• Latest
  • Trending
ହରିୟାଣା ‘ଭୋଟ୍ ଚୋରି’ ଅଭିଯୋଗରେ ଟ୍ୱିଷ୍ଟ: ବ୍ରାଜିଲୀୟ ମଡେଲ୍‌ଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା!

ହରିୟାଣା ‘ଭୋଟ୍ ଚୋରି’ ଅଭିଯୋଗରେ ଟ୍ୱିଷ୍ଟ: ବ୍ରାଜିଲୀୟ ମଡେଲ୍‌ଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା!

Nov-06-2025 03:01 PM IST

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

Dec-30-2025 06:47 PM IST
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

Dec-30-2025 03:15 PM IST
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

Dec-30-2025 03:08 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
  • About
  • Careers
  • Contact Us
Tuesday, December 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ହରିୟାଣା ‘ଭୋଟ୍ ଚୋରି’ ଅଭିଯୋଗରେ ଟ୍ୱିଷ୍ଟ: ବ୍ରାଜିଲୀୟ ମଡେଲ୍‌ଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା!

by M M
Nov-06-2025 03:01 PM IST
in ଦେଶ ବିଦେଶ
0
ହରିୟାଣା ‘ଭୋଟ୍ ଚୋରି’ ଅଭିଯୋଗରେ ଟ୍ୱିଷ୍ଟ: ବ୍ରାଜିଲୀୟ ମଡେଲ୍‌ଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା!
494
SHARES
1.4k
VIEWS
Share on FacebookShare on Twitter

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୫ ନଭେମ୍ବର ୨୦୨୫ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ରେ ହୋଇଥିବା  ‘ଭୋଟ୍ ଚୋରି’ ମାମଲାକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଦାବି କରିଛନ୍ତି ଯେ ହରିୟାଣାର ଭୋଟର ତାଲିକାରେ ପ୍ରାୟ ୨୫ ଲକ୍ଷ ଜାଲ୍ ଭୋଟର ଅଛନ୍ତି। ସେ ଏକ ଉଦାହରଣ ଦେଇ କହିଥିଲେ ଯେ ଜଣେ ମହିଳାଙ୍କର ଫଟୋ ୧୦ଟି ଭିନ୍ନ ଭିନ୍ନ ବୁଥ୍‌ରେ ୨୨ ଥର ଅଲଗା ଅଲଗା ନାମରେ ସୀମା, ସ୍ୱିଟୀ, ସରସ୍ୱତୀ, ରଶ୍ମି, ୱିଲ୍ମା ଇତ୍ୟାଦି ବ୍ୟବହୃତ ହୋଇଛି। ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ, “ଏହି ବ୍ରାଜିଲୀୟ ମଡେଲ୍ ହରିୟାଣାରେ ୨୨ ଥର ଭୋଟ୍ କିପରି ଦେଇପାରିବେ?”

ଯେଉଁ ବ୍ରାଜିଲୀୟ ମଡେଲ୍‌ଙ୍କ ଫଟୋ ବ୍ୟବହାର ହୋଇଥିବା କୁହାଯାଉଛି, ସେହି ମଡେଲ ହେଉଛନ୍ତି ଲାରିସା । ସେ ନିଜ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି:  “ବନ୍ଧୁଗଣ, ମୁଁ ଆପଣଙ୍କୁ ଏକ ମଜାକ କହୁଛି। ଲୋକମାନେ ମୋର ପୁରୁଣା ଫଟୋ ବ୍ୟବହାର କରୁଛନ୍ତି, ଯେତେବେଳେ ମୁଁ ୧୮-୨୦ ବର୍ଷର ଥିଲି। ସେମାନେ ମୋତେ ଭାରତୀୟ ଦେଖାଇ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହା କି ବାଉଳାମି? ଆମେ କେଉଁ ଦୁନିଆରେ ବଞ୍ଚୁଛୁ? ଓ ମାଏ ଗଡ୍, ଏ କି କ୍ରେଜିନେସ୍!” ସେ ଏହା ମଧ୍ୟ କହିଛନ୍ତି ଯେ ଅନେକ ଭାରତୀୟ ରିପୋର୍ଟର୍ ତାଙ୍କ ସେଲୁନ୍ ଏବଂ ଇନଷ୍ଟାଗ୍ରାମ୍ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରୁଛନ୍ତି, କିନ୍ତୁ ସେ କୌଣସି ସାକ୍ଷାତକାର ଦେବାକୁ ଚାହୁଁନାହାଁନ୍ତି।

“ମୁଁ ଭାରତରେ ଫେମସ୍ ହୋଇଗଲି!” (ମୁଁ ଭାରତରେ ପ୍ରସିଦ୍ଧ ହୋଇଗଲି!) କହି ସେ ହସିଥିଲେ ଏବଂ ଯୋଡ଼ିଥିଲେ, “ମୁଁ ‘ନମସ୍ତେ’ ଜାଣିଛି ଏବଂ ଆହୁରି ଶିଖିବି।” ସେ ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ‘ଷ୍ଟକ୍ ଫଟୋ’ ଏବଂ ସେ ବର୍ତ୍ତମାନ ମଡେଲିଂ କରୁନାହାଁନ୍ତି। ତାଙ୍କ ଇନଷ୍ଟାଗ୍ରାମ୍‌ରେ ହଜାର ହଜାର ଭାରତୀୟ ଫଲୋଅର୍ସ ବୃଦ୍ଧି ପାଇଛନ୍ତି।

ରାହୁଲ ଗାନ୍ଧୀ  ବିହାର ବିଧାନସଭା ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଡାକି ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟର କାରଣ ଭୋଟ ଚୋରିକୁ କହିଥିଲେ । ରାହୁଲ କହିଛନ୍ତି, କଂଗ୍ରେସ ଜିତିବା ନେଇ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଭାଜପା ଏବଂ ନିର୍ବାଚନ କମିଶନ (ଇସି) ମିଳିମିଶି ଫଳାଫଳକୁ ଏପଟ ସେପଟ କରିଦେଲେ। ୨୫ ଲକ୍ଷ ଜାଲ୍‌ ଭୋଟର ସୃଷ୍ଟି କରି ସେମାନେ ଜନମତକୁ ନିଜ ସପକ୍ଷକୁ ଟାଣିବାରେ ସକ୍ଷମ ହୋଇଥିବା ରାହୁଲ ଅଭିଯୋଗ ଆଣିଥିଲେ ।  ହରିୟାଣା ବିଧାନସଭା ନିର୍ବାଚନ ବେଳେ ବ୍ରାଜିଲର ଜଣେ ମହିଳା ମଡେଲ ୧୦ଟି ବୁଥ୍‌ରେ ୨୨ ଥର ଭୋଟ ଦେଇଥିଲେ ବୋଲି ସେ କହିଥିଲେ । ବିଭିନ୍ନ ବୁଥ୍‌ରେ ତାଙ୍କର ସ୍ବିଟି, ସୀମା, ସରସ୍ବତୀ ଭଳି ଭିନ୍ନ ଭିନ୍ନ ନାମ ରହିଥିଲା। ତେଣୁ ଏହି ଜାଲିଆତି ଏକ ‘ସେଣ୍ଟ୍ରାଲାଇଜ୍‌ଡ ଅପରେଶନ୍‌’ ବୋଲି ସେ ଅଭିଯୋଗ ଆଣିିଥିଲେ । ଯାହା ତାଙ୍କ ପାଇଁ ଏବେ ବୁମେରାଂ ହୋଇଛି । ଯେଉଁ ମହିଳାଙ୍କ ନାମ ରାହୁଲ ବ୍ୟବହାର କରିଥିଲେ ସେହି ମହିଳାମାନେ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ସେମାନେ ଭୋଟ ଦେବା କହୁଛନ୍ତି ।

ସେପଟେ ଇସି ରାହୁଲଙ୍କ ଦାବିକୁ ଭିତ୍ତିହୀନ ଅଭିଯୋଗ କହି ଖଣ୍ଡନ କରିଛନ୍ତି। ହରିୟାଣା ଭୋଟର ତାଲିକାରେ ଯଦି ଜାଲିଆତି ହୋଇଥିଲା, ତେବେ କଂଗ୍ରେସ ପୂର୍ବରୁ କାହିଁକି ଏହାକୁ ଚ୍ୟାଲେଞ୍ଜ କରି ନ ଥିଲା ବୋଲି ଇସି ଅଧିକାରୀମାନେ ପ୍ରଶ୍ନ କରିଛନ୍ତି। ଯଦି ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଉଥିଲେ, କଂଗ୍ରେସର ବୁଥ୍‌ ଏଜେଣ୍ଟମାନେ କାହିଁକି ତାକୁ ବିରୋଧ କରି ନ ଥିଲେ। ସେହିପରି ଭାଜପା ମଧ୍ୟ ରାହୁଲଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି। ତେବେ ବ୍ରାଜିଲିଆନ ମହିଳା ନିଜର ମତ ରଖିବା ପରେ ଏହି ଖବର ଏବେ ଜୋରଦାର ଚର୍ଚା ହେଉଛି ।

Share198Tweet124
M M

M M

ଆଜିର ପାଗ

Bhubaneswar
December 30, 2025, 11:40 PM
 

ESE
Mainly clear
17°C
0.4 m/s
Apparent: 19°C
Pressure: 1014 mb
Humidity: 98%
Winds: 0.4 m/s ESE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

December 30, 2025
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

December 30, 2025
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

December 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom