କତାର ଏୟାରୱେଜ୍‌ରେ ଜଣେ ବୃଦ୍ଧ ଡାକ୍ତରଙ୍କୁ ଆମିଷ ଖାଦ୍ୟ ଖାଇବାକୁ ଦେବାରୁ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ନିରାମିଷ ଯାତ୍ରୀଙ୍କ  ମୃତ୍ୟୁକୁ ନେଇ କୋର୍ଟରେ ମାମଲା ହୋଇଛି । ନିରାମିଷ ଖାଦ୍ୟ ବଦଳରେ ମାଂସ ଖାଦ୍ୟ ଖାଇବାକୁ ଦେବାରୁ ତାଙ୍କ ଗଳାରେ ଅଟକି ଯାଇଥିଲା ଖାଦ୍ୟ । ତାପରେ ସେହି ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

କତାର ଏୟାରୱେଜ୍‌ରେ ୮୫ ବର୍ଷୀୟ ନିରାମିଷ ଯାତ୍ରୀ ଆସୋକା ଜୟବୀରା ନିରାମିଷ ଖାଦ୍ୟ ଖାଇବାକୁ କହିଥିଲେ । କିନ୍ତୁ ତା ବଦଳରେ  ତାଙ୍କୁ ମାଂସଜାତୀୟ ଖାଦ୍ୟ ଦିଆଗଲା। ସେ ମାଂସ ଖାଇବା ବେଳେ ଗଳାରେ ଖାଦ୍ୟ ଅଟକିଯିବାରୁ ତାଙ୍କର ମୃତ୍ୟୁ ହେଲା। ଏଭଳି ଘଟଣା ୨୦୨୩ ଜୁନ ୩୦ରେ ଲସ୍‌ ଆଞ୍ଜେଲସ୍‌ରୁ କଲମ୍ବୋ ଯାତ୍ରା ବେଳେ ଘଟିଥିଲା। ବିମାନ କର୍ମଚାରୀ ନିରାମିଷ ଖାଦ୍ୟ ନଥିବା କହି ମାଂସ ଖାଦ୍ୟ ଖାଇବାକୁ କହିଥିଲେ। ଜୟବୀରାଙ୍କ ଗଳାରେ ଖାଦ୍ୟ ଅଟକି ଯିବାରୁ ସେ ଅସୁସ୍ଥ ହେଲେ। ବିମାନଟି ଜରୁରୀକାଳିନ ଏଡିନବର୍ଗରେ ଅବତରଣ କଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ବଞ୍ଚାଇ ହେଲା ନାହିଁ। ତାଙ୍କ ମୃତ୍ୟୁ ଆସ୍ପିରେସନ ନିମୋନିଆରୁ ହୋଇଥିବା ଡାକ୍ତର କହିଲେ। ତାଙ୍କ ପୁଅ ଏୟାରଲାଇନ୍‌ ବିରୁଦ୍ଧରେ ଅବହେଳା ଅଭିଯୋଗ ନେଇ ମାମଲା କରିଛନ୍ତି।

ତାଙ୍କ ପୁଅଙ୍କ କହିବା କଥା ୮୫ ବର୍ଷୀୟ ନିରାମିଷ ଯାତ୍ରୀ, ଡାକ୍ତର ଆସୋକା ଜୟବୀରାଙ୍କୁ ଭୁଲରେ ମାଂସଜାତୀୟ ଖାଦ୍ୟ ପରିବେଷଣ କରାଯାଇଥିଲା ।  ପରେ ଗଳାରେ ଖାଦ୍ୟ ଅଟକି ମୃତ୍ୟୁ ବରଣ କରିଥିଲେ। ସେ ଲସ୍‌ ଆଞ୍ଜେଲସ୍‌ରୁ କଲମ୍ବୋ ଯାଉଥିବା ୧୫.୫ ଘଣ୍ଟିଆ ବିମାନ ଯାତ୍ରା ପାଇଁ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ବିମାନ କର୍ମଚାରୀ ତାଙ୍କୁ ନିରାମିଷ ଖାଦ୍ୟ ନଥିବା କହି, ମାଂସଜାତୀୟ ଖାଦ୍ୟରୁ “ମାଂସ ବାଛି ଖାଇବାକୁ” କହିଥିଲେ। ୨୦୨୩ ମସିହା ଜୁନ ୩୦ରେ ଏହି ଘଟଣା ଘଟିଥିଲା।

ବିମାନଟି ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ଜରୁରୀ ଅବତରଣ କଲା। ହସ୍ପିଟାଲରେ ନିଆଯିବା ପରେ ୨୦୨୩ ମସିହା ଅଗଷ୍ଟ ୩ରେ ତାଙ୍କର ମୃତ୍ୟୁ ହେଲା। ଖାଦ୍ୟ ଫୁସ୍‌ଫୁସ୍‌ରେ ଚାଲିଯିବା କାରଣରୁ ଆସ୍ପିରେସନ ନିମୋନିଆ ହୋଇଥିଲା, ଯାହା ମୃତ୍ୟୁର କାରଣ ଥିଲା। ତାଙ୍କ ପୁଅ ସୂର୍ଯ୍ୟ ଜୟବୀରା କତାର ଏୟାରୱେଜ୍‌ ବିରୁଦ୍ଧରେ ଅବହେଳା ଓ ମୃତ୍ୟୁ ପାଇଁ ଦାୟୀ ଥିବା ଅଭିଯୋଗରେ ମାମଲା ଦାୟର କରିଛନ୍ତି। ସେ ଅବହେଳା ଓ ମୃତ୍ୟୁ ପାଇଁ ୧୨୮,୮୨୧ ଡଲାର କ୍ଷତିପୂରଣ ଦାବି କରିଛନ୍ତି।

ମାମଲାରେ କୁହାଯାଇଛି ଯେ ଏୟାରଲାଇନ୍‌ ପୂର୍ବ ଅର୍ଡର ଅନୁଯାୟୀ ନିରାମିଷ ଖାଦ୍ୟ ଯୋଗାଇ ନଥିଲା  ।  ଜରୁରୀ  ପାଇଁ କିଛି ବ୍ୟବସ୍ଥା ନଥିଲା । ଏହି ଘଟଣା ଆନ୍ତର୍ଜାତୀୟ ବିମାନ ଯାତ୍ରାରେ ମୃତ୍ୟୁ ବା ଆଘାତ ପାଇଁ ଏୟାରଲାଇନ୍‌ର କ୍ଷତିପୂରଣ ଦାୟିତ୍ୱ ନିର୍ଦ୍ଧାରଣ କରେ। ଏହି ନିୟମ ଅନୁଯାୟୀ, ପ୍ରାୟ ୧୭୫,୦୦୦ ଡଲାର ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ। ଏହି ଘଟଣା ଏୟାରଲାଇନ୍‌ଗୁଡ଼ିକର ଖାଦ୍ୟ ପସନ୍ଦ ଓ ଯାତ୍ରୀ ଯତ୍ନ, ବିଶେଷତଃ ବୟସ୍କ ଯାତ୍ରୀଙ୍କ ପାଇଁ ଖାମଖିଆଲ ନୀତି ଉପରେ ପ୍ରଶ୍ନ ଉଠାଇଛି।