• Latest
  • Trending
କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

Nov-22-2025 11:17 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

by M M
Nov-22-2025 11:17 AM IST
in ଦେଶ ବିଦେଶ
0
କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ।

ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ ୪ ନୂଆ ଶ୍ରମ ଆଇନ ଯଥା କୋଡ୍‌ ଅଫ୍‌ ଓ୍ବେଜସ୍‌ (୨୦୧୯), ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କୋଡ୍‌ (୨୦୨୦), କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି(୨୦୨୦) ଏବଂ ଅକ୍ୟୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବର୍କିଂ କଣ୍ଡିଶନ୍ସ କୋଡ୍‌ (୨୦୨୦) ଶୁକ୍ରବାର କାର୍ଯ୍ୟକାରୀ ହୋଇଛି।

ଶ୍ରମ ଆଇନରେ ହୋଇଥିବା ସଂସ୍କାର ମଧ୍ୟରେ ରହିଛି ରାତି ଶିଫ୍ଟରେ କାମ କରୁଥିବା କର୍ମଚାରୀଙ୍କ ସମେତ ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ବଢ଼ାଇବା, ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କୁ ବାର୍ଷକ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ, ବିପଜ୍ଜନକ ପ୍ରକ୍ରିୟା ସହ ଜଡ଼ିତ ସଂସ୍ଥା ସମେତ ସମସ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦେଶବ୍ୟାପୀ ଇଏସ୍‌ଆଇସି ସୁବିଧା ଯୋଗାଇଦେବା ଏବଂ ଏକକ ପଞ୍ଜୀକରଣ, ଲାଇସେନ୍ସ ଏବଂ ରିଟର୍ନ ବ୍ୟବସ୍ଥା। ଏହି ସମସ୍ତ ଲେବର କୋଡ୍‌ ସାର୍ବଜନିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ତଥା ଠିକ୍‌ ସମୟରେ ମଜୁରି ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳ ନିମନ୍ତେ ଦୃଢ଼ ମୂଳଦୁଆ ହେବା ସହ ଆମ ଲୋକମାନଙ୍କର ବିଶେଷକରି ନାରୀଶକ୍ତି ଓ ଯୁବଶକ୍ତିଙ୍କ ପାଇଁ ଲାଭଦାୟକ ଅବସର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଏକାଧିକ ପୋଷ୍ଟ ଜରିଆରେ କହିଛନ୍ତି।

ଏହା ଭବିଷ୍ୟତ ପାଇଁ ପ୍ରସ୍ତୁତ ବ୍ୟବସ୍ଥା ସୃଷ୍ଟି କରିବ ଯାହା କର୍ମଚାରୀମାନଙ୍କୁ ଅଧିକାରର ସୁରକ୍ଷା କରିବା ସହ ଭାରତର ଆର୍ଥତ୍କ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ଏହି ସଂସ୍କାର ନିଯୁକ୍ତି ସୃଷ୍ଟି ବଢ଼ାଇବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି କରିବ। ବିକଶିତ ଭାରତ ଦିଗରେ ଆମ ଯାତ୍ରାକୁ ଏହା ତ୍ୱରାନ୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରମ ଆଇନ ନିଯୁକ୍ତିକୁ ବୈଧାନିକ ମାନ୍ୟତା ପ୍ରଦାନ କରିବା ସହ କର୍ମଚାରୀମାନଙ୍କୁ ସୁରକ୍ଷା ବଢ଼ାଇବ ଏବଂ ଶ୍ରମ ବ୍ୟବସ୍ଥାକୁ ସରଳ, ସୁରକ୍ଷିତ ଓ ବୈଶ୍ୱିକ ସ୍ତରୀୟ କରିବ ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।
ଅତିରିକ୍ତ ବ୍ୟବସ୍ଥାଗତ ସଂସ୍କାରରେ ଏକ ଜାତୀୟ ନୂ୍ୟନତମ ବେତନ ଏବଂ ଲିଙ୍ଗଗତ ସମାନତା କାର୍ଯ୍ୟ ନୀତି ରହିଛି। ଏଥିସହିତ ସହାୟକ ଅନୁପାଳନ ପାଇଁ ଇନ୍ସପେକ୍ଟର-କମ୍‌-ଫାସିଲିଟେଟର ମଡେଲ୍‌, ୨ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଜରିଆରେ ବିବାଦର ତ୍ୱରିତ୍‌ ସମାଧାନ, ଜାତୀୟ ପେସାଦାରି ସୁରକ୍ଷା, ସ୍ବାସ୍ଥ୍ୟ ବୋର୍ଡ ରହିଛି। ସରକାର ସବିଶେଷ ନିୟମାବଳୀ ଏବଂ ଯୋଜନା ପାଇଁ ଏବେ ବିଚାରବିମର୍ଶ ଚଳାଇଛନ୍ତି। ଏହି ଆଇନ ଆତ୍ମନିର୍ଭର ଭାରତ ପାଇଁ ମୂଳଦୁଆ ପକାଇବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୫ରେ ସାମାଜିକ ସୁରକ୍ଷା କଭରେଜ୍‌ ୧୯ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୬୪ ପ୍ରତିଶତରୁ ଅଧିକ ହୋଇଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 10:59 PM
 

S
Overcast
27°C
3.2 m/s
Apparent: 31°C
Pressure: 1007 mb
Humidity: 87%
Winds: 3.2 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom