ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ ଆଜି  ସିଡନିରେ  ଖେଳାଯାଉଛି ।  ସିଡନି କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ରେ ଭାରତ ବନାମ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ (ଓଡିଆଇ) ମ୍ୟାଚ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି ।  ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚରେ (ପର୍ଥରେ ୭ ଉଇକେଟରେ ଏବଂ ଆଡିଲେଡରେ ୨ ଉଇକେଟରେ) ଜିତି  ସିରିଜ୍ ୨-୦ରେ ଆଗୁଆ ଥାଇଛି। ଭାରତୀୟ ଟିମ୍ ପାଇଁ ଏହା ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ବାର ସିରିଜ୍ ସ୍ୱୀପ୍ (୩-୦ ହାର) ରୋକିବାର ସୁଯୋଗ ଆଣିପାରେ ।
ଭାରତୀୟ ଅଧିନାୟକ ଶୁଭମାନ୍ ଗିଲ୍‌ଙ୍କ ନେତୃତ୍ୱରେ ଟିମ୍ ଏକ ଭଲ ପ୍ରଦର୍ଶନର ଆଶା ରଖୁଛି। ଭାରତୀୟ ଟିମ୍‌ରେ ନିତୀଶ୍ କୁମାର୍ ରେଡ୍ଡି , ଅର୍ଶଦୀପ ଆଜି ଖେଳୁନାହାଁନ୍ତି । ପ୍ରସିଦ୍ଧି କୃଷ୍ଣା, କୁଲଦୀପ୍ ୟାଦବ୍ ଆଜି ଖେଳୁଛନ୍ତି ।  ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ବ୍ୟାଟିଂ ଅସ୍ଥିର ରହିଛି। ପର୍ଥରେ ବର୍ଷା ପ୍ରଭାବରେ  ୧୮୮ ରନ କରିଥିଲା ଭାରତ ।  ଦ୍ୱିତୀୟ ମ୍ୟାଚରେ ରୋହିତ୍ ଶର୍ମା ୭୩ ରନ୍ କରି ଭାରତକୁ ୨୬୪/୯ରେ ପହଞ୍ଚାଇଥିଲେ, କିନ୍ତୁ ବିରାଟ୍ କୋହଲି ଦୁଇଟି ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ । ଆଜି ତାଙ୍କଠାରୁ ବଡ଼ ଇନିଂଶ ଦର୍ଶକ ଆଶା ରଖିଛନ୍ତି ।
ପୂର୍ବ ମ୍ୟାଚରେ ବାର୍ଟଲେଟ୍‌ଙ୍କ ସ୍ୱିଙ୍ଗ୍ ଭାରତୀୟ ଟପ୍ ଅର୍ଡର୍‌କୁ ଭାଙ୍ଗିଥିଲା। ମ୍ୟାଟ୍ ଶର୍ଟ୍ ଏବଂ ଟ୍ରାଭିସ୍ ହେଡ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସିଡନିରେ ଦେଖିବାକୁ ମିଳିବ ।  ଅଧିନାୟକ ମିଚେଲ୍ ମାର୍ଶ୍ ଫର୍ମରେ ଥିବାରୁ ଟପ୍ ଅର୍ଡର୍‌ରେ ସ୍ଥିରତା ଆଣିବେ। ଭାରତୀୟ ବୋଲିଂ ଆକ୍ରମଣ ସିରାଜ୍, ହର୍ଷିତ୍ ରାଣା, ପ୍ରସିଧ୍ କୃଷ୍ଣା ଏବଂ କୁଲଦୀପ୍ ୟାଦବଙ୍କ ଉପରେ ନିର୍ଭର କରିବ । 
ଏହି ମ୍ୟାଚରେ ଭାରତକୁ ଉନ୍ନତ ଫିଲ୍ଡିଂ ଏବଂ ବୋଲିଂ କରିବା ନିହାତି  ଆବଶ୍ୟକ। ଏହି ମ୍ୟାଚ୍‌ ଜିତି ଶୁବମନ ଗିଲ୍‌ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍‌ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ‌ଏହି ମ୍ୟାଚ୍‌ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।

ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍‌ ହାଜେଲ୍‌ଉଡ୍‌ଙ୍କ ବିପକ୍ଷରେ ଖେଳିବାରେ ବିଫଳ ‌ହୋଇଛନ୍ତି। ପର୍ଥ ପରି ଆଡିଲେଡ୍‌ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍‌ ଶୀଘ୍ର ହରାଇଥିଲା ଭାରତ। କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇ ଚର୍ଚାରେ ଅଛନ୍ତି । ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍‌ରେ ୭୩ ରନ୍‌ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି।