ବୃଷ (Taurus)

ପାରିବାରିକ କଳହରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ।

ମିଥୁନ (Gemini)

ଆଜି ଆପଣଙ୍କର ସୃଜନଶୀଳ ଶକ୍ତି ବଢ଼ିବ। ନୂତନ ବନ୍ଧୁ ସଂଖ୍ୟା ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ।

କର୍କଟ (Cancer)

ଅଯଥା ଖର୍ଚ୍ଚ ବଢ଼ିପାରେ, ତେଣୁ ନିୟନ୍ତ୍ରଣ ରଖନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ମନ ଅଶାନ୍ତ ରହିପାରେ, ଶାନ୍ତି ପାଇଁ ଈଶ୍ୱରଙ୍କ ଆରାଧନା କରନ୍ତୁ।

ସିଂହ (Leo)

ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଲାଭଦାୟକ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା (Virgo)

ଦୂରଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରେ।

ତୁଳା (Libra)

ଆଜି ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ନୂଆ କାମ ଆରମ୍ଭ କରିବା ପାଇଁ ଶୁଭ ଦିନ। ଧର୍ମକାର୍ଯ୍ୟରେ ମନ ଲାଗିବ।

ବିଛା (Scorpio)

ଆଜି ସାବଧାନରେ ରୁହନ୍ତୁ, ଦୁର୍ଘଟଣାର ଭୟ ରହିଛି। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

ଧନୁ (Sagittarius)

ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ। ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ।

ମକର (Capricorn)

ଶତ୍ରୁମାନେ ପରାଜିତ ହେବେ। କୋର୍ଟ କଚେରୀ ମାମଲାରେ ଶୁଭ ଫଳ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

କୁମ୍ଭ (Aquarius)

ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ (Pisces)

ମାତୃ ପକ୍ଷରୁ ସହଯୋଗ ମିଳିବ। ଗୃହରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ମାନସିକ ଶାନ୍ତି ଅନୁଭବ କରିବେ।