ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ଶୃଙ୍ଖଳାରେ ଟସ୍ ହାରି ବ୍ୟାଟିଂ କରୁଛି ଭାରତ ।  ରୋହିତ ଶର୍ମା ଓ ବିରାଟ କୋହଲି ଏକଦିବସୀୟ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି । ତେବେ ବିରାଟ କୋହଲି ଶୂନରେ ଆଉଟ ହୋଇଥିବା ବେଳେ ରୋହିତ ଶର୍ମା 8 ରନ କରି ଆଉଟ ହୋଇଛନ୍ତି । ଶୁଭମନ ଗିଲ 10 ରନ କରି ଆଉଟ ହୋଇଛନ୍ତି ।

ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତର ପ୍ରଥମ ଦିନିକିଆ ଶୃଙ୍ଖଳା ପର୍ଥରେ ଖେଳୁଛି । ପ୍ରଥମରୁ ଅଷ୍ଟ୍ରେଲିଆର ବୋଲିଂ ଭଲ ରହିଛି ।  ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଲଢ଼େଇ ଆଜି ସକାଳୁ ପର୍ଥର ଅପଟସ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ଯାହାକୁ ନେଇ ଦୁଇ ଦେଶର ପ୍ରଶଂସକ ବେଶ୍ ଉଲ୍ଲସିତ ଓ ଉତ୍ସାହିତ ଅଛନ୍ତି।

ରୋହିତ, କୋହଲି  ୭ମାସ ପରେ କ୍ରିକେଟ୍‌କୁ ଫେରୁଥିଲା ବେଳେ ସେମାନେ ପ୍ରଥମ ମ୍ୟାଚରେ ବିଫଳ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଅଧିକନାୟକ ଗିଲ ବି ବିଫଳ ହୋଇଛନ୍ତି । ଏହି ଶୃଙ୍ଖଳା  ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନିର୍ଦ୍ଧାରଣ କରିବାକୁ ଯାଉଛି।