• Latest
  • Trending
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

Jun-24-2025 11:00 AM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

Mar-02-2026 07:48 PM IST
କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

Mar-02-2026 07:44 PM IST
ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

Mar-02-2026 07:39 PM IST
ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

Mar-02-2026 05:45 PM IST
  • About
  • Careers
  • Contact Us
Tuesday, March 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଇରାନ ଉପରେ ଏମିତି ଆକ୍ରମଣ କଲା ଆମେରିକା

by newsroom
Jun-24-2025 11:00 AM IST
in ଦେଶ ବିଦେଶ, ବଡ଼ ଖବର
0
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2
493
SHARES
1.4k
VIEWS
Share on FacebookShare on Twitter

ଆମେରିକାର ଇତିହାସରେ ପୂର୍ବରୁ ରାଷ୍ଟ୍ରପତିମାନେ ଯାହା କରିନଥିଲେ ଡୋନାଲ୍ଡ ଟ୍ରମ୍ପ ସେୟା କରିଦେଖାଇଦେଲେ । ପାହାଡ଼ ପର୍ବତ ଘେରା ଇରାନର ତିନୋଟି ପରମାଣୁ କେନ୍ଦ୍ର ର ନିସିଦ୍ଧ ଅଂଚଳ ଫୋର୍ଡୋ, ନାଟାଞ୍ଜ ଏବଂ ଇସ୍‌ଫାହାନ । ଏହି ପରମାଣୁ କେନ୍ଦ୍ର ନିର୍ମାଣ ସ୍ଥାନରେ ପରମାଣୁ ବୋମା ତିଆର କରିବା ପାଇଁ ଇରାନ ପ୍ରସ୍ତୁତ ହେଉଥିଲା । ଯାହାକୁ ଆମେରିକାର ଗୁଇନ୍ଦା ସଂସ୍ଥା ବିଶ୍ବାସ କରୁନାହିଁ । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇଜ୍ରାଏଲ ବିଶ୍ବାସ କରନ୍ତି ଯେ ଇରାନ ହାତରେ ଖୁବ୍ ଶୀଘ୍ର ଆଣବିକ ଅସ୍ତ୍ର ସବୁ ଆସି ଯାଉଛି । ଯେଉଁଥିପାଇଁ ଅତର୍କିତ ଭାବରେ ଆମେରିକା ଆକ୍ରମଣ କଲା । ଯାହାକୁ ଅପରେସନ ମିଡନାଇଟ୍ ହାମର ବୋଲି କୁହାଯାଉଛି ।
