• Latest
  • Trending

‘ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଜନ୍ମପୀଠ ଖିଣ୍ଡାରେ ବିଭିନ୍ନ ଜନହିତକର ପ୍ରକଳ୍ପ ଉତ୍ସର୍ଗିକୃତ

Jan-23-2026 06:15 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

‘ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଜନ୍ମପୀଠ ଖିଣ୍ଡାରେ ବିଭିନ୍ନ ଜନହିତକର ପ୍ରକଳ୍ପ ଉତ୍ସର୍ଗିକୃତ

by M M
Jan-23-2026 06:15 PM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମମାଟି ଖିଣ୍ଡା କେବଳ ଏକ ଗ୍ରାମ ନୁହେଁ, ବରଂ ଏହା ଦେଶପ୍ରେମର ଏକ ପବିତ୍ର ତୀର୍ଥକ୍ଷେତ୍ର । ଏହାକୁ ‘ପ୍ରେରଣାର କ୍ଷେତ୍ର’ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ବିଶେଷ ଭାବରେ ଏହି ମାଟିର ବୀରତ୍ୱ ଗାଥାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଖିଣ୍ଡା ପରିଦର୍ଶନ କରାଇ ଏଠାକାର ସଂଘର୍ଷମୟ ଇତିହାସରୁ ପ୍ରେରଣା ନେବା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଖିଣ୍ଡା ସ୍ଥିତ ତାଙ୍କ ଜନ୍ମପୀଠ ଗସ୍ତ କରିଛନ୍ତି। ଏହି ପବିତ୍ର ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ଏକ ନବ ନିର୍ମିତ ଭବ୍ୟ ପ୍ରତିମୂର୍ତ୍ତିକୁ ଅନାବରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଖିଣ୍ଡା ଠାରେ ଆୟୋଜିତ ଏକ ବିଶାଳ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ଏବଂ ଶିକ୍ଷାର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶ ‘ପରାକ୍ରମ ଦିବସ’ ପାଳନ କରୁଛି । ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ । ବୀର ସୁରେନ୍ଦ୍ର ସାଏଙ୍କ ସହିତ ତାଙ୍କ ପରିବାରର ଛବିଳ ସାଏ ଓ ଉଦନ୍ତ ସାଏଙ୍କ ବଳିଦାନ ଅଦ୍ୱିତୀୟ । ବିଶେଷ ଭାବରେ ଐତିହାସିକଙ୍କ ମତରେ ଉଦନ୍ତ ସାଏ ଦେଶମାତୃକା ପାଇଁ ୪୭ ବର୍ଷ ଜେଲଦଣ୍ଡ ଭୋଗିବା ଏକ ସାଧାରଣ କଥା ନୁହେଁ । ଏହି ବୀରମାନଙ୍କର ଅକୁହା ଗାଥା ଓ ବୀରତ୍ୱର କାହାଣୀକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । ଇତିହାସର ପୃଷ୍ଠାରେ କୁଦୋପାଲିର ସଂଗ୍ରାମ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ଠାରୁ କୌଣସି ଗୁଣରେ କମ୍ ନୁହେଁ । ସମ୍ବଲପୁର ସଂଗ୍ରାମର ଗୌରବମୟ ଇତିହାସକୁ ଜୀବନ୍ତ ରଖିବା ପାଇଁ କୁଦୋପାଲି ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣର ପରିକଳ୍ପନା କରାଯାଇଛି । କେବଳ ପୁରୁଣା କଥାକୁ ମନେ ପକାଇବା ଯଥେଷ୍ଟ ନୁହେଁ, ବରଂ ସେଥିରୁ ପ୍ରେରଣା ନେଇ ଆଗକୁ ବଢ଼ିବାକୁ ହେବ।

ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ, ବରଂ ଏକ ‘ପ୍ରେରଣାର କ୍ଷେତ୍ର’ ଭାବେ ଗଢ଼ିତୋଳିବାକୁ ହେବ । ଏକ ଅତ୍ୟାଧୁନିକ ଇଣ୍ଟରପ୍ରିଟେସନ ସେଣ୍ଟର, ପୁରୁଣା ମନ୍ଦିରର ଜିର୍ଣ୍ଣୋଧାର ଏବଂ ଓପନ କମ୍ୟୁନିଟି ସେଣ୍ଟର ନିର୍ମାଣ ସମେତ ଆନୁଷଙ୍ଗିକ କାର୍ଯ୍ୟର ଏହାର ସାମଗ୍ରିକ ରୂପରେଖ ବଦଳାଯିବ। ନଦୀ କୂଳର ବିକାଶ, ଗମନାଗମନ ସୁବିଧା ଏବଂ ପାନୀୟ ଜଳର ସୁବିଧା ସହ ଖିଣ୍ଡାରେ ୧ ଲକ୍ଷ ବୃକ୍ଷ ରୋପଣ କରାଯିବ । ଏଥିପାଇଁ ଆଗେଇ ଆସିବା ସହ ସମ୍ବଲପୁରର ପରିଚୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ସେହିପରି ‘ପୋଷଣ ଅଭିଯାନ’ ଅନ୍ତର୍ଗତ ଜିଲ୍ଲାର ୨ ଲକ୍ଷ ଅଙ୍ଗନବାଡି ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ନେବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି । ସମ୍ବଲପୁର ଯେପରି ସମଲେଶ୍ୱରୀ ଓ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ପରିଚିତ, ସେହିପରି ପ୍ରତିଟି ଶିଶୁର ଯତ୍ନ ନେବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଉ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଆହୁରି ସଶକ୍ତ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ପୁସ୍ତକ ମେଳା ମଧ୍ୟ ଜ୍ଞାନ ଆହରଣର ଏକ ମାଧ୍ୟମ ହେବ ବୋଲି ସେ ସୂଚନା ଦେଇଛନ୍ତି। ବ୍ରିଟିଶ ଆଗରେ ମୁଣ୍ଡ ନନୁଆଁଇ ସଂଗ୍ରାମ କରିଥିବା ବୀର ସୁରେନ୍ଦ୍ର ସାଏ, ସୁରେନ୍ଦ୍ର ସାଏ, ଛବିଳ ସାଏ, ଉଦନ୍ତ ସାଏ ଏବଂ ସମ୍ବଲପୁରର ଅନ୍ୟାନ୍ୟ ବୀରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଖିଣ୍ଡା ଠାରେ ଏକ ନବନିର୍ମିତ ‘ଗ୍ରାମ ପଞ୍ଚାୟତ ସ୍ୱାଗତ ତୋରଣ’କୁ ଉଦଘାଟନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ପାଇଁ ଏକ ‘ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର’ର ନୂତନ ଭବନର ମଧ୍ୟ ଲୋକାର୍ପଣ କରିଥିଲେ । ‘ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ’ ଏବଂ ‘ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ନୂତନ ଗୃହକୁ ଉଦଘାଟନ କରିଥିଲେ । ଶ୍ରୀ ପ୍ରଧାନ ନୂଆ ଖିଣ୍ଡା ସ୍ଥିତ ‘ଆଦର୍ଶ ଅଙ୍ଗନବାଡି କେନ୍ଦ୍ର’ର ନୂତନ ଗୃହ ଉଦଘାଟନ କରିବା ସହ ଶିଶୁମାନଙ୍କୁ ଫଳ ବିତରଣ କରିଥିଲେ । ଆଜି ପବିତ୍ର ସରସ୍ୱତୀ ପୂଜା ହୋଇଥିବାରୁ ଏହି କେନ୍ଦ୍ରରେ ସେ କୋମଳମତି ଶିଶୁମାନଙ୍କୁ ‘ଖଡ଼ି ଛୁଆଁଇ’ ସେମାନଙ୍କର ବିଦ୍ୟାରମ୍ଭ କରାଇଥିଲେ । ସମ୍ବଲପୁର ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ ‘ଗୋଷ୍ଠୀ କେନ୍ଦ୍ର’ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଥିଲା । ଖିଣ୍ଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଏଥିସହ ବୀର ସୁରେନ୍ଦ୍ର ସାଏଙ୍କ ଦାୟାଦମାନଙ୍କୁ ଭେଟି ସେମାନଙ୍କର ଆଶୀର୍ବାଦ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ, ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 19, 2026, 5:20 AM
 

SSW
Overcast
24°C
1 m/s
Apparent: 29°C
Pressure: 1012 mb
Humidity: 95%
Winds: 1 m/s SSW
Windgusts: 6.4 m/s
UV-Index: 0
Precip.: 2.5mm /55% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

March 18, 2026
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

March 18, 2026
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom