, ଯାହା ରାଷ୍ଟ୍ର ସର୍ବୋପରି ନୀତି ଦ୍ୱାରା ଅନୁପ୍ରାଣିତ।

ମୁଁ ମୋହନ ଜୀଙ୍କ ବ୍ୟକ୍ତିତ୍ୱକୁ ଯେତିକି ନିକଟରୁ ଜାଣିଛି, ତାଙ୍କ କାର୍ଯ୍ୟଶୈଳୀର ମୂଳରେ ଥିବା ଦୁଇଟି ଗୁଣକୁ ମୁଁ ଚିହ୍ନଟ କରିପାରେ, ତାହା ହେଉଛି – ନିରନ୍ତରତା ଏବଂ ଅନୁକୂଳନ। ସେ ସଦାସର୍ବଦା ସଂଗଠନକୁ ସବୁଠୁ କଠିନ ପରିସ୍ଥିତି ମଧ୍ୟରେ ଅଗ୍ରସର କରାଇଛନ୍ତି, କିନ୍ତୁ ମୂଳ ବିଚାରଧାରା ସହ କେବେ ମଧ୍ୟ ସାଲିସ କରିନାହାନ୍ତି। ଅନୁରୂପ ଭାବରେ ସେ ସମାଜର ବିକଶିତ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଯୁବପିଢ଼ି ସହିତ ତାଙ୍କର ସ୍ୱାଭାବିକ ଏବଂ ନିବିଡ଼ ସମ୍ପର୍କ, ସର୍ବଦା ନୂଆ ପିଢ଼ିକୁ ସଂଘ ପରିବାର ସହିତ ଯୋଡ଼ିବା ପ୍ରତି ତାଙ୍କର ପ୍ରଚେଷ୍ଟା, ଆଜିର ଗତିଶୀଳ ଏବଂ ଡିଜିଟାଲ୍ ବିଶ୍ୱରେ ଅଧିକ ଲାଭଦାୟକ ହୋଇଛି। ସାଧାରଣ ଆଲୋଚନା, ସମ୍ବାଦ ଓ ପାରସ୍ପରିକ କାର୍ଯ୍ୟରେ ସେ ଯେଭଳି ନିୟମିତ ଭାବେ ଯୋଡ଼ି ହୁଅନ୍ତି, ତାହା ତାଙ୍କୁ ସର୍ବଦା ପ୍ରେରଣାଦାୟୀ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରେ।

ସାମଗ୍ରିକ ଭାବରେ କହିବାକୁ ଗଲେ, ଭାଗବତ ଜୀଙ୍କ କାର୍ଯ୍ୟକାଳକୁ ଆରଏସଏସର ୧୦୦ ବର୍ଷର ଯାତ୍ରାରେ ସବୁଠାରୁ ପରିବର୍ତ୍ତନକାରୀ ଅବଧି ଭାବରେ ବିବେଚନା କରାଯିବ। ୟୁନିଫର୍ମ ପରିବର୍ତ୍ତନ ଠାରୁ ଆରମ୍ଭ କରି ଶିକ୍ଷା ବର୍ଗ (ପ୍ରଶିକ୍ଷଣ ଶିବିର)ରେ ସଂସ୍କାର ପର୍ଯ୍ୟନ୍ତ, ତାଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି।

ମୁଁ ବିଶେଷ ଭାବରେ କୋଭିଡ୍ ସମୟରେ ମୋହନ ଜୀଙ୍କ ପ୍ରୟାସକୁ ସ୍ମରଣ ରଖିଛି, ଯେତେବେଳେ ମାନବଜାତି ଜୀବଦ୍ଦଶାରେ ଥରେ ଦେଖାଦେଇଥିବା ଭୟଙ୍କର ମହାମାରୀ ସହିତ ଲଢ଼ୁଥିଲା। ସେହି ସମୟରେ, ପାରମ୍ପରିକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକଳାପ ଜାରି ରଖିବା ସବୁଠୁ ବଡ଼ ଆହ୍ଵାନ ସାଜିଥିଲା। ମୋହନ ଜୀଙ୍କ ପରାମର୍ଶ ଥିଲା ଯେ, ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରାଯାଉ। ବିଶ୍ୱସ୍ତରୀୟ ଆହ୍ଵାନ ପରିପ୍ରେକ୍ଷୀରେ, ସେ ସଂସ୍ଥାଗତ ଢାଞ୍ଚାର ବିକାଶ କରିବା ସହିତ ବିଶ୍ୱସ୍ତରୀୟ ଦୃଷ୍ଟିକାଣ ସହିତ ଜଡ଼ିତ ରହିଥିଲେ।

