• Latest
  • Trending

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

Aug-17-2025 02:39 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Thursday, March 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

by M M
Aug-17-2025 02:39 AM IST
in ବଡ଼ ଖବର, ବିଶେଷ
0
510
SHARES
1.5k
VIEWS
Share on FacebookShare on Twitter

୧୯୪୭ରେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ହାସଲ କଲା । ସ୍ବାଧୀନତା ବେଳକୁ ଭାରତ ଏକ କଞ୍ଚାମାଲ ଯୋଗାଣକାରୀ ଦେଶରେ ପରିଣତ ହୋଇଥିଲା । ଦେଶରେ ଶିଳ୍ପ ହାତଗଣତି ସଂଖ୍ୟା ଥିଲା । ଦେଶ ଆମଦାନୀ ଉପରେ ନିର୍ଭରଶୀଳ ଥିଲା । ସ୍ୱାଧୀନତା ସମୟରେ, ଭାରତର ସାକ୍ଷରତା ହାର ୧୨% ଥିଲା । ଭାରତୀୟ ଲୋକଙ୍କ ଜୀବନ ପ୍ରାୟ ୩୨ ବର୍ଷ ଥିଲା।
ସ୍ବାଧୀନତା ବେଳେ ଭାରତର ଚିତ୍ର ଭିନ୍ନ ଥିଲା। ସେ ସମୟରେ ଖାଦ୍ୟର ଅଭାବ ଥିଲା । ଦୁର୍ଭିକ୍ଷ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ହଇଜା, ମହାମାରୀ, ବନ୍ୟା, ବାତ୍ୟା ହେଲେ/ ହଜାର ହଜାର ଲୋକଙ୍କ ଜୀବନ ଯାଉଥିଲା । ସ୍ବାଧୀନତାର 78 ବର୍ଷ ପରେ ଏସବୁ ଚିତ୍ର ବଦଳିଛି । ଭାରତ ଏବେ ବିକାଶ ପଥରେ ଆଗେଇ ଚାଲିଛି । ଦେଶ ସ୍ବାଧୀନତା ବେଳକୁ ମାତ୍ର ୧୮ଟି ଇଞ୍ଜିନିୟରିଂ କଲେଜ ଥିଲା । ଏବେ 6ହଜାରରୁ ଅଧିକ ଇଂଜିନିୟରିଂ କଲେଜ ରହିଛି । ସେତେବେଳେ ୫୦,୦୦୦ ଗ୍ରାମ ମଧ୍ୟରେ ବିଦ୍ୟୁତ୍‌ ପହଞ୍ଚି ନଥିଲା। ଏବେ 99 ପ୍ରତିଶତ ଗ୍ରାମରେ ବିଜୁଳି ପହଁଚିଯାଇଛି ।
୧୯୪୭ରେ ଭାରତର ଜିଡିପି ଥିଲା ୦.୧ ଟ୍ରିଲିୟନ ଡଲାର । ଏବେ ଭାରତର ଜିଡିପି ୪୦ ଗୁଣ ବୃଦ୍ଧି ପାଇ ୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଭାରତର ଜନସଂଖ୍ୟା ଦେଶ ସ୍ବାଧୀନତା ବେଳେ ୩୦ କୋଟି ଥିଲା । ଏବେ ପାଂଚଗୁଣ ବୃଦ୍ଧିପାଇ ୧୫୦ କୋଟିରେ ପହଁଚିଛି । ସେ ସମୟରେ ପ୍ରତି ବ୍ୟକ୍ତିଙ୍କ ଆୟ ୩୦୦ ଡଲାର ଥିଲା । ଏବେ ପ୍ରତି ବ୍ୟକ୍ତିଙ୍କ ହାରାହାରୀ ଆୟ ଆଠ ଗୁଣ ବୃଦ୍ଧି ପାଇ ୨,୪୦୦ ଡଲାର ହୋଇଛି। ଦେଶର ରପ୍ତାନି ୧୫ ବିଲିୟନରୁ ବୃଦ୍ଧି ପାଇ ୬୫୦ ବିଲିୟନ ଡଲାର ହୋଇଛି। ଖାଦ୍ୟଶସ୍ୟ ଉତ୍ପାଦନ ୫୦ ମିଲିୟନ ଟନ୍‌ରୁ ବୃଦ୍ଧି ପାଇ ୩୧୦ ମିଲିୟନ ଟନ୍‌ (୬ ଗୁଣ) ହୋଇଛି । ସ୍ବାଧୀନତା ବେଳକୁ ଦଶ ଗ୍ରାମ ସୁନା 88 ଟଙ୍କା ଥିଲା ଆଜି ତାହା ଏକଲକ୍ଷ ପାର କରିଛି ।
ଦେଶର ସାକ୍ଷରତା ହାର ୧୨%ରୁ ବୃଦ୍ଧିପାଇ ୭୮%କୁ ବୃଦ୍ଧି ପାଇଛି । ଲୋକଙ୍କ ହାରାହାରୀ ବୟଷ ଏବେ ୬୭ ବର୍ଷ ଯାହାକୁ ଦୁଇ ଗୁଣ ବୃଦ୍ଧି ପାଇଛି । ଦେଶର ରାସ୍ତାର ଦୈର୍ଘ୍ୟ ୦.୨ ମିଲିୟନ କିଲୋମିଟରରୁ ୬.୩ ମିଲିୟନ କିଲୋମିଟର (୩୦ ଗୁଣ) ବୃଦ୍ଧି ପାଇଛି । ଦେଶର ବିଦ୍ୟୁତିକରଣ ୦.୩% ଗ୍ରାମ ଥିଲା ଏବେ ୯୭% ଗ୍ରାମକୁ (୩୦୦ ଗୁଣ) ପହଞ୍ଚିଛି। ଦେଶର ଶକ୍ତି କ୍ଷମତା ୧,୩୦୦ ଗିଗାୱାଟ୍‌ ଘଣ୍ଟାରୁ ୩୭୦,୦୦୦ ଗିଗାୱାଟ୍‌ ଘଣ୍ଟା (୩୦୦ ଗୁଣ) ହୋଇଛି। ଦେଶର ଯାନବାହନ ସଂଖ୍ୟା ୩୦ ଲକ୍ଷରୁ ୪୦ କୋଟି (୧୦୦ ଗୁଣ) ବୃଦ୍ଧିପାଇଛି । ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୨୭ରୁ ୧,୧୦୦ (୫୦ ଗୁଣ) ହୋଇଛି। ସ୍ବାଧୀନତା ସମୟରେ ଦେଶର ସର୍ବୋଚ୍ଚ ଟିକସ ସ୍ଲାବ୍‌ ୯୭% ପ୍ରତିଶତ ଥିଲା ତାହା ଏବେ ୪୨%କୁ କମିଛି।
ଦର୍ଶକବନ୍ଧୁ ସ୍ୱାଧୀନତା ପରେ ଭାରତ ସମାଜବାଦୀ ଆର୍ଥିକ ମଡେଲ ଗ୍ରହଣ କରି ଆଗେଇଚାଲିଥିଲା । ସରକାର ଇସ୍ପାତ, ଶକ୍ତି ଏବଂ ଭାରୀ ଶିଳ୍ପରେ ପୁଞ୍ଜି ନିବେଶ କରିଥିଲେ । ୧୯୬୦ ଏବଂ ୧୯୭୦ ଦଶକରେ ସବୁଜ ବିପ୍ଳବରେ କୃଷି ଉତ୍ପାଦନକୁ ବୃଦ୍ଧି କରାଯାଇଥିଲା । ଦେଶରେ ବେସରକାରୀ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁନଥିଲା । ସେଥିପାଇଁ ଭାରତର ଜିଡିପି ବୃଦ୍ଧି ବାର୍ଷିକ ୩-୪% ରେ ଅଟକି ରହିଥିଲା ।
୧୯୯୧ ମସିହାରେ ଭାରତ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ବୈଦେଶିକ ମୁଦ୍ରା ଭଣ୍ଡାର ୧ ବିଲିୟନ ଡଲାରକୁ ଖସି ଆସିଥିଲା । ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଭାରତ ଉଦାରୀକରଣ ସଂସ୍କାର ଆରମ୍ଭ କରିଥିଲା। ଯାହା ଫଳରେ ଦେଶରେ ବିଦେଶୀ ପୁଞ୍ଜି ଆସିଥିଲା । ବିଦେଶୀ ଶିଳ୍ପପତିମାନେ ଆସି ଶିଳ୍ପରେ ଟଙ୍କା ନିବେଶ କରିଥିଲେ । ଲାଇସେନ୍ସ ରାଜ ବିଲୋପ କରାଯାଇଥିଲା । ବାଣିଜ୍ୟ ପ୍ରତିବନ୍ଧକ ହଟାଯାଇଥିଲା । ଦେଶର ଅର୍ଥନୀତିକୁ ବୈଦେଶିକ ନିବେଶ ପାଇଁ ଖୋଲା ଯିବା ପରେ ଦେଶର ଚିତ୍ର ବଦଳିଥିଲା। ଟେଲିକମ୍, ବ୍ୟାଙ୍କିଙ୍ଗ ଏବଂ ଉତ୍ପାଦନରେ ଭାରତ ଅଗ୍ରଗତି ହାସଲ କରିଥିଲା । ୧୯୯୧ ରୁ ୨୦୦୦ ମଧ୍ୟରେ ଜିଡିପି ବୃଦ୍ଧି ହାର ୬%କୁ ବଢ଼ିଥିଲା ।
2000 ମସିହା ବେଳକୁ ଇନଫୋସିସ, ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ), ଏବଂ ଉଇପ୍ରୋ ଭଳି ଭାରତୀୟ କମ୍ପାନୀଗୁଡିକ ଆଗେଇ ଚାଲିଥିଲେ । ଆଇଟି ଏବଂ ବିଜନେସ ପ୍ରୋସେସ ଆଉଟସୋର୍ସିଂ (ବିପିଓ) ଶିଳ୍ପଗୁଡିକ ବୃଦ୍ଧି ପାଇଥିଲା । ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେ ଭଳି ସହରଗୁଡିକୁ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ ହୋଇଥିଲା ।
୨୦୨୫ ସୁଦ୍ଧା, ଭାରତର ଆଇଟି ଶିଳ୍ପ ବାର୍ଷିକ ୩୦୦ ବିଲିୟନ ଡଲାରରୁ ଅଧିକ ରାଜସ୍ୱ ସୃଷ୍ଟି କରୁଛି । ପ୍ରାୟ ୬ ନିୟୁତ ପେଷାଗତଙ୍କୁ ନିଯୁକ୍ତି ଦେଇଛି ।
୨୦୨୫ ସୁଦ୍ଧା, ସେବା କ୍ଷେତ୍ର ଭାରତର ଜିଡିପିର ୫୦% ରୁ ଅଧିକ ଯୋଗଦାନ କରୁଛି । ୟୁପିଆଇ ଦ୍ୱାରା ଡିଜିଟାଲ ପେମେଣ୍ଟ ରେକର୍ଡ କରିଛି । ୨୦୧୬ରେ ଆରମ୍ଭ ହୋଇଥିବା ୟୁପିଆଇ ବର୍ତ୍ତମାନ ବିଶ୍ୱର ଆର୍ଥିକ କାରବାରର ୫୦% ରୁ ଅଧିକ ପରିଚାଳନା କରୁଛି ।
ଭାରତର ଔଷଧ ଶିଳ୍ପ, ବିଶ୍ୱର ୨୦% ଜେନେରିକ ଔଷଧ ଉତ୍ପାଦନ କରୁଛି । ଭାରତ ଏବେ ଶହେରୁ ଅଧିକ ଦେଶଗୁଡିକୁ ଔଷଧ ଯୋଗାଉଛି । ଦେଶରେ ଅଟୋମୋବାଇଲ ଶିଳ୍ପ ୨୦୨୫ ସୁଦ୍ଧା, ଜିଡିପିର ୧୭% ଯୋଗଦାନ କରୁଛି । ଟାଟା ମୋଟର୍ସ ଏବଂ ମହୀନ୍ଦ୍ରା ଭଳି କମ୍ପାନୀଗୁଡିକ ବିଶ୍ୱସ୍ତରୀୟ ବ୍ୟବସାୟ କରି ଲାଭବାନ ହେଉଛନ୍ତି ।
ଦେଶରେ ହାଇୱେ, ବନ୍ଦର, ବିମାନବନ୍ଦର ଏବଂ ଉଚ୍ଚଗତି ରେଳ ଭିତ୍ତିଭୂମି ବୃଦ୍ଧି ପାଇଛି । ଡିଜିଟାଲ ଇଣ୍ଡିଆରେ ଶହେ କୋଟିରୁ ଅଧିକ ଲୋକ ଅନଲାଇନ କିଣାବିକା କରୁଛନ୍ତି । ଇ-କମର୍ସ, ଫିନଟେକ ଏବଂ ଷ୍ଟାର୍ଟଅପ ବଢ଼ିବାରେ ଲାଗିଛି । ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମ, ବିଶ୍ୱରେ ତୃତୀୟ ବୃହତ୍ତମ। ଏବେ ଲକଲକ୍ଷ ଟପିଛି ।
ଭାରତ ପ୍ରାୟ ୪ ଟ୍ରିଲିୟନ ଡଲାରର ଜିଡିପି ସହିତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି । ୨୦୩୦ ସୁଦ୍ଧା ଜାପାନ ଏବଂ ଜର୍ମାନୀକୁ ଅତିକ୍ରମ କରି ତୃତୀୟ ବୃହତ୍ତମ ହେବାର ପୂର୍ବାନୁମାନ କରାଯାଇଛି। ଦେଶରେ ୪୦୦ ନିୟୁତରୁ ଅଧିକ ମଧ୍ୟବିତ୍ତ ଶ୍ରେଣୀ ଅଛନ୍ତି । ୱାଲମାର୍ଟ, ଆମାଜନ, ଫ୍ଲିପକାର୍ଟ ଭଳି କମ୍ପାନୀଗୁଡିକ ଭାରତର ବିଶାଳ ଗ୍ରାହକ ବଜାର ସୃଷ୍ଟି କରିଚାଲିଛନ୍ତି ।
ଭାରତ ଦିନେ ନିଜ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସଂଘର୍ଷ କରୁଥିଲା । ଆଜି ଭାରତ କୃଷି, ପ୍ରଯୁକ୍ତି, ଉତ୍ପାଦନରେ ବିଶ୍ୱରେ ଆଗରେ ରହିଛି । ଭାରତର ଯୁବ ଜନସଂଖ୍ୟା, ଗତିଶୀଳ ଉଦ୍ୟୋଗୀ ଇକୋସିଷ୍ଟମ ଏବଂ ରଣନୀତିକ ସଂସ୍କାର ସହିତ ଭାରତ ଆଗେଇଚାଲିଛି । ଆଜି ଭାରତ ମହାକାଶରେ ପହଁଚିଛି । ଚନ୍ଦ୍ରରେ ଅବତରଣ କରିଛି ।
ଦର୍ଶକବନ୍ଧୁ ଏସବୁ ଭିତରେ ଏବେ ଦେଶରେ ଅନେକ ଚ୍ୟାଲେଞ୍ଜ ରହିଛି। ଚାଷୀମାନେ ଏବେ ବି ଋଣରେ ବୁଡ଼ି ରହିଛନ୍ତି । କୋଟି କୋଟି ଯୁବକ ସ୍ନାତକ ଶେଷ ପରେ ଚାକିରି ପାଇଁ ବିଦେଶ ଅଭିମୁଖେ ଯାଉଛନ୍ତି । ଏବେ ବି ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ହେଉଛି । ଶିକ୍ଷା ବ୍ୟବସ୍ଥା ବିସ୍ତାର ହୋଇଛି, କିନ୍ତୁ ଗୁଣାତ୍ମକ , ରୋଜଗାର କ୍ଷମ ଶିକ୍ଷାର ଅଭାବ ରହିଛି । ଅନେକ ସଫଳତା ଭିତରେ ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନରେ ଆହୁରି ଅଧିକା ବିକାଶ କରିବାର ଆବଶ୍ୟକତା ରହିଛି । ଚାଷୀଙ୍କୁ ଆର୍ଥିକ ସୁରକ୍ଷା/ ଯୁବକଙ୍କୁ ଚାକିରି ଏବଂ ଗ୍ରାମାଞ୍ଚଳକୁ ଅଧିକ ସୁବିଧା ସୁଯୋଗ ମିଳିଲେ ଭାରତ ନିଶ୍ଚୟ ଏକ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ।

Share204Tweet128
M M

M M

ଆଜିର ପାଗ

Bhubaneswar
March 12, 2026, 3:52 PM
 

NNW
Mainly clear
36°C
1.3 m/s
Apparent: 29°C
Pressure: 1009 mb
Humidity: 87%
Winds: 1.3 m/s NNW
Windgusts: 9.5 m/s
UV-Index: 0
Precip.: 0mm /3% / Rain
Sunrise: 5:57 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom