ଚିଲିକାରେ ଚଳିତ ବର୍ଷର ପ୍ରଥମ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି l ଚିଲିକା ବନ୍ୟପ୍ରାଣୀ ବିଭାଗ 44 ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି l ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି l ଡ଼ିଏଫଓଙ୍କ ସୂଚନା ମୁତାବକ ଆଜି ଅପରାହ୍ନ 3 ଘଟିକାରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ଏବଂ ଦେଇପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ଦୁଇ ପକ୍ଷୀ ଶିକାରୀଙ୍କୁ କାବୁ କରିଥିଲେ l ଗିରଫ ପକ୍ଷୀ ଶିକାରୀ ଦ୍ବୟ ହେଲେ ଭୂଷଣ୍ଡପୁର ଅଞ୍ଚଳର ପ୍ରଦୀପ ମଲିକ (35) ଏବଂ ଭାଲୁ ଭୋଳ (38) l ଉଭୟ ଙ୍କ ନିକଟରୁ ଦୁଇ ଗୋଟି ବ୍ୟାଗ ଜବତ ହୋଇଛି ଯେଉଁଥିରେ 44 ଗୋଟି ମୃତ ବିଦେଶୀ ପକ୍ଷୀ ଥିବା ଜଣାପଡିଛି l ଉଭୟ ଶିକାରୀ ମାଛ ଧରିବା ଆଳରେ ଚିଲିକା ରେ ପ୍ରବେଶ କରି ବିଦେଶୀ ପକ୍ଷୀ ଶିକାର କରିଥିବା ଡ଼ିଏଫଓଙ୍କ କହିଛନ୍ତି l ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମରାଯାଇଥିବା ବନ୍ୟପ୍ରାଣୀ ବିଭାଗ ସନ୍ଦେହ କରୁଥିବା ବେଳେ ସେମାନଙ୍କ ଶବ ବ୍ୟବଛେଦ ପାଇଁ ପଠାଯାଇଛି ଯାହାଦ୍ୱାରା ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ l ସେହିପରି ମୃତ ବିଦେଶୀ ପକ୍ଷୀଙ୍କ ଟିସ୍ୟୁ ନମୁନା ଅଧିକ ପରୀକ୍ଷା ପାଇଁ ଫରେନସିକ ଲାବରୋଟାରୀ କୁ ପଠାଯାଇଥିବା କହିଛନ୍ତି ଡ଼ିଏଫଓଙ୍କ ଶ୍ରୀ ନାୟକ l ଗିରଫ ଦୁଇ ପକ୍ଷୀ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଚଢ଼ାଉ ଜାରିରହିଛି l
















