• Latest
  • Trending
ଟ୍ରମ୍ପ ଇଜ୍ ଡେଡ୍ !

ଟ୍ରମ୍ପ ଇଜ୍ ଡେଡ୍ !

Aug-30-2025 02:18 PM IST
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

Mar-22-2026 10:47 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-22-2026 10:44 AM IST
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

Mar-21-2026 05:06 PM IST
ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

ଭୟଙ୍କର ହେଲା ଯୁଦ୍ଧ !ଭାରତ ମହାସାଗରେ ଘନଘନ ମିସାଇଲ ମାଡ଼…

Mar-21-2026 05:02 PM IST
ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ

Mar-21-2026 04:58 PM IST
odisha.newsroom.in

ଏପ୍ରିଲ ପହିଲାରୁ ATM ରେ ଲାଗୁହେବ ନୂଆ ନିୟମ

Mar-21-2026 04:06 PM IST
odisha.newsroom.in

ସୋଫିଆଙ୍କ ଭବିଷ୍ୟତ ନେଇ ବଡ଼ ବୟାନ ଦେଲେ ମୋକିମ, କହିଲେ…

Mar-21-2026 02:09 PM IST
odisha.newsroom.in

ବଲିଉଡ ଇତିହାସରେ ସବୁଠୁ ବଡ଼ ରେକର୍ଡ କଲା ଧୁରନ୍ଧର-୨

Mar-21-2026 01:04 PM IST
odisha.newsroom.in

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

Mar-21-2026 12:31 PM IST
odisha.newsroom.in

ନେତାନ୍ୟାହୁଙ୍କ ଦୃଢ଼ୋକ୍ତି…ଦୁର୍ବଳ ହେଉଛି ଇରାନ, ଖୁବ ଶୀଘ୍ର ଶେଷ ହେବ ଯୁଦ୍ଧ

Mar-21-2026 12:01 PM IST
  • About
  • Careers
  • Contact Us
Sunday, March 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟ୍ରମ୍ପ ଇଜ୍ ଡେଡ୍ !

by M M
Aug-30-2025 02:18 PM IST
in ଦେଶ ବିଦେଶ
0
ଟ୍ରମ୍ପ ଇଜ୍ ଡେଡ୍ !
492
SHARES
1.4k
VIEWS
Share on FacebookShare on Twitter

ମନୋରଞ୍ଜନ ମିଶ୍ର

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ  ପୋଷ୍ଟ ଭାଇରାଲ ହେଉଛି। “ଟ୍ରମ୍ପ ଇଜ ଡେଡ୍” ଶୀର୍ଷକରେ ହଜାର ହଜାର ପୋଷ୍ଟ ଗୁଡ଼ିକ ରହିଛି । ଏଭଳି ୬୦ ହଜାରରୁ ଅଧିକ ପୋଷ୍ଟ ସେୟାର ହୋଇଛି  । ଭାଇରାଲ ଫଟୋରେ ଏକ କାର୍ଟୁନ ଫଟୋ ରହିଛି, ଯେଉଁଥିରେ ଟ୍ରମ୍ପ କଫିନରେ ଶୋଇଥିବା ଦେଖାଯାଇଛି । ଆମେରିକାରୁ ଆଫ୍ରିକା, ଚୀନରୁ ରୁଷ ସବୁଠି ଟ୍ରମ୍ପଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଆଲୋଚନା ଚାଲିଛି। ତେବେ ଏହାର ସତ୍ୟତା କ’ଣ? କେହି ସ୍ପଷ୍ଟ କରୁନାହାଁନ୍ତି  ।

ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ମୃତ୍ୟୁ ନେଇ ଚାଲିଥିବା ଆଲୋଚନା ଗୁଜବ ହୋଇପାରେ ।  କିନ୍ତୁ ଅତିରଞ୍ଜିତ ଆଲୋଚନା ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି  । ଆମେରିକା ରାଷ୍ଟ୍ରପତିଙ୍କ ନାମରେ ହଜାର ହଜାର ପୋଷ୍ଟ ଏଭଳି ପ୍ରକାଶିତ ହୋଇଛି, ଯାହାକୁ ନେଇ  ସାରା ବିଶ୍ବରେ ଚର୍ଚା ହେଉଛି । ତେବେ ଏମିତି ଅଚାନକ କାହଁକି ଟ୍ରମ୍ପଙ୍କୁ ଟ୍ରୋଲ କରାଯାଉଛି ତାହାର କାରଣ ଜଣାପଡ଼ିନାହିଁ । ତେବେ ଗତ ଦୁଇ ତିନି ଦିନ ହେଲା ଟ୍ରମ୍ପ କୈାଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି । ସେ ପ୍ରେସ ଆଗକୁ ଆସିନାହାଁନ୍ତି ।  ତାଙ୍କ ନିରବତାକୁ ନେଇ ବୋଧହୁଏ, ଏଭଳି ଖବର ଟ୍ରେଣ୍ଟ ହେଉଛି ।  ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଆଲୋଚନା କରୁଛନ୍ତି । ଯଦିଓ ଅଧିକାଂଶ ଖବର ମିଥ୍ୟା ଲାଗୁଛି । ତଥାପି କାହିଁକି ଏପରି ଖବରକୁ ଅନେକ ଆଲୋଚନା କରୁଛନ୍ତି ତାହା ମଧ୍ୟ ଜଣାପଡିନାହିଁ । ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଭଲ ଅଛି କି ଖରାପ ଅଛି ତାହା ମଧ୍ୟ ତାଙ୍କ ପରିବାର କିମ୍ବା ହ୍ବାଇଟ ହାଉସ ପକ୍ଷରୁ କେହି ସ୍ପଷ୍ଟ କରୁନାହାଁନ୍ତି ।

କିଛି ଦିନ ତଳେ ୭୯ ବର୍ଷୀୟ ଟ୍ରମ୍ପଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଇଥିଲା । କ୍ୟାମରେରେ ତାଙ୍କ  ଗୋଡ଼ରେ ଫୁଲା ଦେଖାଯାଇଥିଲା। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।  ହ୍ୱାଇଟ ହାଉସ୍ ସେତେବେଳେ ଏହି ଗୁଜବକୁ ଖଣ୍ଡନ କରିଥିଲା । ଏବେ  ଏକ ଭାଇରାଲ ଭିଡିଓରେ ଉପରାଷ୍ଟ୍ରପତି ଜେଡି ଭାନ୍ସ USA ଟୁଡେକୁ କହିଥିବା କିଛି ମନ୍ତବ୍ୟ ଭାଇରାଲ ହେଉଛି । ଏଥିରେ ସେ କହୁଛନ୍ତି  ଯଦି କୌଣସି ପରିସ୍ଥିତିରେ ତାଙ୍କୁ କ୍ଷମତା ନେବା ପାଇଁ କୁହାଯାଏ ତେବେ ସେ ଦେଶର ନେତୃତ୍ୱ ନେବାକୁ ପ୍ରସ୍ତୁତ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଟ୍ରମ୍ପ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଭାଇରାଲ ପୋଷ୍ଟରେ କିଛି ପୁରୁଣା ଘଟଣାର ଫଟୋ ଦେଖାଯାଉଛି । ଯେପରିକି ଅଗଷ୍ଟ ୨୫ରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗଙ୍କ ସହ ଟ୍ରମ୍ପ ସାକ୍ଷାତ କରିଥିଲେ । ଏହି ସମୟରେ ଟ୍ରମ୍ପଙ୍କ ଡାହାଣ ହାତରେ ଆଘାତର ଚିହ୍ନ ଦେଖାଯାଇଥିଲା ।  ଯାହାକୁ ମେକଅପ୍ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ଲୁଚି ନଥିଲା  । ଜୁଲାଇରେ ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲିନ ଲେଭିଟ କହିଥିଲେ, “ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଦିନ ଶହ ଶହ ଲୋକଙ୍କ ସହ ହାତ ମିଳାନ୍ତି। ସେଥିପାଇଁ ତାଙ୍କ ହାତରେ ଏଭଳି ଚିହ୍ନ ରହିଛି ।

ଟ୍ରମ୍ପଙ୍କ ଡାକ୍ତର ସିନ୍ ବାରବାବେଲା ସାମ୍ବାଦିକଙ୍କୁ କହିଛନ୍ତି ଟ୍ରମ୍ପଙ୍କ ହାତର କଳା ଆଘାତର ଚିହ୍ନ ବାରମ୍ବାର ହାତ ମିଳାଇବା ଯୋଗୁ ହୋଇଛି ।  ହୃଦ୍‌ରୋଗ ପ୍ରତିରୋଧ ପାଇଁ ନିଆଯାଉଥିବା ଆସ୍ପିରିନ ବା ପେନ୍‌କିଲର ବ୍ୟବହାର ଯୋଗୁଁ ଏହି ଦାଗ ବଢ଼ିଛି ।  ସେ କହିଛନ୍ତି, ଏହା ଏକ ସାଧାରଣ ଓ ଛୋଟ ସମସ୍ୟା, ଯେଉଁଥିରେ କୌଣସି ଗୁରୁତର ରୋଗ ନାହିଁ।

ଫେବୃଆରୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ସହ  ଟ୍ରମ୍ପ ହାତ ମିଳାଇବା ବେଳେ ହାତର ଦାଗ ମେକଅପ୍ ଚିହ୍ନ ଦେଖାଯାଇଥିଲା। ହ୍ୱାଇଟ ହାଉସ୍ ସୂଚନା ଦେଇଥିଲା ଯେ, ଟ୍ରମ୍ପ କ୍ରନିକ ଭେନସ ଇନସଫିସିଏନ୍ସି (AB9) ରୋଗରେ ଆକ୍ରାନ୍ତ। ଏହି ରୋଗ ଯୋଗୁଁ ତାଙ୍କ ଗୋଡ଼ରେ ଫୁଲା ଦେଖାଯାଉଛି।

ହ୍ୱାଇଟ ହାଉସ୍ର ପ୍ରେସ ସେକ୍ରେଟାରୀ କାରୋଲିନ ଲେଭିଟ କହିଛନ୍ତି, “୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ଏହା ଏକ ସାଧାରଣ ରୋଗ। ଟ୍ରମ୍ପଙ୍କ ହାତରେ ଥିବା ଚିହ୍ନ ହେଉଛି ମାମୁଲି ସଫ୍ଟ ଟିସୁ ଇରିଟେସନ, ଯାହା ଆସ୍ପିରିନର ପାର୍ଶ୍ୱ ପ୍ରତିକ୍ରିୟା ଓ ବାରମ୍ବାର ହାତ ମିଳାଇବା ଯୋଗୁଁ ହୋଇଛି।” ଏଥିରେ କିଛି ଚିନ୍ତା କରିବାର ନାହିଁ ।

ଟ୍ରମ୍ପଙ୍କ ଗୋଡ଼ ଫୁଲାକୁ ନେଇ ମଧ୍ୟ ଭାଇରାଲ ହେଉଛି ଭିଡିଓ,ଫଟୋ । ଜୁଲାଇ ୧୩, ୨୦୨୫ରେ ନିଉ ଜର୍ସିର ମେଟଲାଇଫ ଷ୍ଟାଡିୟମରେ ଫିଫା ବିଶ୍ୱକପ ଫାଇନାଲ ଦେଖିବାକୁ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଗୋଡ଼ରେ ଫୁଲା ଦେଖାଯାଇଥିଲା। ଏହାପରେ ଜୁଲାଇ ୧୬ରେ ବାହାରିନର ପ୍ରଧାନମନ୍ତ୍ରୀ ସଲମାନ ବିନ ହମଦ ଅଲ ଖାଲିଫାଙ୍କ ସହ ସାକ୍ଷାତ ସମୟରେ ତାଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ଅନୁମାନ ଆରମ୍ଭ ହେଲା ଯେ ଟ୍ରମ୍ପ ନିଜର ସ୍ୱାସ୍ଥ୍ୟ ସମସ୍ୟା ଲୁଚାଉଛନ୍ତି।  ହ୍ୱାଇଟ ହାଉସ୍ କହିଛି ଯେ, ଟ୍ରମ୍ପଙ୍କ ଗୋଡ଼ରେ ହାଲୁକା ଫୁଲା ଦେଖାଯାଇଥିଲା, ଯାହା ପରେ ପରୀକ୍ଷା କରାଯାଇଥିଲା। ସେମିତି କିଛି ସମସ୍ୟା ନାହିଁ ।

ହ୍ୱାଇଟ ହାଉସ୍ର ପ୍ରେସ ସେକ୍ରେଟାରୀ ଲେଭିଟ କହିଛନ୍ତି ଯେ, ଟ୍ରମ୍ପଙ୍କ ଗୋଡ଼ରେ ଭେନସ ଡପ୍ଲର ଅଲଟ୍ରାସାଉଣ୍ଡ କରାଯାଇଥିଲା, ଯେଉଁଥିରେ କ୍ରନିକ ଭେନସ ଇନସଫିସିଏନ୍ସି AB9 ଥିବା ନିଶ୍ଚିତ ହୋଇଥିଲା। ତେବେ ଅନ୍ୟ କୌଣସି ଗୁରୁତର ହୃଦ୍‌ରୋଗ କିମ୍ବା କିଡନୀ ରୋଗର କୌଣସି ପ୍ରମାଣ ମିଳିନାହିଁ। ଧମନୀ ରୋଗର ମଧ୍ୟ କୌଣସି ଲକ୍ଷଣ ନାହିଁ। ଟ୍ରମ୍ପଙ୍କ ରକ୍ତ ପରୀକ୍ଷା, ମେଟାବୋଲିକ ପ୍ୟାନେଲ, ଡି-ଡାଇମର ଓ କାର୍ଡିଆକ ବାୟୋମାର୍କର ରିପୋର୍ଟ ସବୁ ସ୍ୱାଭାବିକ ଥିଲା।

ତେବେ କ୍ରନିକ ଭେନସ ଇନସଫିସିଏନ୍ସି ଏକ ଏଭଳି ରୋଗ, ଯେଉଁଥିରେ  ଗୋଡ଼ରୁ ରକ୍ତକୁ ଶିରା ମାଧ୍ୟମରେ ହୃଦୟକୁ ଫେରାଇ ନେବାରେ ଅସୁବିଧା ହୁଏ।  ଶିରା  ଠିକ୍ ଭାବେ କାମ ନକରିବା ଯୋଗୁଁ ହୁଏ। ଫଳରେ ଗୋଡ଼ରେ ରକ୍ତ ଜମା ହୋଇ ଫୁଲେ, ଯନ୍ତ୍ରଣା ଓ ଚର୍ମରେ ପରିବର୍ତ୍ତନ ହୁଏ। ଏହି ରୋଗ ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୁଏ। ବିଶ୍ୱରେ ୧୦ରୁ ୩୫% ବୟସ୍କ ଏହି ସମସ୍ୟାରେ ପୀଡ଼ିତ।

ସେପଟେ ଟ୍ରମ୍ପ ସାଧାରଣ ସଭାରେ ଅନୁପସ୍ଥିତ ରହୁଥିବାରୁ ଏଭଳି ଗୁଜବ ଅଧିକରୁ ଅଧିକ ପ୍ରଚାର ପ୍ରସାର ହେଉଛି । କିଛି ପୋଷ୍ଟରେ ଏହି ଦାବି ହେଉଛି ଯେ ଆମ୍ବୁଲାନସ ହ୍ୱାଇଟ୍ ହାଉସ୍ ଆଡ଼କୁ ଯାଉଛି । ଏଭଳି ଭିଡିଓ ଅଧିକରୁ ଅଧିକ ସେୟାର ହେଉଛି । ଗତ  ଜୁଲାଇରେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଖରାପ ନେଇ ଆସିଥିବା ରିପୋର୍ଟକୁ ଏବେ ଲୋକେ ଅଧିକ ଭାଇରାଲ କରୁଛନ୍ତି ।

କେତେକ ଭିଡିଓ ଭାଇରାଲ କରୁଛନ୍ତି ଯେ ଗତ ବର୍ଷ ଟ୍ରମ୍ପଙ୍କ ମୃତ୍ୟୁ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା । ଟ୍ରମ୍ପ୍-ବିରୋଧୀ ଇଉଜରମାନେ “No One Mourns the Wicked”  ଦୁଷ୍ଟ ଲୋକଙ୍କ ପାଇଁ କେହି ଶୋକ କରନ୍ତି ନାହିଁ । ଏଭଳି କଥା ଲେଖି ସେୟାର କରୁଛନ୍ତି ।  ହ୍ୱାଇଟ୍ ହାଉସ୍‌ କିମ୍ବା ଟ୍ରମ୍ପଙ୍କ ଟିମ୍‌ ପକ୍ଷରୁ ସୋସିଆଲ ମିଡିଆରେ କିଛି ସ୍ପଷ୍ଟିକରଣ ଦିଆଯାଇନାହିଁ ।  ଟ୍ରମ୍ପ କାହିଁକି  ବୁଧବାରଠାରୁ ସାଧାରଣରେ ମୁହଁ ଦେଖାଉନାହାନ୍ତି  ଏହା ଏବେ ବଡ଼ ପ୍ରଶ୍ନ ହୋଇଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
March 22, 2026, 2:14 PM
 

W
Partly cloudy
32°C
2.1 m/s
Apparent: 35°C
Pressure: 1009 mb
Humidity: 38%
Winds: 2.1 m/s W
Windgusts: 8 m/s
UV-Index: 6.8
Precip.: 0mm /13% / Rain
Sunrise: 5:48 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

SCB ଅଗ୍ନିକାଣ୍ଡ: ମନ୍ତ୍ରୀପଦ ଛାଡ଼ିବେ ମହାଲିଙ୍ଗ ! 

March 22, 2026
ଆଜିର ରାଶିଫଳ

ଆଜିର ରାଶିଫଳ

March 22, 2026
କିଛି ଘଣ୍ଟାରେ ପ୍ରବଳ ବର୍ଷା 

କିଛି ଘଣ୍ଟାରେ ପ୍ରବଳ ବର୍ଷା 

March 21, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom