• Latest
  • Trending
ରାଜା ବନାଉଥିଲେ ରାଜା ବନିବେ କି ?

ରାଜା ବନାଉଥିଲେ ରାଜା ବନିବେ କି ?

Aug-28-2025 06:17 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Friday, March 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ରାଜା ବନାଉଥିଲେ ରାଜା ବନିବେ କି ?

by M M
Aug-28-2025 06:17 PM IST
in Uncategorized
0
ରାଜା ବନାଉଥିଲେ ରାଜା ବନିବେ କି ?
491
SHARES
1.4k
VIEWS
Share on FacebookShare on Twitter

ମନୋରଞ୍ଜନ ମିଶ୍ର

ଆପଣମାନଙ୍କର ମନେ ଅଛି କି? ଚାଏ ପେ ଚର୍ଚା । ଆପଣମାନଙ୍କର ମନେ ଅଛି କି ଅବ କି ବାର ମୋଦି ସରକାର । ମନେ ଅଛି କି ଖେଲା ହବେ । ଏହି ସବୁ ଗୋଟିଏ ଗୋଟିଏ ସ୍ଲୋଗାନ ଯାହା ସାରା ଦେଶରେ ଏବଂ ରାଜ୍ୟରେ ରୋମାଂଚ ତିଆରି କରିଥିଲା । ଇଏ, ସେହି ପ୍ରଶାନ୍ତ କିଶୋର ଯିଏ ନରେନ୍ଦ୍ର ମୋଦିଙ୍କ 2014 ନିର୍ବାଚନ ବେଳେ ମୋଦିଙ୍କ ଚାବାଲା ନ୍ୟାରେଟିଭ୍ କୁ ଚା ପେ ଚର୍ଚାରେ ପରିଣତ କରିଥିଲେ । ମମତା ବାନାର୍ଜୀ ମୋଦିଙ୍କୁ ଚ୍ୟାଲେଂଜ ଦେଇ ଖେଲା ହବେ ସ୍ଲୋଗାନ ଦେଇଥିଲେ 2021 ମସିହା ନିର୍ବାଚନରେ ଆଉ ନିର୍ବାଚନ ଜିତିଥିଲେ । କିଏ ଏହି ପ୍ରଶାନ୍ତ କିଶୋର  । ଯିଏ କୁହନ୍ତି ମୁଁ ଯାହାକୁ ପରାମର୍ଶ ଦିଏ ସେ ରାଜା ହୋଇଯାଏ । ରାଜା ହେବା ବଡ଼ କଥା ନୁହେଁ ମୁଁ ଅନେକ ରାଜା ତିଆର କରିଛି ।

