• Latest
  • Trending
ଉନ୍ମୋଚିତ ହେଲା ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’

ଉନ୍ମୋଚିତ ହେଲା ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’

Jan-29-2026 09:38 AM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Thursday, March 5, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଉନ୍ମୋଚିତ ହେଲା ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’

ଯୁବପିଢ଼ିକୁ ନୈତିକତାର ବାର୍ତ୍ତା ଦେବ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’

by M M
Jan-29-2026 09:38 AM IST
in ରାଜ୍ୟ
0
ଉନ୍ମୋଚିତ ହେଲା ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’
492
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ଏକ ଭବ୍ୟ ସାରସ୍ୱତ ସମାରୋହରେ ଲେଖକ ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦ୍ୱାରା ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ସାହିତ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ଏହି ପୁସ୍ତକ ଦ୍ୱୟ ରଚନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଫେସର କୁମରବର ଦାଶ ସଭାପତିତ୍ୱ କରି ଡ. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପୁସ୍ତକ ଉପରେ ଆଲୋକପାତ କରିଥିଲେ । ଦୁଇଟି ପୁସ୍ତକ ପଢ଼ି ସେ ବିଭୋର ହୋଇଥିବା କହିଥିଲେ । ସେ ପୁସ୍ତକ ପଢ଼ିବା ସହ ସମସ୍ତେ ଭଲ ମଣିଷ ହେବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ. ପ୍ରଭାକର ସ୍ୱାଇଁ ଏବଂ ସମାଜସେବୀ ବିଜୟ କୁମାର ତ୍ରିପାଠୀ ଯୋଗଦେଇ ପୁସ୍ତକ ଦ୍ୱୟର ସମୀକ୍ଷା କରି ଡ. ଦାଶଙ୍କୁ ଢ଼େର ପ୍ରଶଂସା କରିଥିଲେ। ଅତିଥିଙ୍କ ମତରେ, ଆଜିର ସମୟରେ ଏହି ଗ୍ରନ୍ଥଗୁଡ଼ିକ ଯୁବପିଢ଼ିକୁ ନୈତିକତା, ଅହିଂସା ଏବଂ ଜୀବନର ପ୍ରକୃତ ମୂଲ୍ୟବୋଧ ବିଷୟରେ ଶିକ୍ଷା ପ୍ରଦାନ କରିବ।

ଗ୍ରନ୍ଥର ବିଶେଷତ୍ୱ: ସରଳ ଭାଷାରେ ଆଧ୍ୟାତ୍ମିକତାର ବାର୍ତ୍ତା : ଲୋକାର୍ପଣ ଉତ୍ସବରେ ଆଲୋଚନା ଅବସରରେ ଅତିଥିମାନେ ଗ୍ରନ୍ଥଦ୍ୱୟର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ବାଲ୍ମୀକି ରାମାୟଣର ମୂଳ ଭାବଧାରାକୁ ଅତି ସରଳ ଓ ମଧୁର ଓଡ଼ିଆ ଭାଷାରେ ଉପସ୍ଥାପନ କରାଯାଇଛି, ଯାହା ଆଧୁନିକ ପାଠକଙ୍କ ପାଇଁ ସହଜବୋଧ୍ୟ ହେବ।

ଡ. ପୂର୍ଣ୍ଣଚନ୍ଦ୍ର ଦାଶ ତାଙ୍କର ଏହି ଦୁଇଟି ନୂତନ ଗ୍ରନ୍ଥରେ ଓଡ଼ିଶାର ଆଧ୍ୟାତ୍ମିକତା ଏବଂ ଭାରତୀୟ ସଂସ୍କୃତିର ମୂଳ ତତ୍ତ୍ୱକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।

‘ଶ୍ରୀ ରାମାୟଣ’ (Shri Ramayan), ପୁସ୍ତକରେ ଡ. ଦାଶ ବାଲ୍ମୀକି ରାମାୟଣର ସେହି କାଳଜୟୀ ଆଦର୍ଶକୁ ଆଧୁନିକ ପାଠକଙ୍କ ପାଇଁ ସହଜ କରି ଲେଖିଛନ୍ତି । ମୂଳ ସଂସ୍କୃତ ରାମାୟଣର ଗାମ୍ଭୀର୍ଯ୍ୟକୁ ରଖି ମଧ୍ୟ ସେ ଏହାକୁ ଅତି ସରଳ ଓ ମଧୁର ଓଡ଼ିଆ ଭାଷାରେ ଉପସ୍ଥାପନ କରିଛନ୍ତି। ଶ୍ରୀରାମଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ରୂପ ଏବଂ ତାଙ୍କର ନୈତିକତା ଆଜିର ଯୁବପିଢ଼ି ପାଇଁ କିଭଳି ପ୍ରାସଙ୍ଗିକ, ତାହା ସେ ଏଥିରେ ବର୍ଣ୍ଣନା କରିଛନ୍ତି। ପରିବାର, କର୍ତ୍ତବ୍ୟ ଏବଂ ନ୍ୟାୟର ବାର୍ତ୍ତାକୁ ସେ ଶବ୍ଦ ମାଧ୍ୟମରେ ଅତି ନିଖୁଣ ଭାବେ ଚିତ୍ରଣ କରିଛନ୍ତି।

‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’ (Jagannath Bilas Chandrika), ପୁସ୍ତକଟି ସମ୍ପୂର୍ଣ୍ଣ ରୂପେ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ଲୀଳା ଉପରେ ଆଧାରିତ । ଜଗନ୍ନାଥ ସଂସ୍କୃତି କେବଳ ଏକ ଧର୍ମ ନୁହେଁ, ବରଂ ଏକ ମାନବୀୟ ଦର୍ଶନ। ଏହି କଥାକୁ ଡ. ଦାଶ ବହୁତ ଗଭୀର ଭାବେ ଲେଖିଛନ୍ତି। ମହାପ୍ରଭୁଙ୍କର ବିଭିନ୍ନ ବେଶ, ନୀତିକାନ୍ତି ଏବଂ ତାଙ୍କର ସେହି ରହସ୍ୟମୟ ଆଧ୍ୟାତ୍ମିକ ଚମତ୍କାରକୁ ସେ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି। ଜଗନ୍ନାଥ ସଂସ୍କୃତି କିଭଳି ଭେଦଭାବ ଶୂନ୍ୟ ଏବଂ ଅହିଂସାର ପଥ ପ୍ରଦର୍ଶନ କରେ, ତାହାର ଏକ ଚମତ୍କାର ଚିତ୍ର ଏହି ଗ୍ରନ୍ଥରେ ଦେଖିବାକୁ ମିଳେ।

ଲେଖକ ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଆମର ପ୍ରାଚୀନ ଶାସ୍ତ୍ର ଓ ପରମ୍ପରାକୁ ଆଜିର ଯୁବ ସମାଜ ନିକଟରେ ସହଜରେ ପହଞ୍ଚାଇବା, ଯାହାଦ୍ୱାରା ସେମାନେ ନୈତିକତା ଏବଂ ମାନବିକ ମୂଲ୍ୟବୋଧ ବିଷୟରେ ଜାଣିପାରିବେ।

ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତି

ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଏହି ସାରସ୍ୱତ ସମାରୋହରେ କାର୍ଯ୍ୟକ୍ରମର ଅତି ସୁନ୍ଦର ଭାବେ ସଂଯୋଜନା କରିବା ସହ ଲେଖକ ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସାରସ୍ୱତ ସାଧନା ଓ ଲେଖନୀ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ଡ. ଦାଶଙ୍କ ଲେଖାକୁ ନେଇ ଅଧ୍ୟାପକ ରଥ କହିଥିଲେ ଯେ, ଡ. ଦାଶଙ୍କ ଲେଖନୀରେ ଏକ ସ୍ୱତନ୍ତ୍ର ଯାଦୁ ରହିଛି। ସେ ଜଟିଳ ଆଧ୍ୟାତ୍ମିକ ତତ୍ତ୍ୱକୁ ଅତି ସରଳ ଓ ମଧୁର ଶବ୍ଦ ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ସେ ମତ ଦେଇଥିଲେ ଯେ, “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଭଳି ପୁସ୍ତକ କେବଳ ପଢ଼ିବା ପାଇଁ ନୁହେଁ, ବରଂ ଏହା ମଣିଷର ଆତ୍ମାକୁ ଶୁଦ୍ଧ କରିବା ସହ ଜୀବନ ବଞ୍ଚିବାର ପ୍ରକୃତ ମାର୍ଗ ଦେଖାଏ। ଡ. ଦାଶଙ୍କ ଏହି ଗ୍ରନ୍ଥାବଳୀ ଓଡ଼ିଶାର ସନାତନ ସଂସ୍କୃତି ଓ ଜଗନ୍ନାଥ ଚେତନାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାରେ ଏକ ବଳିଷ୍ଠ ମାଧ୍ୟମ ହେବ ବୋଲି ସେ ପ୍ରକାଶ କରିଥିଲେ। ଲେଖକ ନିଜ ଲେଖା ମାଧ୍ୟମରେ ପୁରାତନ ପରମ୍ପରାକୁ ଆଧୁନିକ ପାଠକଙ୍କ ରୁଚି ଅନୁଯାୟୀ ଉପସ୍ଥାପନ କରିଥିବାରୁ ଏହା ସର୍ବଜନଗ୍ରାହ୍ୟ ହୋଇପାରିଛି ବୋଲି ଶ୍ରୀ ରଥ ମତ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଡ. ଦାଶଙ୍କୁ ଜଣେ ନିଷ୍ଠାପର ସାରସ୍ୱତ ସାଧକ ଭାବେ ଅଭିହିତ କରିବା ସହ ତାଙ୍କର ଏହି ଦୁଇଟି କୃତି ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ।

ଏହି ଉତ୍ସବରେ ପୁସ୍ତକର ପ୍ରକାଶିକା ସୁରେଖା ଦାଶଙ୍କ ସମେତ ସହରର ବହୁ ପ୍ରଖ୍ୟାତ ଲେଖକ, ସାହିତ୍ୟ ପ୍ରେମୀ ଏବଂ ସମାଜସେବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବୈନେତେୟ ନାରାୟଣ ଦାଶ ସହଯୋଗ କରିଥିବା ବେଳେ ଏହି ଉତ୍ସବରେ ସୁନାମଧନ୍ୟ ସାମ୍ବାଦିକମାନ, ସମାଜସେବୀଙ୍କୁ ସମ୍ବର୍ଧିତ କରାଯାଇଥିଲା ।

Share197Tweet123
M M

M M

ଆଜିର ପାଗ

Bhubaneswar
March 5, 2026, 3:11 PM
 

N
Clear sky
36°C
3 m/s
Apparent: 29°C
Pressure: 1010 mb
Humidity: 93%
Winds: 3 m/s N
Windgusts: 8.3 m/s
UV-Index: 0
Precip.: 0mm /0% / Rain
Sunrise: 6:03 AM
Sunset: 5:52 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom