• Latest
  • Trending
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

September 15, 2025
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

September 15, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

September 15, 2025

ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

September 15, 2025
ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 15, 2025
ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

September 15, 2025
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

September 15, 2025
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025
  • About
  • Careers
  • Contact Us
Monday, September 15, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

by M M
September 15, 2025
in ରାଜନୀତି, ରାଜ୍ୟ
0
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା
491
SHARES
1.4k
VIEWS
Share on FacebookShare on Twitter

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶକୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମୋଦିଜୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱଦେଶୀ ଉତ୍ପାଦ ବ୍ୟବହାର ଏବଂ ସ୍ୱଦେଶୀ ଜୀବନ ମୂଲ୍ୟବୋଧକୁ ଗ୍ରହଣ କରିବା ଉପରେ ମୋଦିଜୀ ଗୁରତ୍ୱ ଦେଇ ଆସିଛନ୍ତି । ଏହି ବାର୍ତା “ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ” ଜରିଆରେ ଘରେ ଘରେ ପଂହଚିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳାରେ ରାଜ୍ୟ ସଭା ସାଂସଦ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ, ସ୍ୱଦେଶୀ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ । ବିଦେଶୀ ସାମଗ୍ରୀ ଛାଡ଼ି ଭାରତରେ ପ୍ରସ୍ତୁତ ସାମଗ୍ରୀ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ । ଦଳର ବିଚାର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉଥିଲେ । ଏନେଇ ତାଙ୍କ ଜୟନ୍ତୀ ୨୫ ସେପ୍ଟେମ୍ବରରୁ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ୨୫ ଡିସେମ୍ବର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କରବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିରେ ବିଭିନ୍ନ ସ୍ଥାନୀୟ ଶିଳ୍ପ ସଂସ୍ଥା, ବାଣିଜ୍ୟ ସଂଗଠନ, ବ୍ୟବସାୟ ଓ ସାମାଜିକ ସଂଗଠନ, ଧାର୍ମିକ, ଯୁବ ଓ ମହିଳା ସଂଗଠନ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସାମିଲ କରାଯିବ । ସବୁ ଜିଲ୍ଲାରେ ୧୫ରୁ ୨୦ ଦିନିଆ ସଂକଳ୍ପ ରଥଯାତ୍ରା ମଧ୍ୟ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆତ୍ମନିର୍ଭର ଭାରତ ସଂକଳ୍ପ ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ । ସ୍ୱଦେଶୀ ଉତ୍ପାଦ କିଣିବାକୁ ଏବଂ ଦୋକାନୀମାନଙ୍କୁ ସ୍ୱଦେଶୀ ଉତ୍ପାଦ ବିକ୍ରି କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।
ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ କରିବା ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆନ୍ଦୋଳନରେ ପରିଣତ ହୋଇଛି । ଆତ୍ମନିର୍ଭର ଭାରତ ହେଉଛି ଆତ୍ମବିଶ୍ୱାସର ଭାରତ । ଏହି ବିଶ୍ୱାସ ରଖି ଓଡ଼ିଶାରେ ଛୋଟରୁ ବଡ଼ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ । ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ । ଏଠାରେ କୃଷିଠାରୁ ଆରମ୍ଭ କରି ଖଣି, ନଦୀ ପର୍ଯ୍ୟନ୍ତ ସବୁ ଭରପୁର ରହିଛି । ଶିଳ୍ପଠାରୁ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପାଇଁ ବହୁଳ ସମ୍ଭାବନା ରହିଛି । ଓଡ଼ିଶାର ଲୋକେ ଦାଦନ ଖଟିବାକୁ ଆଉ ବାହାରକୁ ନ ଯାଇ ରାଜ୍ୟରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଏନେଇ ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟକର୍ତାକୁ କଠିନ ପରିଶ୍ରମ କରି ଓଡ଼ିଶାର ସବୁ ଘରେ ଏହି ବାର୍ତା ପଂହଚାଇବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ କମଟି ଗଠନ କରାଯାଇଥିଲା ।
ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଅନନ୍ତ ନାୟକ, ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଉପରେ ଗୁରୁତ୍ୱାରୋପ କରିଥିଲେ । ଡବଲ ଇଞ୍ଜିନ ସରକାର ଏଥିରେ ସମସ୍ତ ସହଯୋଗ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି.ମୁରଲୀ କିଷ୍ଣା ପ୍ରମୁଖ ଯୋଗଦେଇଥିଲେ । ଆତ୍ମନିିର୍ଭର ଭାରତ ରାଜ୍ୟ ସଂଯୋଜିକା ସୁଜାତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

September 15, 2025
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

September 15, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

September 15, 2025

Weather

Bhubaneswar
September 15, 2025, 6:49 pm
 

SSW
Overcast
27°C
1.1 m/s
Apparent: 33°C
Pressure: 1007 mb
Humidity: 92%
Winds: 1.1 m/s SSW
Windgusts: 6 m/s
UV-Index: 0
Precip.: 5.1mm /70% / Rain
Sunrise: 5:33 am
Sunset: 5:49 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom