ଆଜିର ପଞ୍ଚାଙ୍ଗ: ୩୦ ଏପ୍ରିଲ ୨୦୨୬, ଗୁରୁବାର

  • ତିଥି: ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ (ରାତି ୯:୧୨ ପର୍ଯ୍ୟନ୍ତ), ପରେ ପୂର୍ଣ୍ଣିମା
  • ନକ୍ଷତ୍ର: ଚିତ୍ରା (ରାତି ୨:୧୬ ପର୍ଯ୍ୟନ୍ତ)
  • ବିଶେଷ: ଆଜି ନରସିଂହ ଜୟନ୍ତୀ ଏବଂ ଛିନ୍ନମସ୍ତା ଜୟନ୍ତୀ। ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ଅନୁଷ୍ଠିତ ହେବ। ବୁଧ ଗ୍ରହ ଆଜି ପ୍ରାତଃକାଳରେ ମୀନ ରାଶିରୁ ମେଷ ରାଶିକୁ ଚଳନ କରିବେ।

ଦୈନିକ ରାଶିଫଳ (Daily Horoscope)

ମେଷ (Aries)

ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠାରୁ ଅଧିକ ଲାଭ ମିଳିପାରେ। ଚାକିରିଜୀବୀମାନେ ଅଧିକ ପରିଶ୍ରମ କରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ, କିନ୍ତୁ କିଛି କାରଣରୁ ସ୍ୱଭାବରେ ବିରକ୍ତିଭାବ ଆସିପାରେ।

ବୃଷ (Taurus)

ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ବୁଧଙ୍କ ଚଳନ ଯୋଗୁଁ ଖର୍ଚ୍ଚ ବୃଦ୍ଧି ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ଆୟର ନୂତନ ମାର୍ଗ ଖୋଲିବ।

ମିଥୁନ (Gemini)

ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇବାରେ ସଫଳ ହେବେ। ଘରୋଇ ଖର୍ଚ୍ଚ ବଢ଼ିପାରେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ।

କର୍କଟ (Cancer)

କ୍ୟାରିୟରରେ ଉନ୍ନତି ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନୂତନ କାର୍ଯ୍ୟର ସୁଯୋଗ ମିଳିପାରେ, କିନ୍ତୁ ବରିଷ୍ଠଙ୍କ ସହ କଥାବାର୍ତ୍ତାରେ ସଂଯମ ରକ୍ଷା କରନ୍ତୁ।

ସିଂହ (Leo)

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟିକ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି।

କନ୍ୟା (Virgo)

ଦିନଟି କିଛି ଶୁଭ ଘଟଣାରୁ ଆରମ୍ଭ ହେବ। ପାରିବାରିକ ଦାୟିତ୍ୱ ନିର୍ବାହ କରିବାରେ ଆପଣଙ୍କର ପ୍ରମୁଖ ଭୂମିକା ରହିବ। ତଥାପି, ଅପ୍ରତ୍ୟାଶିତ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସଜାଗ ରୁହନ୍ତୁ।

ତୁଳା (Libra)

ବ୍ୟବସାୟରେ ଅଂଶୀଦାରଙ୍କ ଠାରୁ ଲାଭ ମିଳିବ। ଆର୍ଥିକ ଯୋଜନା ପ୍ରସ୍ତୁତ କରିବେ। ବିବାହ ସମ୍ବନ୍ଧୀୟ ବାଧା ଦୂର ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

ବିଛା (Scorpio)

ସମସ୍ୟାର ସମାଧାନ ପାଇଁ ନୂଆ ରାସ୍ତା ଖୋଜି ପାଇବେ। ବେପାରରେ ଧନଲାଭର ଯୋଗ ରହିଛି। ପରିବାର ସହିତ ଅଧିକ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ଉତ୍ତମ ସୁଯୋଗ ପାଇବେ।

ଧନୁ (Sagittarius)

ଅଚାନକ କୌଣସି ବନ୍ଧୁଙ୍କ ଆଗମନ ହୋଇପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦ ଉପୁଜିପାରେ। ମାନସିକ ସ୍ତରରେ ଟିକେ ଚିନ୍ତିତ ରହିପାରନ୍ତି।

ମକର (Capricorn)

କୌଣସି ନକାରାତ୍ମକ ଖବରରେ ବିଚଳିତ ହୁଅନ୍ତୁ ନାହିଁ। ଭାବପ୍ରବଣ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସଫଳତା ମିଳିବ।

କୁମ୍ଭ (Aquarius)

ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଭବିଷ୍ୟତ ଯୋଜନାକୁ ନେଇ ଅଧିକ ଗମ୍ଭୀର ରହିବେ। ଶୁଭଚିନ୍ତକଙ୍କ ଠାରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦେବା ଆବଶ୍ୟକ।

ମୀନ (Pisces)

ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମିଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରଶଂସିତ ହେବେ। ନୂତନ କର୍ମାରମ୍ଭ ପାଇଁ ଦିନଟି ବହୁତ ଭଲ। ପଡ଼ୋଶୀ ଓ ଆତ୍ମୀୟଙ୍କ ସହଯୋଗ ମିଳିବ।