ରାଶି,ଶୁଭାଶୁଭ ଫଳ

ମେଷ,ଶାରୀରିକ ସୁସ୍ଥତା ଅନୁଭବ କରିବେ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।

ବୃଷ,ଆଜି ଆପଣଙ୍କ ପାଇଁ ବ୍ୟୟ ବୃଦ୍ଧିର ଯୋଗ ରହିଛି। ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ସେବା କରନ୍ତୁ।

ମିଥୁନ,ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ,କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଶତ୍ରୁମାନେ ପରାଜିତ ହେବେ।

ସିଂହ,ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ। ଦୂରଯାତ୍ରା ସଫଳ ହେବ।

କନ୍ୟା,ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କାର୍ଯ୍ୟରେ ବାଧା ଉପୁଜିଲେ ବି ଧୈର୍ଯ୍ୟ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ।

ତୁଳା,ଦାମ୍ପତ୍ୟ ଜୀବନ ମଧୁର ହେବ। ବ୍ୟବସାୟିକ ଚୁକ୍ତି ସଫଳ ହେବ। ବନ୍ଧୁମାନଙ୍କ ସହଯୋଗ ପାଇବେ।

ବିଛା,ଶରୀର ସୁସ୍ଥ ରହିବ। ପ୍ରତିଯୋଗିତାରେ ସଫଳତା ମିଳିବ। ଅଟକି ରହିଥିବା ଅର୍ଥ ହସ୍ତଗତ ହେବ।

ଧନୁ,ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଶୁଭ। ନୂତନ ଯୋଜନା ପ୍ରସ୍ତୁତ କରିବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ।

ମକର,ପାରିବାରିକ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ। ଯାନବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

କୁମ୍ଭ,ପଡ଼ୋଶୀ ଓ ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଭ୍ରମଣର ଯୋଗ ରହିଛି।

ମୀନ,ଆର୍ଥିକ ଉନ୍ନତି ପାଇଁ ନୂତନ ମାର୍ଗ ଖୋଲିବ। ପରିବାରରେ ଖୁସିର ପରିବେଶ ରହିବ। ମିଷ୍ଟାନ୍ନ ଭୋଜନ ମିଳିବ।