ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତ୍ତି ବିଶ୍ୱ ରାଜନୀତି, ଅର୍ଥନୀତି ଏବଂ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଛି। ଅନେକ ବିଶ୍ଳେଷକଙ୍କ ମତରେ ଟ୍ରମ୍ପଙ୍କ “ଆମେରିକା ଫାଷ୍ଟ” ନୀତି ବିଶ୍ୱର ସନ୍ତୁଳନକୁ ବିଗାଡ଼ି ଦେଇଛି। ଟ୍ରମ୍ପ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ଚୁକ୍ତିରୁ ଓହରି ଯାଇଥିଲେ, ଯାହା ବିଶ୍ୱ ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଥିଲା। ପୃଥିବୀର ପ୍ରଦୂଷଣ ରୋକିବା ପାଇଁ ହୋଇଥିବା ଏହି ଚୁକ୍ତିରୁ ଓହରିଯିବା ଫଳରେ ଜଳବାୟୁ ପରିବର୍ତ୍ତନ ଲଢ଼େଇ ଦୁର୍ବଳ ହୋଇଥିଲା। ଏଥିରୁ ଓହରିଯିବା ପରେ ମଧ୍ୟ-ପ୍ରାଚ୍ୟରେ ଅଶାନ୍ତି ଏବଂ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଥିଲା। ଟ୍ରମ୍ପଙ୍କ ଶାସନ କାଳରେ ଚୀନ ସହିତ ଆରମ୍ଭ ହୋଇଥିବା “ଟ୍ରେଡ୍ ୱାର୍” ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ବିଭିନ୍ନ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଇବା ଫଳରେ ବିଶ୍ୱ ବଜାରରେ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ବ୍ୟବସାୟିକ ସମ୍ପର୍କ ଖରାପ ହୋଇଥିଲା। ଆମେରିକାର ପୁରୁଣା ମିତ୍ର ଦେଶମାନଙ୍କ ସହିତ ଟ୍ରମ୍ପଙ୍କ ସମ୍ପର୍କ ଭଲ ନଥିଲା। ସେ ‘ନାଟୋ’ ସାମରିକ ସଂଗଠନରୁ ଓହରିଯିବାକୁ ଧମକ ଦେବା ଫଳରେ ୟୁରୋପୀୟ ଦେଶଗୁଡ଼ିକରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଥିଲା। ଏହା ରୁଷ ପରି ଦେଶଗୁଡ଼ିକୁ ଅଧିକ ଶକ୍ତିଶାଳୀ ହେବାର ସୁଯୋଗ ଦେଇଥିଲା। ଅନେକ ଗଣତାନ୍ତ୍ରିକ ଦେଶଙ୍କୁ ବିରୋଧ କରିବା ଏବଂ କିଛି ଏକଛତ୍ରବାଦୀ ଶାସକଙ୍କ ସହ ବନ୍ଧୁତା ରଖିବା ଫଳରେ ବିଶ୍ୱରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୁଏ। ତାଙ୍କର “ଉଗ୍ର ଜାତୀୟତାବାଦ” ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସମାନ ବିଚାରଧାରାକୁ ପ୍ରଶ୍ରୟ ଦେଇଛି।

















