• Latest
  • Trending
‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

Oct-14-2025 08:43 AM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST

କ’ଣ କହୁଛି ଆଜିର ରାଶିଫଳ

Dec-28-2025 08:58 AM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
  • About
  • Careers
  • Contact Us
Monday, December 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

by M M
Oct-14-2025 08:43 AM IST
in ଦେଶ ବିଦେଶ
0
‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ
493
SHARES
1.4k
VIEWS
Share on FacebookShare on Twitter

ନବସୃଜନକୁ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ଭାରତର ବଡ଼ ପଦକ୍ଷେପ ।  ବିକଶିତ ଭାରତ ବିଲ୍ଡାଥନ୍ 2025ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୧ କୋଟି ଛାତ୍ରଛାତ୍ରୀଙ୍କୁ ନବସୃଜନଶୀଳ ଚିନ୍ତାଧାରା ଅଭ୍ୟାସ କରିବାକୁ ପ୍ରେରଣା ଦେବ ଏହି ଅଭିଯାନ  । ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ସମୃଦ୍ଧ ଭାରତକୁ ଗୁରୁତ୍ବ ଦେବ ।

‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’  ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ । ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ । ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଠାରୁ ସୃଷ୍ଟି ହୋଇଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ।

ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଆମର ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଗଠନ ହେବ । ଆମର ଛାତ୍ରଛାତ୍ରୀମାନେ ସେମାନଙ୍କର ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ ଭାରତ ତଥା ବିଶ୍ୱ ପାଇଁ ଇତିହାସ ଲେଖିବେ । ଏହି ଅବସରରେ ଶ୍ରୀ ପ୍ରଧାନ ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପାଠପଢାର ମନୋଭାବକୁ ପ୍ରଶଂସା କରିଥିଲେ । ସେହିପରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଥିବା ନବସୃଜନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ ।

ଏହି ଯୁବ ଉଦ୍ଭାବକମାନଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷା ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନଙ୍କର କୌତୁହଳ, ସୃଜନଶୀଳତା ଏବଂ ଉଦ୍ଭାବନ ଭାରତକୁ ଆଗକୁ ନେବ । ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଶିକ୍ଷା ମନ୍ତ୍ରଣାଳୟ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ ରଖିଛି ।ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ – ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ ‘ଭୋକାଲ୍ ଫର୍ ଲୋକାଲ’, ‘ଆତ୍ମନିର୍ଭର ଭାରତ’, ‘ସ୍ୱଦେଶୀ’, ଏବଂ ‘ସମୃଦ୍ଧି’ ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ ।

Share197Tweet123
M M

M M

ଆଜିର ପାଗ

Bhubaneswar
December 29, 2025, 5:27 PM
 

ENE
Mainly clear
23°C
0.9 m/s
Apparent: 17°C
Pressure: 1016 mb
Humidity: 95%
Winds: 0.9 m/s ENE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

December 29, 2025

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

December 29, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom