ଦୁଇ ବର୍ଷ ପରେ  ହମାସ୍ ୨୦ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି । ଏହି ପଣବନ୍ଦୀମାନଙ୍କ ବ୍ୟତୀତ ଆଉ କେହି ଗାଜାରେ ଜୀବିତ ପଣବନ୍ଦୀ ନାହାଁନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯୁଦ୍ଧ ଶେଷ ହେଲା । କିନ୍ତୁ ଯୁଦ୍ଧ ବିରତି କେତେ ଦିନ ରହୁଛି ତାହା ଦେଖିବାକୁ ଅପେକ୍ଷା । ତେବେ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ହୋଇଥିବା ନୂଆ ଗାଜା ଯୁଦ୍ଧବିରତି ଚୁକ୍ତିର ଅଧୀନରେ ହମାସ୍‌  ୨୦ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟିକୁ ହସ୍ତାନ୍ତର କରିଥିଲା ।  ଯୁଦ୍ଧର ୨ ବର୍ଷ ପରେ ପଣବନ୍ଦୀମାନଙ୍କ ଘର ଫେରିବାରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ରେଡ୍‌କ୍ରସ୍‌ ପକ୍ଷରୁ ପଣବନ୍ଦୀମାନଙ୍କୁ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ମୁକ୍ତି ପ୍ରକ୍ରିୟାଟି ୨ଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳେ ୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଜଣଙ୍କୁ ରିଲିଜ୍‌ କରାଯାଇଛି।
ଆଇଡିଏଫ୍‌ର ଘୋଷଣା ଅନୁଯାୟୀ, ସମସ୍ତ ୨୦ ଜଣ ଜୀବିତ ଓ ସୁରକ୍ଷିତ। ଏହା ଜାଣିବା ପରେ ଇସ୍ରାଏଲରେ ଖୁସିର ଏକ ଲହରି ଖେଳିଯାଇଥିଲା। ହଜାର ହଜାର ନାଗରିକମାନେ ତେଲ୍‌ ଅଭିଭର ହସ୍ଟେଜ୍‌ ସ୍କୋୟାର୍‌ରେ ଏକଜୁଟ ହୋଇ ଇସ୍ରାଏଲୀ ପତାକା ଉଡ଼ାଇ ଆନନ୍ଦ ପ୍ରକାଶ କରିଥିଲେ। ପଣବନ୍ଦୀମାନଙ୍କ ନାମ ଘୋଷଣା ସମୟରେ ଭିଡ଼ରେ ଅନେକେ ଧାରଧାର କାନ୍ଦି ପକାଇଥିଲେ । ଆଇଡିଏଫ୍‌ ସୋସିଆଲ୍‌ ମିଡ଼ିଆରେ ‘ରିଟର୍ଣ୍ଣିଂ ହୋମ୍‌’ ନାମକ ଏକ ପୋଷ୍ଟ୍‌ ପ୍ରକାଶ କରିଛି, ଯେଉଁଥିରେ କମାଣ୍ଡର ଓ ସୈନ୍ୟମାନେ ଘରବାହୁଡ଼ା ପଣବନ୍ଦୀଙ୍କୁ ସାଲ୍ୟୁଟ୍‌ ମାରୁଥିବା ଦୃଶ୍ୟ ଦେଖାଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ତାଙ୍କର ପତ୍ନୀ ସାରା ମୁକ୍ତ ପଣବନ୍ଦୀମାନଙ୍କ ପାଇଁ ବାର୍ତ୍ତା ପଠାଇଥିଲେ ।  ସେହି ନୋଟ୍‌ରେ ଲେଖା ଅଛି, “ଇସ୍ରାଏଲର ସମସ୍ତ ଲୋକଙ୍କ ପକ୍ଷରୁ ସ୍ୱାଗତ। ଆମେ ଆପଣମାନଙ୍କୁ ଅପେକ୍ଷା କରିଥିଲୁ, ଆଲିଙ୍ଗନ କରୁଛୁ।”  ସରକାର ମୃତ ପଣବନ୍ଦୀଙ୍କ ଶବମାନଙ୍କୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏହି ଯୁଦ୍ଧବିରତିକୁ ସ୍ୱାଗତ ଜଣାଇଛନ୍ତି। ତାଙ୍କ କହିବା ଅନୁଯାୟୀ, “ଯୁଦ୍ଧ ଶେଷ ହେଲା। ଏହା ବହୁତ ବଡ଼ ଦିନ। ଏହା ଏକ ନୂଆ ଆରମ୍ଭ।”ଏହି ଚୁକ୍ତିରେ ୧୯୦୦ରୁ ଅଧିକ ପାଲେଷ୍ଟାଇନୀୟ ବନ୍ଦୀଙ୍କୁ ଇସ୍ରାଏଲୀ ବନ୍ଦୀଗୃହରୁ ମୁକ୍ତ କରାଯାଇଛି, ଯାହା ୨୦ ଜଣ ଜୀବିତ ଇସ୍ରାଏଲୀ ପଣବନ୍ଦୀଙ୍କ ବିନିମୟରେ ହୋଇଛି। ଏ