ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲୁଙ୍କ ଉପରେ ବର୍ଷିଛନ୍ତି । ବିହାରକୁ ଆଉ ଲଣ୍ଠନର ଆବଶ୍ୟକତା ନାହିଁ । ବିହାରରେ ଆଉ ଜଙ୍ଗଲରାଜ ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।   ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତିପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦି ଏଭଳି କହିଛନ୍ତି | ଏହି ନିର୍ବାଚନୀ ସଭାରେ ସେ ଲାଲୁ ଯାଦବଙ୍କ ପରିବାର ଉପରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ ଏହି ଲୋକମାନେ ଜାମିନରେ ଅଛନ୍ତି। ଏହି ଲୋକମାନଙ୍କ ପାଇଁ ବିହାରରେ ଜଙ୍ଗଲରାଜ ଚାଲିଥିଲା । ଆଇନକାନୁନକୁ କେହି ଖାତିର କରୁନଥିଲେ ।  ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏବେ ଏନଡିଏ ସରକାର ଗରିବଙ୍କ ସେବା କରୁଛି। ନୀତିଶ କୁମାରଙ୍କ କଥା ଉଠାଇ ସେ କହିଥିଲେ ଯେ ଏଥର ପୁଣି ଥରେ ବିହାରରେ ସୁଶାସନର ସରକାର ଆସିବ। ନୀତିଶ କୁମାରଙ୍କ ସରକାର ସମୟରେ ବିହାର ବିକାଶ କରୁଛି । ମହିଳାମାନଙ୍କୁ, କୃଷକମାନଙ୍କୁ ବିହାର ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ଲାଲୁଙ୍କ ସରକାର ସମୟକୁ ମନେ ପକାଇ କହିଛନ୍ତି ଯେ ନବେ ଦଶକରେ ବିହାରରେ ଯେପରି ଜଙ୍ଗଲରାଜ ଚାଲିଥିଲା ତାହା ଆପଣମାନେ ଦେଖିଛନ୍ତି ।  ଲାଲୁ ପ୍ରସାଦ ଏବଂ ରାବ୍ରୀ ଦେବୀଙ୍କ ଆରଜେଡି ସରକାର ସମୟରେ ବିହାରରେ ବଳ ଯାହାର ରାଜ୍ୟ ତାହାର ନୀତି ଚାଲିଥିଲା । ବିହାର ଲୋକମାନେ ଦୁର୍ନୀତିର “ଜଙ୍ଗଲ ରାଜ୍” କୁ ପୁଣି ଫେରିବା ପାଇଁ ସୁଯୋଗ ନଦେବାକୁ କହିଛନ୍ତି ରେଲଓ୍ବେରେ ଚାକିରି କରିବା ପାଇଁ ଜମି ଲାଂଚ କଥା ମନେ ପକାଇଦେଇଥିଲେ ମୋଦି ।  ୧୮ରୁ୪୫ ବୟସ ବର୍ଗର ଯୁବକମାନେ ଆଉ ଜଙ୍ଗଲରାଜ ଚାହାଁନ୍ତି ନାହିଁ ବୋଲି ମୋଦି କହିଥିଲେ ।

ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ଏବେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି | ଏହି ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ନୀତିଶ କୁମାର କହିଛନ୍ତି ଲୋକମାନେ ଲାଲୁଙ୍କ ଶାସନକୁ ଦେଖିଛନ୍ତି । ଆଉ ଏବେ ସରକାର କିପରି କାମ କରୁଛି ତାହା ଦେଖୁଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ସେ ଆରଜେଡି ସହିତ ମେଣ୍ଟ କରି ଭୁଲ କରିଥିଲେ। ଏବେ ଆଉ ସେପରି ଭୁଲ କରିବେ ନାହିଁ । ବିହାରର ଉନ୍ନନି ପାଇଁ କାମ କରିବେ ବୋଲି କହିଛନ୍ତି ନୀତିଶ କୁମାର ।