କାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ପୂର୍ବତନ ମୁଖ୍ୟ ଜୋ କେଣ୍ଟଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏନେଇ ଏଫବିଆଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
ଯୁଦ୍ଧକୁ ବିରୋଧ କରି ଛାଡିଥିଲେ ପଦ
ରିପୋର୍ଟ ଅନୁସାରେ, ଇରାନ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ପ୍ରଶାସନ ଭିତରେ ମତଭେଦ ସୃଷ୍ଟି ହୋଇଛି । ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ଦେଶର କାଉଣ୍ଟର ଟେରୋରିଜିମ୍ କେନ୍ଦ୍ରର ମୁଖ୍ୟ ଦାୟିତ୍ୱରେ ଥିବା ଜୋ କେଣ୍ଟ ଇସ୍ତଫା ପ୍ରଦାନ କରିଥିଲେ । ନିଜ ଇସ୍ତଫା ପତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେ ଖୋଲା ବିରୋଧ କରିଥିଲେ । ଏପରିକି ଟ୍ରମ୍ପଙ୍କୁ ସମର୍ଥନ କଲେ, ତାଙ୍କୁ ତାଙ୍କ ବିବେକ ବାଧା ଦେଉଛି ବୋଲି ସୋସିଆଲ ମିଡିଆରେ ଜୋ କେଣ୍ଟ ଲେଖିଥିଲେ ।
ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ
ପ୍ରଥମେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜୀବନ ହାନୀ କରିବା ସହ ଦେଶର ସଂପତ୍ତି ନଷ୍ଟ କରୁଛି ବୋଲି ଟ୍ରମ୍ପ କହିଥିଲେ । କିନ୍ତୁ ତାପରେ ଟ୍ରମ୍ପଙ୍କ ନୀତି ନୈତିକତାରେ ପରିବର୍ତ୍ତନ ଆସିଛି ବୋଲି ସୋସିଆଲ ମିଡିଆରେ ବର୍ଷିଥିଲେ କେଣ୍ଟ । ସେ ଦାବି କରିଥିଲେ ଯେ, ଜୁନ୍ ୨୦୨୫ ପର୍ଯ୍ୟନ୍ତ ଟ୍ରମ୍ପ ବିଶ୍ବାସ କରୁଥିଲେ ମିଡିଲ୍ ଇଷ୍ଟରେ ଯୁଦ୍ଧ ଧନଜୀବନ ବରବାଦ କରୁଛି ।
କିନ୍ତୁ ପରେ ଇସ୍ରାଏଲର କିଛି ନେତା ଏବଂ ଆମେରିକା ମିଡିଆ ଜଗତର କିଛି ଶକ୍ତିଶାଳୀ ଲୋକ ଇରାନ୍ ଉପରେ ଆକ୍ରମଣ କରାଇବାକୁ ରାଷ୍ଟ୍ରପତିଙ୍କୁ ଉସୁକାଇଥିଲେ । ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଉସୁକାଇ ଯୁଦ୍ଧ ଆରମ୍ଭ କରିବାକୁ ଏକ ଇକୋ ଚ୍ୟାମ୍ବର ତିଆରି କରାଯାଇଥିଲା । ଏଭଳି କରି ରାଷ୍ଟ୍ରପତିଙ୍କୁ ବିଶ୍ବାସ କରିବାକୁ ବାଧ୍ୟ କରାଯାଇଥିଲା ଯେ, ଇରାନ୍ ଆମେରିକା ପାଇଁ ଏକ ବଡ଼ ବିପଦ ଏବଂ ଇରାନ୍ ଉପରେ ଆକ୍ରମଣ କରିବା ଜରୁରୀI
ଟ୍ରମ୍ପଙ୍କ ପ୍ରତିକ୍ରିୟା
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ କେଣ୍ଟଙ୍କ ଇସ୍ତଫା ନିଷ୍ପତ୍ତି ଦେଶ ପାଇଁ ଭଲ ବୋଲି କହିଥିଲେ । ସୁରକ୍ଷାକୁ ନେଇ ସେ (କେଣ୍ଟ) ଦୁର୍ବଳ ଥିଲେ ବୋଲି ଟ୍ରମ୍ପ ଅଭିଯୋଗ କରିଥିଲେ । ଇରାନ୍ ଉପରେ ଆକ୍ରମଣ ଆମେରିକା ହିତରେ ନୁହେଁ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନଙ୍କୁ ଆମେ ଚାହୁଁନାହୁଁ ବୋଲି ମଙ୍ଗଳବାର ଗଣମାଧ୍ୟମରେ ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ।
ତଦନ୍ତ ଆରମ୍ଭ
କେଣ୍ଟ୍ ଇସ୍ତଫା ଦେବାର୨୪ ଘଣ୍ଟା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଦେଶର ଅନେକ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ତଦନ୍ତ ହେବ । ଯାହାର ଭାର ଏଫବିଆଇ ନେଇଛି ।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