ସେହି ସମୟରେ, ସମସ୍ତ ସ୍ୱୟଂସେବକ ନିଜର ଏବଂ ଅନ୍ୟମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦୁର୍ଦ୍ଦଶା ମଧ୍ୟରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ। ଅନେକ ସ୍ଥାନରେ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଆମେ ଆମର ଅନେକ ଶ୍ରମନିଷ୍ଠ ସ୍ୱୟଂସେବକଙ୍କୁ ମଧ୍ୟ ହରାଇଥିଲୁ, କିନ୍ତୁ ମୋହନ ଜୀଙ୍କ ପ୍ରେରଣା ଏପରି ଥିଲା ଯେ ସେମାନଙ୍କର ଦୃଢ଼ ନିଷ୍ପତ୍ତି କେବେ ବି ବିଚଳିତ ହୋଇନଥିଲା।

ଚଳିତ ବର୍ଷ ଆରମ୍ଭରେ, ନାଗପୁରରେ ମାଧବ ନେତ୍ର ଚିକିତ୍ସାଳୟର ଉଦଘାଟନ ସମୟରେ, ମୁଁ ମତ ଦେଇଥିଲି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଅକ୍ଷୟବଟ ସଦୃଶ। ଏହା ଏକ ଅନନ୍ତ ବଟବୃକ୍ଷ ଯାହା ଆମ ଦେଶର ଜାତୀୟ ସଂସ୍କୃତି ଏବଂ ସାମୂହିକ ଚେତନାକୁ ଶକ୍ତି ପ୍ରଦାନ କରେ। ଏହି ଅକ୍ଷୟବଟର ମୂଳ ଗଭୀର ଏବଂ ଦୃଢ଼; କାରଣ ସେଗୁଡ଼ିକ ମୂଲ୍ୟବୋଧରେ ପରିପୂର୍ଣ୍ଣ। ମୋହନ ଭାଗବତ ଜୀ ଏହି ମୂଲ୍ୟବୋଧଗୁଡ଼ିକୁ ପୋଷଣ ଯୋଗାଇଛନ୍ତି ଏବଂ ଆଗକୁ ବଢ଼ାଇବା ପାଇଁ ଯେଉଁ ସମର୍ପଣ ସହିତ ନିଜକୁ ପ୍ରତିବଦ୍ଧ କରିଛନ୍ତି ତାହା ବାସ୍ତବରେ ପ୍ରେରଣାଦାୟକ।

ମୋହନ ଜୀଙ୍କ ବ୍ୟକ୍ତିତ୍ୱର ଅତ୍ୟନ୍ତ ପ୍ରଶଂସନୀୟ ଗୁଣ ହେଉଛି ତାଙ୍କର ମୃଦୁଭାଷୀ ସ୍ୱଭାବ। ସେ କେବଳ କହିବାରେ ନୁହେଁ, ଶୁଣିବାରେ ମଧ୍ୟ ଅସାଧାରଣ। ଏହି ଗୁଣ ଏକ ଗଭୀର ଦୃଷ୍ଟିକୋଣ ସୁନିଶ୍ଚିତ କରେ ଏବଂ ତାଙ୍କ ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ପାଇଁ ସମ୍ବେଦନଶୀଳତା ଏବଂ ମର୍ଯ୍ୟାଦାର ଭାବନା ମଧ୍ୟ ଜାଗ୍ରତ କରେ।

ଏଠାରେ, ମୁଁ ବିଭିନ୍ନ ଜନ ଆନ୍ଦୋଳନ ପ୍ରତି ତାଙ୍କର ସର୍ବଦା ଦେଖାଯାଇଥିବା ଆଗ୍ରହ ବିଷୟରେ ମଧ୍ୟ ଉଲ୍ଲେଖ କରିବାକୁ ଚାହୁଁଛି। ‘ସ୍ୱଚ୍ଛ ଭାରତ ମିଶନ’ ଠାରୁ ‘ବେଟି ବଚାଓ ବେଟି ପଢ଼ାଓ’ ପର୍ଯ୍ୟନ୍ତ, ମୋହନ ଜୀ ସର୍ବଦା ସମଗ୍ର ଆରଏସଏସ ପରିବାରକୁ ଏହି ଆନ୍ଦୋଳନଗୁଡ଼ିକ ମାଧ୍ୟମରେ ଶକ୍ତି ସଂଯୋଗ କରିବାକୁ ଅନୁରୋଧ କରିଥାଆନ୍ତି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ଆଗେଇ ନେବା ନିମନ୍ତେ, ମୋହନ ଜୀ ‘ପଞ୍ଚ ପରିବର୍ତ୍ତନ’ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ସାମାଜିକ ସମନ୍ୱୟ, ପାରିବାରିକ ମୂଲ୍ୟବୋଧ, ପରିବେଶଗତ ସଚେତନତା, ଜାତୀୟ ସ୍ୱାଭିମାନ ଏବଂ ନାଗରିକ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ। ଏହା ଜୀବନର ସମସ୍ତ କ୍ଷେତ୍ରର ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ। ପ୍ରତ୍ୟେକ ସ୍ୱୟଂସେବକ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଢ଼ିବାର ସ୍ୱପ୍ନ ଦେଖନ୍ତି। ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ, ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ନିର୍ଣ୍ଣାୟକ କାର୍ଯ୍ୟ ଉଭୟ ଆବଶ୍ୟକ। ମୋହନ ଜୀ ଏହି ଦୁଇଟି ଗୁଣକୁ ବିପୁଳ ମାତ୍ରାରେ ପ୍ରତିପାଦନ କରନ୍ତି।

ଭାଗବତ ଜୀ ସଦାସର୍ବଦା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଜଣେ ଦୃଢ଼ ଅନୁଗାମୀ, ଭାରତର ବିବିଧତା ଏବଂ ଆମ ଭୂମିର ଏକ ଅଂଶ ଥିବା ଅସଂଖ୍ୟ ଭିନ୍ନ ସଂସ୍କୃତି ଏବଂ ପରମ୍ପରାର ପାଳନରେ ଦୃଢ଼ ବିଶ୍ୱାସୀ।

ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ବ୍ୟତୀତ, ମୋହନ ଜୀ ସର୍ବଦା ସଙ୍ଗୀତ ଏବଂ ଗୀତ ଗାଇବା ଭଳି ଆଗ୍ରହକୁ ଅନୁସରଣ କରିବା ପାଇଁ ସମୟ ପାଇଛନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ, ସେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ରରେ ମଧ୍ୟ ପାରଙ୍ଗମ। ପାଠପଢ଼ା ପ୍ରତି ଆଗ୍ରହ, ତାଙ୍କର ଅନେକ ଭାଷଣ ଏବଂ ଆଲୋଚନାରେ ଦେଖାଯାଇପାରେ।

ଚଳିତ ବର୍ଷ, ଆଉ ମାତ୍ର ଅଳ୍ପ ଦିନ ପରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ଏହା ମଧ୍ୟ ଏକ ସୁଖଦ ସଂଯୋଗ ଯେ ଚଳିତ ବର୍ଷ, ବିଜୟା ଦଶମୀ, ଗାନ୍ଧୀ ଜୟନ୍ତୀ, ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଏବଂ ଆରଏସଏସ ଶତବାର୍ଷିକୀ ପାଳନ ଗୋଟିଏ ଦିନରେ ହେଉଛି। ଏହା ଭାରତ ଏବଂ ବିଶ୍ୱରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ହେବ। ମୋହନ ଜୀଙ୍କ ରୂପରେ ଆମର ଜଣେ ଅତ୍ୟନ୍ତ ଜ୍ଞାନୀ ଏବଂ ପରିଶ୍ରମୀ ସରସଂଘଚାଳକ ଅଛନ୍ତି, ଯିଏ ବର୍ତ୍ତମାନ ସମୟରେ ସଂଗଠନକୁ ପରିଚାଳନା କରୁଛନ୍ତି। ମୁଁ ଏହା କହି ଶେଷ କରିବି ଯେ, ମୋହନ ଜୀ ହେଉଛନ୍ତି ‘ବସୁଧୈବ କୁଟୁମ୍ବକମ’ର ଏକ ଜୀବନ୍ତ ଉଦାହରଣ, ଯାହା ଦର୍ଶାଏ ଯେ ଯେତେବେଳେ ଆମେ ସ୍ୱାର୍ଥର ସୀମାରୁ ଉପରକୁ ଉଠି ସମସ୍ତଙ୍କୁ ନିଜର ବୋଲି ବିବେଚନା କରୁ, ଏହା ସମାଜରେ ବିଶ୍ୱାସ, ଭ୍ରାତୃତ୍ୱ ଏବଂ ସମାନତାକୁ ଦୃଢ଼ କରେ। ମୁଁ ପୁଣି ଥରେ ମା’ ଭାରତୀଙ୍କ ସେବାରେ ମୋହନ ଜୀଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି।

Share196Tweet123
M M

M M

ଆଜିର ପାଗ

Bhubaneswar
April 19, 2026, 8:22 AM
 

S
Overcast
29°C
2.4 m/s
Apparent: 35°C
Pressure: 1008 mb
Humidity: 82%
Winds: 2.4 m/s S
Windgusts: 9.2 m/s
UV-Index: 3.95
Precip.: 0mm /3% / Rain
Sunrise: 5:25 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom