ସହରର ବ୍ୟସ୍ତବହୁଳ ଜୀବନରେ ଏକ ହୃଦୟସ୍ପର୍ଶୀ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଜଣେ ମହିଳା ଯାତ୍ରୀ ରାପିଡୋ କ୍ୟାବ୍ ବୁକ୍ କରି ଇନ୍ଦିରାନଗରରୁ ଯାତ୍ରା କରିଥିଲେ, କିନ୍ତୁ ଗାଡ଼ିରୁ ଓହ୍ଲାଇବା ପରେ ତାଙ୍କର ଇୟରଫୋନ୍ ହଜିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ କିଛି ମିନିଟ୍ ମଧ୍ୟରେ ଡ୍ରାଇଭରଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ମେସେଜ୍ ଆସିଥିଲା, ଯାହା ତାଙ୍କୁ “ପୃଥିବୀ ଏତେ ଖରାପ ନୁହେଁ” ବୋଲି ଅନୁଭବ କରାଇଥିଲା। ମହିଳାଙ୍କ ନାମ ସମ୍ଭବୀ ଶ୍ରୀବାସ୍ତବ। ସେ ସୋସିଆଲ ମିଡିଆରେ ଏକ ଭାବନାତ୍ମକ ଲେଖା ଲେଖିଛନ୍ତି । ଯେଉଁଥିରେ ସେଦିନର କଥା ଏବଂ ପରବର୍ତ୍ତି ଘଟଣାକୁ ନେଇ ତାଙ୍କ ଲେଖା ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇଛି ।

ବେଙ୍ଗାଲୁରୁର ମହିଳା ଅଫିସ ଯିବା ପାଇଁ ରାପିଡ କ୍ୟାବ୍ ବୁକ୍ କରିଥିଲେ । କିନ୍ତୁ ଅଫିସରେ ପହଁଚି ସେ ଦେଖିଲେ ତାଙ୍କ ଇୟରଫୋନ୍ କେଉଁଠି ହଜିଯାଇଛି । ଏହାପରେ ସେ ଏକ ମେସେଜ ଡ୍ରାଇଭରଙ୍କଠାରୁ ପାଇଲେ ଯାହାର ଅଭିଜ୍ଞତା ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ସମ୍ଭବୀ ଶ୍ରୀବାସ୍ତବ ଇନ୍ଦିରାନଗରରୁ ରାପିଡୋ ଭଡ଼ା କରି ଯାଇଥିଲେ । କିନ୍ତୁ ସେ କାରରୁ ଓହ୍ଲାଇବା ପରେ ଇୟରଫୋନ ତାଙ୍କ ପାଖରେ ନଥିବା ଦେଖିଲେ । କାର୍ ରୁ ଓହ୍ଲାଇବାର  କିଛି ମିନିଟ୍ ମଧ୍ୟରେ, ସେ ଡ୍ରାଇଭରଙ୍କଠାରୁ Google Pay ମାଧ୍ୟମରେ ଏକ ମେସେଜ୍ ପାଇଲେ ଯେ ସେ ତାଙ୍କ ଇୟରଫୋନ୍ ପାଇଛନ୍ତି ଏବଂ ତାଙ୍କୁ ଫେରାଇବାକୁ ଚାହୁଁଛନ୍ତି ।  ଏହା ଜାଣିବା ପରେ ସେ ଅନୁଭବ କଲେ ଯେ  “ପୃଥିବୀ ଏତେ ଖରାପ ନୁହେଁ”।

ଡ୍ରାଇଭର କହିଥିଲେ ସେ ଇଅରଫୋନ୍  ସୁରକ୍ଷିତ ରଖିବେ ।  ସୋମବାର ଦିନ ଅଫିସ ଆସି ଫେରାଇ ଦେବେ ବୋଲି ମହିଳା ତାଙ୍କୁ ଜଣାଇଥିଲେ । ଏହାପରେ ଦୀପାବଳି ଦିନ ସକାଳେ ସେ ଇୟରଫୋନ ଫେରାଇ ଦେଇଥିଲେ । ମହିଳା ଯାତ୍ରୀ ଲେଖିଛନ୍ତି “ଜହରୁଲ ଚାହିଁଥିଲେ ତାକୁ ରଖିପାରିଥାନ୍ତେ । ସେ ସେଗୁଡ଼ିକୁ ଫୋପାଡ଼ି ଦେଇପାରିଥାନ୍ତେ କିମ୍ବା ବିକ୍ରି କରିପାରିଥାନ୍ତେ। କିନ୍ତୁ ସେ ଇୟରଫୋନ୍ ଫେରାଇବାକୁ ଠିକ୍ ବାଛିଲେ। ଏହା ଏକ ଛୋଟ କଥା ପରି ଶୁଣାଯାଉଛି, କିନ୍ତୁ ଏହା ମୋତେ ପ୍ରକୃତରେ ମନେ ପକାଇ ଦେଇଥିଲା ଯେ ଶାଳୀନତା ଏବେ ବି ରହିଛି,”  ।