ଶ୍ରୀମନ୍ଦିରକୁ ବୋମା ଧମକ । ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ରହିଥିବା ଦେଖିବାକୁ ମିଳିଛି । ଏଥିରେ ଲେଖାଯାଇଛି- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ । ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ । ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ।ତେବେ ଜୁଲି ରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି, ନା ଏହା ଏକ ଫେକ୍ ଆକାଉଣ୍ଟ, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି । ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି ।





/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)





