ବିଜେଡି ନେତ୍ରୀ ଏଲିନା ଦାଶ ପୁଣି ନିଜ ସୋସିଆଲ ମିଡିଆରେ ଦଳର ବରିଷ୍ଠ ନେତାଙ୍କୁ କଟାକ୍ଷ କରି ପୋଷ୍ଟ କରିଛନ୍ତି । ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଦଳରେ ମିଶିଥିବା କହିଛନ୍ତି । କିନ୍ତୁ ବିଜେଡିକୁ ହାଇଯାକ୍ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କୋଟେରି ଗ୍ରୁପ୍ ଏବଂ କ୍ରୀତଦାସଙ୍କ ଏପରି ଉଦ୍ୟମକୁ ସଫଳ କରାଇଦିଆଯିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଗତ କିଛିମାସ ଧରି ଏଲିନା ସିଧାସଳଖ ଦଳୀୟ ନେତାମାନଙ୍କୁ କଟାକ୍ଷ କରିଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି-

ନବୀନ ବାବୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣୀତ ହେଇକି ଦଳ join କରିଥିବା ମୁଁ ଆଉ ମୋ ପରି ଯୁବ ପିଢୀ ଆଜି ଦିଗହରା | BJD system କୁ ହାଇଯାକ କରିବାକୁ କ୍ରୀତଦାସ ଏବଂ ତାଙ୍କ କୋଟେରି ଗ୍ରୁପ୍ ଙ୍କ ଉଦ୍ୟମ କୁ ସଫଳ କରେଇ ଦିଆ ଯିବା ଉଚିତ୍ କି ?

ହାରୁ ନେତା ମଇଦାନ ଛାଡ,
ଯୁବ ପିଢୀ ଆଗେ ବଢ଼ୋ,
ଆଉ କେତେଦିନ ଏଇ ଶୁଖିଲା ଅହଙ୍କାରୀ ଙ୍କୁ ଦବା ସମ୍ମାନ,
ଏଇ ଛଦ୍ମବେଶୀ ମାନେ ଭାବୁଛନ୍ତି ମନେ ମନେ ଆମେ ଭଗବାନ୍,
ଆସ ବନ୍ଧୁ ସ୍ୱର ମିଶାଇ ଦେବା ଆହ୍ବାନ,
ଆରମ୍ବ କରିବା ଓଡିଶା ବଞ୍ଚାଅ ଅଭିଯାନ!
କୋଟେରି ହାଟାଅ BJD ବଞ୍ଚାଅ…
ଜଯ ଜଗନ୍ନାଥ 🙏