ମୋ  ପରାମର୍ଶରେ କାମ କରି  ୧୦ଜଣ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଜିତିବା ଏକ କଳା । ଆଉ ସେହି କଳାର ରଣନୀତି ମୋତେ ବେଶ ଭଲଭାବେ ଜଣା । ଏହା କହିଛନ୍ତି ନିର୍ବାଚନ ରଣନୀତିକାର ତଥା ଜନସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର । ତାଙ୍କ କହିବା କଥା ସେ  ନରେନ୍ଦ୍ର ମୋଦୀ , ନୀତୀଶ କୁମାର , ଅମରିନ୍ଦର ସିଂହ , ଏମ୍.କେ. ଷ୍ଟାଲିନ୍  ଓ ଯଗନ୍ ମୋହନ ରେଡ୍ଡି ଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାରେ ରଣନୀତି କରିଛନ୍ତି । ଏହା ତାଙ୍କର ରାଜନୈତିକ ପ୍ରଭାବକୁ ପ୍ରମାଣିତ କରିଛି । ପ୍ରଶାନ୍ତ କିଶୋର କହୁଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ନୁହେଁ, ବରଂ ବିହାରର ସ୍ୱପ୍ନ ପୂରଣ କରିବା ପାଇଁ କାମ କରୁଛି।” ଏ ହେଉଛନ୍ତି ସେହି ପ୍ରଶାନ୍ତ କିଶୋର । ଯିଏ ଭାରତର ନିର୍ବାଚନକୁ ମୋଠାରୁ, ଆପଣଙ୍କଠାରୁ, ଏଭଳିକି ନେତାମାନଙ୍କଠାରୁ ଭଲ ଭାବେ ବୁଝିଛନ୍ତି । କେମିତି ନିର୍ବାଚନ ଲଢ଼ାଯିବା ଉଚିତ । କିଭଳି ଥ୍ରିଡି ରାଲି କରାଯିବା ଜରୁରୀ । ନେତା କିଭଳି ରାଲି କୋଉଠି କରିବେ । କଣ କହିବେ । କଣ ସ୍ଲୋଗାନ ଦେବେ  । କୋଉ ବର୍ଗର, ଜାତିର, ଧର୍ମର ଲୋକମାନଙ୍କ ପାଇଁ କେମିତିକା ଭାଷଣ ଦେବେ  । ଗାଟିଏ ଧାଡ଼ିରେ ଏକ ବଡ଼ କ୍ୟାମ୍ପେନ ତିଆରି କରିହେବ । କୋଟି କୋଟି ଲୋକଙ୍କ ଡାଟାକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି, ସେମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି , ନେତାଙ୍କ ରଣନୀତି ତିଆର ହେବ । ଆଉ ନିର୍ବାଚନ ଜିତାଯିବ । ରାଲି , ସ୍ଲୋଗାନ ସବୁଥିରେ ପ୍ରଶାନ୍ତ କିଶୋର ଆଉ ତାଙ୍କ ଟିମଙ୍କର ରଣକୈାଶଳ କାମ କରିବ । ଗତ 15 ବର୍ଷ ଧରି ଭାରତ ବର୍ଷର ରାଜନୀତିକୁ ପ୍ରଭାବିତ କରି ଦଳକୁ ଜିତାଇବା, ମୁଖ୍ୟମନ୍ତ୍ରୀ ବନାଇବା , ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ଜଣେ ବଡ଼ ରଣନୀତିକାର ହୋଇ ତାଙ୍କ ବିଜୟକୁ ସୁନିଶ୍ଚିତ କରିବା ପଛରେ ପ୍ରଶାନ୍ତ କିଶୋର ଆଉ ତାଙ୍କ କଂପାନି ଆଇ ପ୍ୟାକର ଏକ ବଡ଼ ଭୂମିକା ରହିଥିଲା । ଏବେ ନେତା ବନାଇଥିବା ଲୋକ , ନିଜେ ନେତା ବନିବାକୁ ଚାହୁଁଛନ୍ତି । ଡାଟାକୁ ଆନାଲିସିସ କରି ସେହି ଆଧାରରେ ନେତାଙ୍କୁ ପରାମର୍ଶ ଦେଇ ନିର୍ବାଚନ ଜିତାଉଥିବା ପ୍ରଶାନ୍ତ କିଶୋର ଏବେ ବିହାର କୁ ପରିବର୍ତ୍ତନ କରିବା ପାଇଁ ଜନ ସୁରାଜ ପାର୍ଟି ଗଠନ କରିଛନ୍ତି । ଏହି ପାର୍ଟି ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଏନଡିଏ ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କ ପାଇଁ ଅଡ଼ୁଆ ତିଆରି କରିଛି । ବିହାର ନିର୍ବାଚନରେ ଉଭୟ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧିଙ୍କ ପ୍ରଭାବ ରହିଛି । ଏହି  ପ୍ରଦେଶର ନିର୍ବାଚନ ଦିଲ୍ଲୀର ରାଜଗାଦୀ ଉପରେ ଏକ ଜବରଦସ୍ତ ପ୍ରଭାବ ସୃଷ୍ଟି କରିବ । ଏତିକି ବେଳେ ପ୍ରଶାନ୍ତ କିଶୋର ବିହାର ରାଜନୀତିର ଗଣିତକୁ ବିଗାଡ଼ି ଦେଇଛନ୍ତି । ଜାତି, ବର୍ଣ୍ଣ ଆଉ ଧର୍ମର ଉର୍ଧ୍ବରେ ରହି ଶିକ୍ଷା ଆଉ ବେରୋଜଗାରୀ ହଟାଇବା ପାଇଁ ସେ ଭୋଟ ମାଗୁଛନ୍ତି । ତାଙ୍କ ସଭାରେ ଭିଡ଼ ଜମୁଛି । ଲୋକ ତାଙ୍କ କଥା ଶୁଣୁଛନ୍ତି । ଆଉ ସେ ବିହାରକୁ ବଦଳାଇଦେବେ ବୋଲି କହୁଛନ୍ତି । 40 ପ୍ରତିଶତ ହିନ୍ଦୁ ଭୋଟ ଆଉ 20 ପ୍ରତିଶତ ମୁସଲିମ ଭୋଟ ଯଦି ମିଳିଯାଏ ତେବେ ତାଙ୍କ ଦଳ ବିହାରରେ ସରକାର ଗଠନ କରିବ ବୋଲି ସେ ଆଶା କରୁଛନ୍ତି ।

