• Latest
  • Trending
ବିହାରରେ ପୁଣି ଏନ୍‌ଡିଏ: ୧୩୦ରୁ ୧୬୭ ଆସନ ଜିତିପାରେ

ବିହାରରେ ପୁଣି ଏନ୍‌ଡିଏ: ୧୩୦ରୁ ୧୬୭ ଆସନ ଜିତିପାରେ

Nov-12-2025 10:23 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାରରେ ପୁଣି ଏନ୍‌ଡିଏ: ୧୩୦ରୁ ୧୬୭ ଆସନ ଜିତିପାରେ

ରେକର୍ଡ ୬୮.୮୮% ମତଦାନ

by M M
Nov-12-2025 10:23 AM IST
in ଦେଶ ବିଦେଶ
0
ବିହାରରେ ପୁଣି ଏନ୍‌ଡିଏ: ୧୩୦ରୁ ୧୬୭ ଆସନ ଜିତିପାରେ
491
SHARES
1.4k
VIEWS
Share on FacebookShare on Twitter

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି, ଯେଉଁଥିରେ ଭୋଟରମାନେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟର ୧୨୨ଟି ଆସନରେ ମୋଟ ୬୮.୭୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହି ପର୍ଯ୍ୟାୟରେ ୧୩୦୨ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଏବେ ଇଭିଏମ ମେସିନରେ ସିଲ୍ ହୋଇ ରହିଛି।

ମତଦାନରେ ବଡ଼ ଉତ୍ସାହ

ଦ୍ୱିତୀୟ ପର୍ଯ୍ୟାୟର ମତଦାନ (୬୮.୭୪%) ପ୍ରଥମ ପର୍ଯ୍ୟାୟ (୬୫.୦୮%) ଠାରୁ ଅଧିକ ରହିଛି। ୨୦୨୦ ବିଧାନସଭା ନିର୍ବାଚନ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୦ ପ୍ରତିଶତ ଅଧିକ ମତଦାନ ହୋଇଛି। ଉଭୟ ପର୍ଯ୍ୟାୟକୁ ମିଶାଇ ବିହାରରେ ମୋଟ ୬୬.୯୧ ପ୍ରତିଶତ ମତଦାନ ହୋଇଛି, ଯାହା ରାଜ୍ୟର ନିର୍ବାଚନ ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି।

ମହିଳା ଭୋଟର ଆଗରେ

ଏହି ନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି। ମୋଟ ମତଦାନରେ ମହିଳାମାନଙ୍କ ଅଂଶଗ୍ରହଣ ପୁରୁଷଙ୍କ ଠାରୁ ପ୍ରାୟ ୮.୮ ପ୍ରତିଶତ ଅଧିକ ରହିଛି।

ସର୍ବାଧିକ ମତଦାନ

ସୀମାଞ୍ଚଳ ଅଞ୍ଚଳର କଟିହାରରେ ୭୮.୬୦ ପ୍ରତିଶତ ଏବଂ କିଶନଗଞ୍ଜରେ ୭୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି।  ଐତିହାସିକ ଭାବରେ ଅଧିକ ମତଦାନ ସତ୍ତା ପରିବର୍ତ୍ତନର ସଙ୍କେତ ଦେଉଥିବା ବେଳେ, ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶିତ ଏକ୍‌ଜିଟ୍ ପୋଲ୍‌ଗୁଡ଼ିକ ଏନଡିଏକୁ ବହୁମତ ସହ କ୍ଷମତାକୁ ଫେରିବାର ସମ୍ଭାବନା ଦର୍ଶାଇଛନ୍ତି।

ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟର ନିର୍ଣ୍ଣୟ

କିଶନଗଞ୍ଜରେ ସର୍ବାଧିକ ମତଦାନ ପ୍ରତିଶତ ୭୬.୨୬  ଥିବାବେଳେ କଟିହାରରେ ୭୫.୨୩ ପ୍ରତିଶତ, ପୁର୍ନିଆରେ ୭୩.୭୯ ପ୍ରତିଶତ ରହିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ଶେଷ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିଲେ।

ବିହାରରେ ୯ଟି ସଂସ୍ଥାର ‘ବୁଥ୍‌ ବାହୁଡ଼ା ମତ’ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ନିର୍ବାଚନ ହୋଇଥିବା ୨୪୩ ଆସନରୁ ଏନ୍‌ଡିଏ ମେଣ୍ଟ ୧୩୦ରୁ ୧୬୭ ଆସନରେ ଜିତିବ।

‌ମହାମେଣ୍ଟକୁ ୭୦ରୁ ୧୦୮ ଆ‌ସନ ମିଳିବ ବୋଲି  ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସ୍‌ପି) ବିହାର ନିର୍ବାଚନରେ  କୌଣସି ପ୍ରଭାବ ପକାଇ ପାରିନାହିଁ।  ଜନ ସୁରାଜ ପାର୍ଟି ବିଶେଷ ସଫଳତା ହାସଲ କରିବ ନାହିଁ ‌ବୋଲି ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲ କହୁଛି। ଅଧିକାଂଶ ସଂସ୍ଥା ଜନ ସୁରାଜ ପାର୍ଟିକୁ ୦-୫ ଆସନ ଦେଇଛନ୍ତି।

ଦୈନିକ ଭାସ୍କର ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ଏନ୍‌ଡିଏ ୧୪୫ରୁ ୧୬୦ ଆସନରେ ବିଜୟୀ ହେବ ଏବଂ ମହାମେଣ୍ଟ ୭୩ରୁ ୯୧ ଆସନ  ଜିତିବ।

ମାଟ୍ରିଜ୍‌ ଆକଳନ ଅନୁଯା‌ୟୀ ଏନ୍‌ଡିଏକୁ ୧୪୭ରୁ ୧୬୭ ଆସନ ଏବଂ ମହାମେଣ୍ଟକୁ ୭୦ରୁ୯୦ ଆସନ ମିଳିବ।   ପିପୁଲ୍ସ ଇନ୍‌ସାଇଟ୍‌ ଏବଂ ପିପୁଲ୍ସ ପଲ୍ସ ବୁଥ୍‌ ବାହୁଡ଼ା ମତ ମଧ୍ୟ ବିଜେପି ଏବଂ ଜେଡିୟୁ ପୁଣିଥରେ କ୍ଷମତାକୁ ଫେରିବ ବୋଲି କହିଛି।

ପିପୁଲ୍ସ ଇନସାଇଟ୍‌ ଏନ୍‌ଡିଏ ମେଣ୍ଟକୁ ୧୩୩ରୁ ୧୪୮ ଆସନ ଏବଂ ମହାମେଣ୍ଟକୁ ୮୭-୧୦୨ ଆସନରେ ବିଜୟ ମିଳିବ ବୋଲି ଆକଳନ କରିଛି।

ପିପୁଲ୍ସ ପଲ୍ସ ପୋଲ୍‌ କହିଛି ଯେ ଏନ୍‌ଡିଏ ମେଣ୍ଟ ୧୩୩ରୁ ୧୫୯ ଆସନ  ଏବଂ ମହାମେଣ୍ଟ ୭୫-୧୦୧ ଆସନରେ ଜିତିବ ।  ଜେଭିସି ଅନୁଯାୟୀ ଏନ୍‌ଡିଏ ୧୩୫ରୁ ୧୫୦ ଆସନରେ ଜିତିବ ଏବଂ ମହାମେଣ୍ଟ ୮୮ରୁ ୧୦୩ ଆସନରେ ଜିତିବ।

ପି-ମାର୍କ ଏନ୍‌ଡିଏ ମେଣ୍ଟ ୧୪୨-୧୬୨, ମହାମେଣ୍ଟ ୮୦-୯୮, ଜନ ସୁରାଜ ପାର୍ଟି ୧-୪ ଏବଂ ଅନ୍ୟାନ୍ୟ ୧୦ ଆସନରେ ଜିତିବ ବୋଲି ଆକଳନ କରିଛି।

ପୋଲଷ୍ଟ୍ରାଟ୍‌  ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ଏନଡିଏ ମେଣ୍ଟ ୧୩୩ରୁ ୧୪୮ ଆସନ , ମହାମେଣ୍ଟ ୮୭ରୁ ୧୦୨ ଏବଂ ଅନ୍ୟାନ୍ୟ ୩ରୁ ୫ ଆସନରେ ଜିତିବେ।

ଡିବି ରିସର୍ଚ୍ଚ ବୁଥ୍‌ ବାହୁଡ଼ା ମତ ଏନଡିଏକୁ ୧୩୭ରୁ ୧୫୨ ଏବଂ ମହାମେଣ୍ଟକୁ ୮୩-୯୮ ଆସନ ଦେଇଛି।  ଚାଣକ୍ୟ ଷ୍ଟ୍ରାଟେଜିସ୍‌ ଏନ୍‌ଡିଏ ମେଣ୍ଟକୁ ୧୩୦ରୁ ୧୩୮ ଏବଂ ମହାମେଣ୍ଟ ୧୦୦ରୁ ୧୦୮ ଆସନରେ ଜିତିବ ବୋଲି ଆକଳନ କରିଛି।

ଏକ୍‌ଜିଟ୍‌ ପୋଲ ଆକଳନରୁ ଜଣାପଡ଼ିଛି ଯେ ବିହାରରେ ବିଜେପି ଏକକ ବୃହତ୍ତମ ଦଳ ହେବ। ଦୈନିକ ଭାସ୍କର  ଏକଜିଟ୍‌ ପୋଲ୍‌ ଅନୁଯାୟୀ ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଶୂନ ଆସନ ମିଳିବ।  ମାଟ୍ରିଜ୍‌ ଏବଂ ପିପୁଲ୍ସ ଇନସାଇଟ୍‌ କିଶୋରଙ୍କ ପାଇଁ ସର୍ବାଧିକ ୨ଟି ଆସନ ଆକଳନ କରିଛନ୍ତି।  ତେବେ ପିପୁଲ୍ସ ପଲ୍ସ ପ୍ରଶାନ୍ତ କିଶୋରଙ୍କୁ ୫ଟି ଆସନ ଦେଇଛି।   ଜେଭିସି ଜନ ସୁରାଜ  ମାତ୍ର ଗୋଟିଏ ଆସନରେ ଜିତିବ ବୋଲି ଆକଳନ କରିଛି।  ଉଲ୍ଲେଖଯୋଗ୍ୟ,  ବିହାରରେ ୨୪୩ ଆସନରେ ଭୋଟ୍‌ ଗ୍ରହଣ ହୋଇଛି।  ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ୍‌ ଗ୍ରହଣ ହୋଇଛି।  ନଭେମ୍ବର ୧୪ରେ ଫଳାଫଳ ଆସିବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 12:43 AM
 

S
Overcast
27°C
2.5 m/s
Apparent: 31°C
Pressure: 1007 mb
Humidity: 87%
Winds: 2.5 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom