ମେଷ (Aries):

ଆଜି କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିପତ୍ତି ବୃଦ୍ଧି ପାଇବ। ଅଟକି ରହିଥିବା ଧନ ଫେରିପାଇବେ। ପରିବାରରେ ଶାନ୍ତି ରହିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରୁହନ୍ତୁ।

 

ବୃଷ (Taurus):

ଆର୍ଥିକ ଦିଗରୁ ଦିନଟି ଅତ୍ୟନ୍ତ ଶୁଭ। ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ। ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

 

ମିଥୁନ (Gemini):

ଆଜି ମନରେ କିଛି ଦ୍ୱନ୍ଦ୍ୱ ରହିପାରେ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

 

କର୍କଟ (Cancer):

ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ।

 

ସିଂହ (Leo):

ପରିଶ୍ରମର ଫଳ ବିଳମ୍ବରେ ମିଳିଲେ ମଧ୍ୟ ସନ୍ତୋଷଜନକ ହେବ। କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ। ଗୁପ୍ତଶତ୍ରୁମାନେ ସକ୍ରିୟ ରହିପାରନ୍ତି।

 

କନ୍ୟା (Virgo):

ଆଜି ଆପଣଙ୍କ ପାଇଁ ଏକ ଭାଗ୍ୟଶାଳୀ ଦିନ। ପୁରୁଣା ନିବେଶରୁ ଲାଭ ପାଇବେ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ।

 

ତୁଳା (Libra):

କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ପରିବାରରେ କୌଣସି ବିଷୟକୁ ନେଇ ସାମାନ୍ୟ ମତଭେଦ ଦେଖାଦେଇପାରେ। ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

 

Scorpio (ବିଛା):ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। ନିଜର ଆତ୍ମବିଶ୍ୱାସ ବଳରେ ଜଟିଳ କାର୍ଯ୍ୟକୁ ସହଜ କରିବେ। କ୍ଷୁଦ୍ର ଯାତ୍ରା ଲାଭଦାୟକ ହେବ।

 

ଧନୁ (Sagittarius):

ଆୟ ବୃଦ୍ଧି ପାଇବା ସହ ସଞ୍ଚୟ କରିବାରେ ସଫଳ ହେବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆତ୍ମୀୟ ସ୍ୱଜନଙ୍କ ଆଗମନ ହୋଇପାରେ।

 

ମକର (Capricorn):

ଆଜି ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ନୂତନ ବସ୍ତ୍ର କିମ୍ବା ଅଳଙ୍କାର କ୍ରୟ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀମାନେ ପରାଜିତ ହେବେ।

 

କୁମ୍ଭ (Aquarius):

ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଆଜି କୌଣସି କଥାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ, ଧୈର୍ଯ୍ୟ ରଖନ୍ତୁ।

 

ମୀନ (Pisces):

ଆୟର ନୂଆ ଉତ୍ସ ସୃଷ୍ଟି ହେବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଉନ୍ନତି ଆସିବ ଏବଂ ଶୁଭ ଖବର ପାଇବେ।