ଇରାନର ଏହି ତିନୋଟି ପରମାଣୁ ଅସ୍ତ୍ର ନିର୍ମାଣ ସ୍ଥାନକୁ ବି-2 ବମର ଦ୍ବାରା ଆଟାକ କରାଗଲା । ମିଲିଟ୍ରି ଇତିହାସରେ ଏହି ଅପରେସନଟି ସବୁଦିନ ପାଇଁ ମନେ ରହିବ । ପ୍ରଥମେ ମୁଁ ଆପଣଙ୍କୁ ବି-2 ବଙ୍କର ବଷ୍ଟର ବିଷୟରେ କହିବା ପାଇଁ ଚାହିଁବି । ଯୁଦ୍ଧ ଭୂମିରେ, ଛୋଟ ଚଢ଼େଇ ଭଳି ଉଡୁଥିବା ବି-2 ବଙ୍କର ବଷ୍ଟର ଏଭଳି ଚମତ୍କାରିତା ଦେଖାଇପାରେ । ତାହା ସହଜରେ ବିଶ୍ବାସ କରାଯାଇପାରିବ ନାହିଁ । କୈାଣସି ରାଡାର ଏହାକୁ ଚିହ୍ନି ପାରିବ ନାହିଁ । ଏହା 50,000 ଫୁଟ ଉପରେ ଉଡିପାରେ । ଏହାର ଅସ୍ତ୍ର ବହନ କ୍ଷମତା ସବୁଠୁ ଅଧିକ । ଏହା ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ବହନ କରିପାରେ । ଏହି ଯୁଦ୍ଧ ବିମାନ ପ୍ରାୟ ୩୦,୦୦୦ ପାଉଣ୍ଡ ବା ୧୩,୬୦୦ କିଲୋଗ୍ରାମର ବୋମା ବହନ କରିପାରେ । ଭୂମି ତଳେ ଏହା ୨୦୦ ଫୁଟ ମୋଟା କଂକ୍ରିଟକୁ ଭେଦ କରିପାରେ । GPS ଏବଂ ଲେଜର ଗାଇଡେଡ଼ ପ୍ରଯୁକ୍ତି ଦ୍ବାରା ଏହା ସଠିକ୍‌ ସ୍ଥାନରେ ଆକ୍ରମଣ କରିପାରେ । ଏହା ଆମେରିକାର ନର୍ଥପ ଗ୍ରୁମମାନ କଂପାନି ଦ୍ଵାରା ନିର୍ମିତ ଏବଂ ୧୯୮୦ ଦଶକରେ ତିଆରି ହୋଇଥିଲା। ଏହାର “ଫ୍ଲାଇଂ ଉଇଙ୍ଗ” ଡିଜାଇନ ଏହାକୁ ଆକାଶରେ ଅଦୃଶ୍ୟ କରିପାରେ ।
ଥରେ ଇନ୍ଧନ ଭରିଲେ ଏହି ବି-୨ ପ୍ରାୟ ୧୧,୦୦୦ କିଲୋମିଟର ରେଂଜ ଭିତରେ ଯାଇ ଆକ୍ରମଣ କରିପାରେ । ଆକାଶ ମଝିରେ ଇନ୍ଧନ ଭରିଲେ ପୁଣି 18500 କିଲୋମିଟର ଉଡିପାରେ । କହିବାକୁ ଗଲେ ସାରା ବିଶ୍ବମଧ୍ୟରେ ଥିବା ଯେ କୈାଣସି ଦେଶକୁ ଏହି ଯୁଦ୍ଧ ବିମାନ ଟାର୍ଗେଟ କରିପାରେ । ଏହା ଲଗାତାର ୫୦ ଘଣ୍ଟାରୁ ଅଧିକ ସମୟ ଉଡିପାରେ ।
ଆମେରିକାର ମିସୌରୀ ସ୍ଥିତ ହ୍ଵାଇଟମ୍ୟାନ ବାୟୁସେନା ଘାଟିରୁ ଉଡ଼ି ଏହା ବିଶ୍ଵର ଯେକୌଣସି ସ୍ଥାନରେ ଆକ୍ରମଣ କରି ପୁଣି ଫେରିପାରେ। ଯାହା ଅପରେସନ ମିଡନାଇଟ୍ ହାମର କ୍ଷେତ୍ରରେ ଦେଖାଦେଇଥିଲା । ଆମେରିକାର ହ୍ବାଇଟମ୍ୟାନ ଘାଟିରୁ ଏହା ଉଡାନ ଆରମ୍ଭ କରିଥିଲା । ବାଟରେ ଇନ୍ଧନ ନେଇଥିଲା । ଆଉ ଆକ୍ରମଣ ପରେ ପୁଣି ସୁରକ୍ଷିତ ଭାବେ ଇରାନରୁ ଆମେରିକା ଫେରିଯାଇଥିଲା ।
ଏହି ଯୁଦ୍ଧ ବିମାନ B61 ଏବଂ B83 ପରମାଣୁ ବୋମା ବହନ କରିପାରେ । ଏଥିରେ 4ଟି ଇଂଜିନ ରହିଛି । ଦୁଇଟି ପାଇଲଟ ଏହାକୁ ଚଳାଇଥାନ୍ତି । ଗୋଟିଏ ବି-2ର ମୂଲ୍ୟ 2 ବିଲିୟନ ଡଲାର । ଏହି ଯୁଦ୍ଧ ବିମାନ ଉଚ୍ଚା ହେଉଛି 17 ଫୁଟ ଏବଂ ଲମ୍ବା 69 ଫୁଟ ରହିଛି ।

ସେଦିନ ଇରାନର ଆକାଶରେ ଚଢ଼େଇ ଭଳି ଦିଶୁଥିବା 7ଟି ବି-2 , ୩୦,୦୦୦ ପାଉଣ୍ଡ ବା ୧୩,୬୦୦ କିଲୋଗ୍ରାମର ବୋମା ଗୋଟିଏ ଗୋଟିଏ ଯୁଦ୍ଧ ବିମାନ ନେଇ ଦୁଇଟି ପରମାଣୁ କେନ୍ଦ୍ର ଉପରେ ପକାଇଥିଲେ । ଏହି ଦୁଇଟି କେନ୍ଦ୍ର ହେଉଛି ଫୋର୍ଡୋ ଆଉ ନାଟାଞ୍ଜ । ସବମେରାଇନରୁ କ୍ରୁଜ୍ ମିଜାଇଲ ଗୁଡ଼ିକ ଇସ୍‌ଫାହାନ ଉପରେ ପକାଇଥିଲେ । ଆମେରିକା ଏହି ଅପରେସନକୁ ଏଭଳି ଢ଼ଙ୍ଗରେ କରିଥିଲା । ଯାହା ଇରାନର ମିଲିଟ୍ରି ଓ ମିଡିଆକୁ ଭୁଆଁ ବୁଲାଇଥିଲା । ବି -2 ଯୁଦ୍ଧ ବିମାନ ଗୁଡ଼ିକ ପାସିଫିକ ବା ପାରସ୍ୟ ମହାସାଗର ଆଡ଼କୁ ଯାଉଛନ୍ତି ବୋଲି ଭୁଲ ରିପୋର୍ଟ ସବୁ ପ୍ରକାଶ ପାଇଲା । ଇତି ମଧ୍ୟରେ ଏଫ-35 ଫାଇଟର ଜେଟ୍ ଇରାନ ଆକାଶରେ ଭିନ୍ନ ଦିଗରେ ଉଡି ବୁଲିଲା । ଯାହା ଇରାନ ମିଲିଟ୍ରିକୁ ଦ୍ବନ୍ଦ୍ବରେ ପକାଇଲା । ପାସିଫିକ ବା ପାରସ୍ୟ ମହାସାଗରକୁ ଯାଉଥିବା ବି-2 ଉପରେ ସମସ୍ତଙ୍କ ନଜର ଥିବା ବେଳେ ପୂର୍ବ ଦିଗରେ ଯାଉଥିବା ବି-2 ଗୁଡିକ ତାର ମିସନକୁ ଟାର୍ଗେଟ କରିଥିଲା ।
ଏଇଠି ପ୍ରଶ୍ନ ଉଠେ କାହିଁକି ପୂର୍ବରୁ ଆମେରିକାର ରାଷ୍ଟ୍ରପତିମାନେ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଏଭଳି ଆଟାକ୍ କରିନଥିଲେ । ତେଲରେ ଭରପୁର ଇରାନ ସାରା ପୃଥିବୀର ଅର୍ଥନୀତିକୁ ପ୍ରଭାବିତ କରିବାରେ ସମର୍ଥ । ପଶ୍ଚିମ ଏସିଆର ବିଭିନ୍ନ ସ୍ଥାନରେ ପ୍ରାୟ 40 ହଜାର ଆମେରିକାର ସୈନ୍ୟ ଅଛନ୍ତି । ଏମାନେ ସମସ୍ତେ ଇରାନର ମିଜାଇଲର ରେଂଜ ଭିତରେ ଅଛନ୍ତି । ଇରାନ ଯେ କୈାଣସି ମୂହୁର୍ତ୍ତରେ ଆନ୍ତର୍ଘାତୀ କାମ କରିପାରେ । ହୁତିଙ୍କ ଠାରୁ ଆରମ୍ଭ କରି ହେଜବୁଲ୍ଲା ପର୍ଯ୍ୟନ୍ତ । ଜିହାଦି ସଂଗଠନମାନେ ବଡ଼ ବଡ଼ ଗରିଲା ଆକ୍ରମଣ କରିପାରନ୍ତି । ଇସଲାମୀୟ ରାଷ୍ଟ୍ରମାନେ ଏକଜୁଟ ହୋଇ ପାରନ୍ତି ଏବଂ ଆମେରିକା ବିରୋଧୀ ଶକ୍ତିମାନେ ଏହାର ଫାଇଦା ନେଇପାରନ୍ତି । ଏବେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଗାଚୀ ରୁଷର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ରୁଷ, ଚାଇନା ହେଉଛନ୍ତି ଇରାନର ପୂର୍ବତନ ମିତ୍ର ଦେଶ । ଆମେରିକାକୁ ସବକ ଶିଖାଇବା ପାଇଁ କୈାଣସି ଗୁପ୍ତ ଯୋଜନା ହୋଇପାରେ ।
ଯଦିଓ ତୃତୀୟ ବିଶ୍ବଯୁଦ୍ଧ ଭଳି ଯୁଦ୍ଧ ନହୋଇପାରେ । କାରଣ ଇରାନ ଏହା ଭିତରେ ଦୁର୍ବଳ ହୋଇଛି । ଆମେରିକା ଏବଂ ଇଜ୍ରାଏଲ ବିରୋଧରେ ଲଢ଼ିବା ପାଇଁ ଏହାର ତାକତ୍ ନାହିଁ । କିନ୍ତୁ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖମେନୀ ଆମେରିକାକୁ ଘୃଣା କରନ୍ତି । ପଶ୍ଚିମ ସଭ୍ୟତା ଇରାନରେ କିଭଳି ନପଶୁ ସେଥିପାଇଁ ସାରା ଜୀବନ କାମ କରିଛନ୍ତି । ଆମେରିକାର ଧ୍ବଂସ ଚାହୁଁଥିବା ଖମେନୀ ନିରବରେ ବସିଯିବେ ଏହା ଭାବିବା ଠିକ୍ ନୁହେଁ । ତିନୋଟ ଆଣବିକ କେନ୍ଦ୍ର ଉପରେ ଆଟାକ୍ ପରେ ଇରାନ କଣ କରୁଛି । ଏହା ଉପରେ ସାରା ବିଶ୍ବ ନଜର ରଖୁଚି । ଶାନ୍ତି ପାଇଁ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦିଆଯିବା ପାଇଁ ପାକିସ୍ତାନ ଦାବି କରୁଥିଲା । ଇରାନର ଆଣବିକ କେନ୍ଦ୍ର ଉପରେ ବୋମା ପକାଇବା ପରେ ଶାନ୍ତିର ମାର୍ଗ ଯେ ଆମେରିକା ଆପଣାଉନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ଆଣବିକ ବୋମା ନିର୍ମାଣ କରୁଥିବା ଦେଶ ଉପରେ ବୋମା ପକାଇ ନୁହେଁ କୂଟନୀତି ଦ୍ବାରା ଇରାନକୁ ଏକଘରକିଆ କରାଯାଇପାରିଥାନ୍ତା ବୋଲି ଅନେକ ମତ ଦିଅନ୍ତି । ଆମେରିକା ଆକ୍ରମଣ ପରେ ଯୁଦ୍ଧ ଆହୁରି ଘନିଭୂତ ହେଉଛି । ଯେତେବେଳେ ଅଜ୍ଞାତ ବଙ୍କର ଭିତରେ ବସି ଖମେନୀ ଇରାନର ଦିଶା ନିର୍ଣ୍ଣୟ କରୁଛନ୍ତି ।

Share197Tweet123
newsroom

newsroom

ଆଜିର ପାଗ

Bhubaneswar
March 3, 2026, 1:56 PM
 

N
Mainly clear
36°C
2.2 m/s
Apparent: 30°C
Pressure: 1010 mb
Humidity: 88%
Winds: 2.2 m/s N
Windgusts: 7.5 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:51 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

March 3, 2026
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

March 3, 2026
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom