ରାଜ୍ୟ କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖାଯାଇଛି । 6 ଡିସେମ୍ବରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଲେଖାଯାଇଥିବା ଏହି ଚିଠିରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା (ବୈଷୟିଦ/ ମେଡିକାଲ | ବୃତ୍ତିଗତ) ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି । ଏହା ସହ “ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥା”କୁ “ସମ୍ବିଧାନର ନବମ ସୂଚୀ” ରେ ସାମିଲ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ଚିଠିରେ ଦର୍ଶାଯାଇଛି ଯେ ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ ପଛୁଆବର୍ଗ (ଓବିସି ଓ ଏସ୍ଇବିସି ୫୪ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତି ୪୦ ପ୍ରତିଶତ) ଅଟନ୍ତି। ସମ୍ବିଧାନର ୧୬୪(୧) ଧାରା ଅନୁଯାୟୀ ଓଡ଼ିଶାର ଉକ୍ତ ବର୍ଗଙ୍କୁ ଏକ ବିଶେଷ ସୁବିଧା ଦେବାପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ଏହି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସିଛନ୍ତି। ଏ ବିଷୟକୁ ଅତ୍ୟନ୍ତ ଗୁରୁତ୍ଵର ସହ ବିଚାରକୁ ନେଇ ଓଡ଼ିଶା ବିଧାନସଭା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୂରିତ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରିବାକୁ ଆମେ ଅନୁରୋଧ ।
ଚିଠିରେ ଦର୍ଶାଯାଇଛି ଯେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ “ ସାମାଜିକ ନ୍ୟାୟ ଓ ଓଡ଼ିଶା”” ସମାବେଶରେ ପ୍ରସ୍ତାବ ଗ୍ରହଣ କରୁଛୁ ଯେ “ ଓଡ଼ିଶା ବିଧାନସଭା ରାଜ୍ୟ ସରକାରଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୫ (୪) ଓ ୧୬ (୪) ଅନୁଯାୟୀ ସୁପାରିଶ କରୁଛି ଯେ ରାଜ୍ୟର ଓବିସି/ଏସଇବିସି ଏବଂ ଅନୁସୂଚିତ ଜାତି – ଅନୁସୂଚିତ ଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା (ବୈଷୟିଦ/ ମେଡିକାଲ | ବୃତ୍ତିଗତ) ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ତୁରନ୍ତ ଲାଗୁ କରିବା ସଂଗେ ସଂଗେ ଏହି “ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥା”କୁ “ସମ୍ବିଧାନର ନବମ ସୂଚୀ” ରେ ସାମିଲ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ ” ।
ଏଥନିମନ୍ତେ ରାଜ୍ୟ ସରକାର ବିଧାନସଭାରେ ଏକ ସରକାରୀ ପ୍ରସ୍ତାବ ଆଗତ କରିବା ସହ ତାକୁ ସର୍ବଦଳୀୟ ସମର୍ଥନରେ ଗୃହୀତ କରି କେନ୍ଦ୍ର ସରକାରଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାର ଚଳିତ ଅଧୂବେଶନରେ ଗୃହୀତ କରାଇବାକୁ ଅନୁରୋଧ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ।


















