ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।  ଉତ୍ତର ଓ ପୂର୍ବ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ । ପାଣିପାଗ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
 ଆଜି ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ କିଛି ସ୍ଥାନରେ ଅଧିକ ବର୍ଷା  ହେବାର ଆଶଙ୍କା କରାଯାଉଛି। ଏହା ସହିତ ବିଜୁଳି ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି ।

କଟକ ଭୁବନେଶ୍ୱରରେ ପାଣିପାଗ ମୁଖ୍ୟତଃ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଗଠିତ ଲଘୁଚାପ ପ୍ରଭାବରେ  ମେଘୁଆ ଆକାଶ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ବିଜୁଳି ସହ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି।