ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।

‌ମିଥୁନ:  ଜମି ବ୍ୟବସାୟୀ ଭଲ ସଉଦା ପାଇବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ। ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ।

କର୍କଟ:  ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବେପାରରେ ବଢ଼ିଆ ଧନଲାଭ ହେବ। ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ। ସମାଜ ପାଇଁ ବହୁତ ଭଲ କାମ କରିବେ। ପ୍ରେମ ଜୀବନ ମଧୁର ହେବ। ‌

‌ସିଂହ:  ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ।

କନ୍ୟା: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।

ତୁଳା:  ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ। ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ।

ବିଛା:  ବେପାରରେ ଧନଲାଭ ହେବ। ନିଜ ପାଇଁ କୌଣସି ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ। ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।‌

ଧନୁ:  ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ। ନିଜ କାମ ଅନ୍ୟ ସହରକୁ ଯାଇ ପାରନ୍ତି। ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମକର:  ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ। କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ। ବେପାରରେ ଉନ୍ନତି ହେବ। ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ।

କୁମ୍ଭ: ବେପାରରେ ଅଚାନକ ଧନଲାଭ ହେବ। ଶଶୁର ଘରୁ ସୁଖବର ପାଇବେ। ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ। ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ।

ମୀନ:  ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଧାର ହେବ। ଚାକିରିଜୀବୀ ଭଲ ସୁଯୋଗ ପାଇବେ। ଘରକୁ କୌଣସି  ବନ୍ଧୁର ଆଗମନ ହେବ। ‌