ମେଷ (Aries)      ଦିନଟି ଉତ୍ସାହରେ ପରିପୂର୍ଣ୍ଣ ରହିବ। ଆର୍ଥିକ ଦିଗରୁ ଶୁଭ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ।

ବୃଷ (Taurus)    ବାଣୀ ଉପରେ ସଂଯମତା ରଖନ୍ତୁ, ବାଦବିବାଦରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ନେଇ ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତୁ।

ମିଥୁନ (Gemini)  ବୁଦ୍ଧି ଏବଂ ଚତୁରତା ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ଲାଭ ଓ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

କର୍କଟ (Cancer)  ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ଭଗବାନ ଶିବଙ୍କର ଆରାଧନା କରନ୍ତୁ।

ସିଂହ (Leo)         ଆତ୍ମବିଶ୍ୱାସ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବାରୁ ମାନ ସମ୍ମାନ ବୃଦ୍ଧି ହେବ। ଅର୍ଥ ଉପାର୍ଜନର ନୂତନ ରାସ୍ତା ଖୋଲିବ।

କନ୍ୟା (Virgo)     ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାର୍ଯ୍ୟର ଚାପ ଯୋଗୁଁ ଥକାପଣ ଅନୁଭବ ହୋଇପାରେ। ଆର୍ଥିକ କାରବାରରେ ସାବଧାନତା ଜରୁରୀ।

ତୁଳା (Libra)       ସମସ୍ତ କାର୍ଯ୍ୟରେ ସନ୍ତୁଳନ ରହିବ ଏବଂ ସଫଳ ହେବେ। ଅଂଶୀଦାରୀ ବ୍ୟବସାୟରେ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୁରତା ରହିବ।

ବିଛା (Scorpio)  କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତି ସମସ୍ୟାର ସମାଧାନ ହୋଇପାରେ। ହଠାତ୍ ଧନ ଲାଭର ଯୋଗ ରହିଛି।

ଧନୁ (Sagittarius)          ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ନୂତନ ସୁଯୋଗ ମିଳିବା ସହ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର (Capricorn)         କାର୍ଯ୍ୟର ଅଧିକ ଚାପ ଯୋଗୁଁ କ୍ଳାନ୍ତ ଅନୁଭବ କରିପାରନ୍ତି, ତେଣୁ ବିଶ୍ରାମ ନିଅନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

କୁମ୍ଭ (Aquarius) ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ଆଜି କିଛିଟା ଉତ୍ଥାନ-ପତନ ହୋଇପାରେ। କିଛି କ୍ଷେତ୍ରରେ ଭଲ ଫଳ ମିଳିବ, କିନ୍ତୁ କିଛି ମାମଲାରେ ସଂଘର୍ଷ କରିବାକୁ ପଡ଼ିପାରେ।

ମୀନ (Pisces)    ଆର୍ଥିକ ଦିଗରେ ଦିନଟି ଅତ୍ୟନ୍ତ ଶୁଭଙ୍କର। କ୍ୟାରିୟରରେ ନୂଆ ଦିଗ ଖୋଲିବ। ପାରିବାରିକ ସମସ୍ୟା ଦୂର ହେବ।