ମେଷ      ଆପଣଙ୍କର ସକାରାତ୍ମକତା ବଜାୟ ରହିବ। କାମରେ ମନ ଲାଗିବ। ବ୍ୟବସାୟ କରୁଥିବା ମହିଳାଙ୍କର ଆୟରେ ବୃଦ୍ଧି ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।

ବୃଷ        ସଠିକ୍ ଯୋଜନା ଦ୍ୱାରା ନିଜ କ୍ୟାରିଅରରେ ପରିବର୍ତ୍ତନ ଆଣିବେ। ଗଣମାଧ୍ୟମ କର୍ମଚାରୀ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

ମିଥୁନ      ବନ୍ଧୁବର୍ଗଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ନକାରାତ୍ମକ ଜିନିଷ ଠାରୁ ଦୂରରେ ରହନ୍ତୁ। କ୍ୟାରିଅର ନେଇ ଗୁରୁଙ୍କ ଠାରୁ ସହଯୋଗ ପାଇବେ।

କର୍କଟ   ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅସହାୟଙ୍କୁ ଭୋଜନ କରାନ୍ତୁ, ମନ ଭଲ ରହିବ। ଅଫିସରେ ନୂଆ ଦାୟିତ୍ୱ ଗ୍ରହଣ କରିବେ।

ସିଂହ       ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ କାମ କରିବା କଳାରେ ଲୋକେ ପ୍ରଭାବିତ ହେବେ। ବିଦ୍ୟାର୍ଥୀ ଲକ୍ଷ୍ୟ ପ୍ରାପ୍ତି ଲାଗି ଶିକ୍ଷକଙ୍କର ସହଯୋଗ ପାଇବେ।

କନ୍ୟା     ବଡ଼ ଭାଇ ଆପଣଙ୍କ ସହିତ କୌଣସି ବିଷୟରେ ଚର୍ଚ୍ଚା କରିବେ। ଜମିବାଡ଼ି କିଣିବା ଲାଗି ବାରମ୍ବାର ଯାଆସ କରିବାକୁ ପଡ଼ିପାରେ। ରାଜନେତା ବିରୋଧର ସମ୍ମୁଖୀନ ହୋଇପାରନ୍ତି।

ତୁଳା       ଖଣିଜ ପଦାର୍ଥ ବ୍ୟବସାୟୀଙ୍କର ଭଲ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଅଜଣା ବ୍ୟକ୍ତିଙ୍କ ସହିତ ବିବାଦ କରନ୍ତୁ ନାହିଁ।

ବିଛା       ପୈତୃକ ସମ୍ପତ୍ତି ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନ ସହିତ ସମ୍ବନ୍ଧରେ ମଧୁରତା ଆସିବ। ବାଣିଜ୍ୟ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ଧନୁ        ଅନ୍ୟକୁ ଯଥାସମ୍ଭବ ସାହାଯ୍ୟ କରିବେ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବ। ଗଣମାଧ୍ୟମରେ ଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇପାରନ୍ତି।

ମକର     ଶାନ୍ତ ମନରେ ଦିନଟି ଆରମ୍ଭ କରିବେ। ବିଶେଷ କାମରେ ବାଧା ଆସିବ, ହେଲେ ସନ୍ଧ୍ୟା ସୁଦ୍ଧା ଦୂର ହୋଇଯିବ। ମହିଳା ଅନ୍‌ଲାଇନ୍‌ରେ ଯୋଗର ତାଲିମ ନେଇ ପାରନ୍ତି।

କୁମ୍ଭ     ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଖୁସି ଖବର ପାଇବେ। ରୋଜଗାରର ନୂଆ ଅବସର ଅଛି।

ମୀନ       ଜମିବାଡ଼ି ସମ୍ବନ୍ଧୀୟ କାମ ବାରମ୍ବାର ଯାଆସ ପରେ ହୋଇଯିବ। ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ଦର୍ଜୀ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ।