ଇରାନ ଆମେରିକା ସହ କଥାବାର୍ତ୍ତା ପାଇଁ ବହୁତ ବଡ଼ ବଡ଼ ସର୍ତ୍ତ ରଖିଛି। ସେଗୁଡ଼ିକ ହେଉଛି – ଗଲ୍ଫ ଅଞ୍ଚଳରେ ଥିବା ସବୁ ଆମେରିକୀୟ ସୈନ୍ୟ ଘାଟି ବନ୍ଦ କରିବା, ଯୁଦ୍ଧରେ ହୋଇଥିବା କ୍ଷତି ପାଇଁ ଟଙ୍କା ଦେବା ଏବଂ ଇସ୍ରାଏଲର ହିଜବୁଲ୍ଲାହ ବିରୋଧରେ ଚାଲିଥିବା ଅଭିଯାନ ବନ୍ଦ କରିବା।ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହ ଆଉ ଥରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଇରାନ କହୁଛି ଯେ, ବୁଝାମଣା ପାଇଁ ସର୍ତ୍ତ ବହୁତ କଠିନ ରହିବ। ଇରାନର ପ୍ରତିନିଧିମାନେ ଏହି ଦାବି କରିଛନ୍ତି:
- ଗଲ୍ଫରେ ଥିବା ସବୁ ଆମେରିକୀୟ ସୈନ୍ୟ ଘାଟି ବନ୍ଦ କରିବା
- ଯୁଦ୍ଧରେ ହୋଇଥିବା କ୍ଷତିର ଟଙ୍କା ଭରଣା
- ଇସ୍ରାଏଲ ହିଜବୁଲ୍ଲାହ ଉପରେ ଆକ୍ରମଣ ବନ୍ଦ କରୁ
- ହର୍ମୁଜ ପ୍ରଣାଳୀ (ସମୁଦ୍ର ପଥ) ଉପରେ ନିଜର ନିୟନ୍ତ୍ରଣ ରଖିବା ଏବଂ ସେଠାରେ ଯାଉଥିବା ଜାହାଜଗୁଡ଼ିକୁ ଟୋଲ ବା ଫିସ୍ ଦେବାକୁ ପଡ଼ିବ
ଏହା ସହିତ ଇରାନ ଚାହୁଁଛି ଯେ ସବୁ ଆର୍ଥିକ ନିଷେଧାଜ୍ଞା ଉଠାଇ ନିଆଯାଉ ଏବଂ କୌଣସି ଆକ୍ରମଣ ଆଉ ହେବ ନାହିଁ ବୋଲି ଗ୍ୟାରେଣ୍ଟି ମିଳୁ।ଇରାନର ସୈନ୍ୟ ମୁଖପାତ୍ର ଇବ୍ରାହିମ ଜୋଲଫାଗାରି କହିଛନ୍ତି, “ଆମେରିକା ନିଜ ସହିତ ନିଜେ କଥା ହେଉଛି। ତୁମ ଭିତରର ଝଗଡ଼ା ଏତେ ବଢ଼ିଗଲା କି ତୁମେ ନିଜ ସହିତ କଥାବାର୍ତ୍ତା କରୁଛ? ଆମ ଲୋକ ତୁମ ଲୋକଙ୍କ ସହ କେବେ ମିଶି ପାରିବେ ନାହିଁ।
କିନ୍ତୁ ଗୋପନୀୟ ରିପୋର୍ଟରେ କୁହାଯାଉଛି ଯେ ଇରାନ ଭିତରେ ଭିତରେ କିଛି କରୁଛି । ସେମାନେ ହୁଏତ ପାଞ୍ଚ ବର୍ଷ ପାଇଁ କ୍ଷେପଣାସ୍ତ୍ର ପ୍ରୋଗ୍ରାମ ବନ୍ଦ କରିପାରନ୍ତି, ଇଉରାନିୟମ ସମୃଦ୍ଧିକରଣ କମ କରିପାରନ୍ତି ଏବଂ ହିଜବୁଲ୍ଲାହ, ହାମାସ ଭଳି ଗୋଷ୍ଠୀକୁ ଟଙ୍କା ଦେବା ବନ୍ଦ କରିପାରନ୍ତି। ଏହି ସବୁ କଥା ଏବେ ମଧ୍ୟସ୍ଥତା ମାଧ୍ୟମରେ ଚାଲିଛି। ଉଭୟ ପକ୍ଷ ଏକେ ଅନ୍ୟର ସୀମା ପରୀକ୍ଷା କରୁଛନ୍ତି। କୌଣସି ବୁଝାମଣା ହେବ କି ନାହିଁ, କିଛି ବୁଝା ପଡୁନାହିଁ।


/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