ଯେଉଁ ନୀତିଶ କୁମାରଙ୍କୁ ସେ ଜିତିବା ପାଇଁ ରଣକୈାଶଳ ପ୍ରଦାନ କରି ଭୋଟ ରାଜନୀତିର ପରାମର୍ଶଦାତା ବନିଥିଲେ । ସେହି ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋର ଆଜି ଚ୍ୟାଲେଂଜ ଦେଉଛନ୍ତି । ଆଉ କହୁଛନ୍ତି ସେ ଦୁର୍ବଳ ହୋଇଗଲେଣି । ବୁଢ଼ା ହୋଇଗଲେଣି । ନୀତିଶ କୁମାରଙ୍କ ହାତରେ ବିହାର ସୁରକ୍ଷିତ ନୁହେଁ । ଦିଲ୍ଲୀରେ ଯେପରି ଆମ ଆଦମୀ ପାର୍ଟିର ଅଭ୍ୟୁଦୟ ହୋଇଥିଲା । ନୁଆ ଆଶା ସୃଷ୍ଟି କରିଥିଲେ ଅରବିନ୍ଦ କେଜରିଓ୍ବାଲ । ସେହିଭଳି ବିହାରରେ ପ୍ରଶାନ୍ତ କିଶୋର ନୂଆ ଉଦ୍ଦିପନା ସୃଷ୍ଟି କରୁଛନ୍ତି । ବିହାରୀ ଲୋକ ରାଜ୍ୟ ଛାଡି ମହାରାଷ୍ଟ୍ର ତାମିଲନାଡୁ, ତଥା ଅନ୍ୟ ପ୍ରଦେଶରେ କାମ କରୁଛନ୍ତି । ପ୍ରଶାନ୍ତ କିଶୋର କହୁଛନ୍ତି ମୁଁ ଏଭଳି ଏକ ଶାସନ ବ୍ୟବସ୍ଥା ଦେବି ଯେଉଁଠି ଅନ୍ୟ ରାଜ୍ୟର ଲୋକ ଆସି ବିହାରରେ କାମ କରିବେ । ଗୁଣ୍ଡା, ଗର୍ଦି , ଦାରିଦ୍ୟ, ଅଶିକ୍ଷା ପାଇଁ ଦୁର୍ନାମ ମୁଣ୍ଡାଇଥିବା ବିହାରର ନକ୍ସାକୁ ମୁଁ ବଦଳାଇ ଦେବି । ରାଜନୀତିରେ ଆଶା ଓ ବିଶ୍ବାସ ସୃଷ୍ଟି କରିବା ଗୁରୁତ୍ବପୂର୍ର୍ଣ । ଯେଉଁ ନେତା ଯେତେ ସ୍ବପ୍ନ ଦେଖାଇପାରନ୍ତି ତାଙ୍କ ପାଇଁ ସେତେ ସମର୍ଥନ ମିଳେ । ଲୋକେ ଚାହୁଁଥିବା କଥାକୁ ବୈଜ୍ଞାନିକ ପ୍ରଣାଳିରେ ଆନାଲିସିସ କରି ରଣନୀତି ତିଆରି କରିବା ଏବେ ପ୍ରଶାନ୍ତ କିଶୋର ଆଉ ତାଙ୍କ ଟିମ ପାଇଁ ଏତେ କଷ୍ଟ କାମ ନୁହେଁ ।  ଆପଣ ମନେ କରିପାରନ୍ତି । ଏହା ରାଜନୀତିର ଏକ ନୂଆ ଏକସପିରିମେଣ୍ଟ । ଯେତେବେଳେ ଅନ୍ୟକୁ ନିର୍ଦେଶନା ଦେଇ, ଅନ୍ୟକୁ ହିରୋ ବନାଇ ଫିଲ୍ମକୁ  ସଫଳତା ଦେଇଥିବା ଡାଇରେକ୍ଟଟିଏ ନିଜେ ଫିଲ୍ମର ହିରୋ ବନିବାକୁ ଚାହୁଁଛନ୍ତି । ଫିଲ୍ମ ପ୍ଲପ୍ ହେବ କି ସୁପରହିଟ ହେବ ତାହା କେହି ଜାଣନାହାଁନ୍ତି ।

ବିହାରରେ ବୁଲି ବୁଲି ପ୍ରଶାନ୍ତ କିଶୋର ସ୍ଲୋଗାନ ଦେଉଛନ୍ତି

“ମୁଁ ଜୟ ବିହାର କହିଲେ, ତୁମେ ଜୟ ଜୟ ବିହାର କୁହ।”

“ଜନ ସୁରାଜକୁ ଭୋଟ ଦେଲେ ତୁମ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହେବ।”

“ନୀତୀଶ ବୁଢ଼ା ହୋଇଗଲେ, ଏବେ ତାଙ୍କୁ ଅବସର ଦେବାର ସମୟ।”

“ଆମର ମେଣ୍ଟ ବିହାରର ଜନତାଙ୍କ ସହ, ଯେଉଁମାନେ ପରିବର୍ତ୍ତନ ଚାହୁଁଛନ୍ତି।”

 

ପ୍ରଶାନ୍ତ କହୁଛନ୍ତି, ବିହାର ବିଧାନସଭାରେ ମୋଟ୍ ୨୪୩ଟି ଆସନ ଅଛି ।  ଜନ ସୁରାଜ୍ ୩୫ରୁ୪୦% ପ୍ରତିଶତ ଭୋଟ୍ ପାଇଲେ ସରକାର ଗଠନ କରିପାରିବ । ଆମର ପଦଯାତ୍ରା ପରେ ଏକ କୋଟିରୁ ଅଧିକ ସଦସ୍ୟ ଆମ ସହ ଯୋଡ଼ି ହୋଇଛନ୍ତି ।  ଯାହା ବିଜେପିର ୭୦ ଲକ୍ଷ ସଦସ୍ୟରୁ ଅଧିକ।” ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ଗଠନ ପରେ ବିହାରରେ ମଦ ନିଷେଧକୁ  ହଟାଇଦେବେ । ଯାହାଫଳରେ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆଦାୟ ହେବ  । ଏହି ଅର୍ଥ  ଶିକ୍ଷା ଓ ରୋଜଗାର ପାଇଁ ବ୍ୟବହାର ହେବ। ସେ ଆହୁରି କହିଛନ୍ତି ଆମେ ବିହାରକୁ ଏକ ଏମିତ ରାଜ୍ୟ କରିବୁ ।  ଯେଉଁଠିକି ଗୁଜରାଟ ଓ ମହାରାଷ୍ଟ୍ରର ଲୋକମାନେ କାମ ପାଇଁ ଆସିବେ।

ପ୍ରଶାନ୍ତ କିଶୋରଙ୍କ ଜୋରଦାର ପ୍ରଚାର  ଇଣ୍ଡିଆ ମେଂଟ ଏବଂ ଏନଡିଏ ମେଂଟ ପାଇଁ ବଡ଼ ଚ୍ୟାଲେଞ୍ଜ ଆଣିପାରେ ।  ଯଦି ତାଙ୍କ ଦଳକୁ କିଛି ପ୍ରତିଶତ ଭୋଟ ମିଳେ ତେବେ ବିହାରର ରାଜନୈତିକ ସମୀକରଣ ବଦଳିପାରେ । ୨୦୨୨ରୁ ପ୍ରଶାନ୍ତ କିଶୋର ‘ଜନ ସୁରାଜ୍’ ପଦଯାତ୍ରା ରେ  ୫,୦୦୦ରୁ ଅଧିକ କିଲୋମିଟର ବିହାରରେ ବୁଲିଛନ୍ତି ।  ଏହି ଯାତ୍ରାରେ ସେ ବିହାରର ସମସ୍ୟାଗୁଡ଼ିକୁ ଉଜାଗର କରୁଛନ୍ତି । ସୋସିଆଲ ମିଡିଆରେ ସେ  ବେକାରୀ, ଦାଦନ ଶ୍ରମିକ, ଶିକ୍ଷା ସମସ୍ୟା ଓ ଭ୍ରଷ୍ଟାଚାର ଉପରେ ନିତି ଦିନ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।

କଂଗ୍ରେସ, ଆରଜେଡି  ଓ ବିଜେପି ନେତାଙ୍କୁ ପ୍ରଶାନ୍ତ କିଶୋର ନିତିଦିନ ଟାର୍ଗେଟ କରୁଛନ୍ତି ।  ସେ କଂଗ୍ରେସକୁ ‘ଆରଜେଡିର ଛାଇ’ କହି ନିନ୍ଦା କରିଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି, “ବିହାରରେ ତାଙ୍କର କୌଣସି ସମ୍ମାନ ନାହିଁ। ସେ କେବଳ ତେଜସ୍ବୀଙ୍କ ପଛରେ ରହିଛନ୍ତି । ଆରଜେଡି ରେ “ଲାଲୁଙ୍କ ପରେ ରାବରୀ, ଏବେ ତେଜସ୍ୱୀ –  କେବଳ ପରିବାର ବ୍ୟବସାୟ ସେ କହିଛନ୍ତି ।

ବିଜେପି , ଆରଏସଏସକୁ ଟାର୍ଗେଟ କରି ସେ କହିଛନ୍ତି ବିଜେପି କେବଳ ମୁସଲିମଙ୍କ ପାଇଁ ନୁହେଁ-ହିନ୍ଦୁ ମାନଙ୍କ ପାଇଁ ମଧ୍ୟ ବିପଦ ।    ପ୍ରଶାନ୍ତଙ୍କ କହିବା କଥା “ନୀତୀଶଙ୍କ ପାର୍ଟି ୨୦ଟି ଆସନରୁ ଅଧିକ ଜିତିପାରିବ ନାହିଁ।”

 

ପ୍ରଶାନ୍ତଙ୍କ ଦାବି ଯଦି କିଛିମାତ୍ରାରେ ସତ ହୁଏ ତେବେ ନୀତିଶ ଏବଂ ତେଜସ୍ୱୀ ଯାଦବ ଏହାଦ୍ବାରା ବଡ଼ କ୍ଷତିରେ ପଡ଼ିବେ । ତାଙ୍କ ଦଳ ଯେଉଁଭଳି ମହିଳା, ଯୁବକ ଓ ଗରିବ, ଶ୍ରମିକଙ୍କ ସମସ୍ୟା କଥା କହୁଛି ତାହା ଭୋଟରଙ୍କୁ ଆକର୍ଷିତ କରିପାରେ ।

ପ୍ରଶାନ୍ତି କିଶୋର ପୁରା ହାଇଟେକ ଉପାୟରେ  ନିର୍ବାଚନ ପ୍ରଚାର କରୁଛନ୍ତି । ପ୍ରତିଦିନ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ପ୍ରତିଦିନ ଶୋଭାଯାତ୍ରା ଚାଲୁଛି । ହଜାର ହଜାର ଲୋକ ଖାଉଛନ୍ତି । ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ହେଉଛି ।

ହଜାର ହଜାର କିଲୋମିଟର ପଦ ଯାତ୍ରା କରି ପ୍ରଶାନ୍ତ କିଶୋର ବିହାର ଜନତାଙ୍କ ସହ ସିଧାସଳଖ ସଂପର୍କ ଗଢ଼ୁଛନ୍ତି। ବଡ଼ ଜନସଭା ବଦଳରେ ସେ ଗାଁ, ସ୍କୁଲ ଓ ବଜାରରେ ଛୋଟ ବୈଠକ କରୁଛନ୍ତି । ଲୋକଙ୍କ ଅଭିଯୋଗ ନୋଟବୁକରେ ଲେଖୁଛନ୍ତି ।  ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।

ଜେଏସପି ବିହାରର ଜାତିଗତ ରାଜନୀତିକୁ ମୁଦ୍ଦା କରିଛି । ପ୍ରଶାନ୍ତ କିଶୋର ବ୍ରାହ୍ମଣ , ପଛୁଆ, ଅତ୍ୟନ୍ତ ଗରିବ, ମୁସଲିମ, ଦଳିତଙ୍କୁ ନ୍ୟାୟ ଦେବାକଥା କହୁଛନ୍ତି ।

ପ୍ରଶାନ୍ତ କିଶୋରଙ୍କ ଦଳରେ ହଜାର ହଜାର ସ୍ୱେଚ୍ଛାସେବୀ କାମ କରୁଛନ୍ତି । ସେ ବିଶେଷଜ୍ଞଙ୍କୁ ନେଇ ରଣନୀତି କରୁଛନ୍ତି । ତାଙ୍କଦଳର ଛାତ୍ର ସଂଗଠନ ଗାଁ ଗାଁରେ ପ୍ରଚାର ପ୍ରସାର କରୁଛି । ପ୍ରଶାନ୍ତ କିଶୋର ଗାଁ ସ୍ତରରେ “ଜନ କମିଟି” ଗଠନ କରି ପ୍ରାର୍ଥୀ ଚୟନ ଓ ସମସ୍ୟା ଚିହ୍ନଟ କରିବାକୁ ନିର୍ଦେଶ ଦେଇଛନ୍ତି । ତାଙ୍କ ଦଳ ନାମରେ ଆପ ଅଛି । ଯେଉଁଥିରେ ଲୋକମାନେ ନିଜ ନିଜର ସମସ୍ୟା ଜଣାଉଛନ୍ତି । ସ୍ଥାନୀୟ  ସ୍ୱେଚ୍ଛାସେବୀ ମାନେ ସେମାନଙ୍କ ସମସ୍ୟା ସମାଧାନ କରୁଛନ୍ତି । ସବୁ ଅଭିଯୋଗକୁ ତାଙ୍କ ଦଳର ନେତାମାନେ ରିଅଲ-ଟାଇମରେ ଟ୍ରାକ୍ କରୁଛନ୍ତି ।

“ପିକେ ଯୁବ କ୍ଲବ” ମାଧ୍ୟମରେ ୨୫,୦୦୦ରୁ ଅଧିକ ଯୁବକ  ଦଳପାଇଁ ସୋସିଆଲ ମିଡିଆରେ କାମ କରୁଛନ୍ତି । ସୋସିଆଲ ମିଡିଆରେ ନୀତିଶ କୁମାରଙ୍କ ଶାସନ ଓ ତେଜସ୍ୱୀ ଯାଦବଙ୍କ ବଂଶବାଦୀ ରାଜନୀତିକୁ ଟାର୍ଗେଟ କରି, ହଜାର ହଜାର ପୋଷ୍ଟ ଦିନ ରାତି ପୋଷ୍ଟ ହେଉଛି । ଫେସବୁକ, ଏକ୍ସ, ୟୁଟ୍ୟୁବ,ଇନଷ୍ଟାଗ୍ରାମ, ହ୍ବାଟସ ଆପରେ  “ବିହାର ବଦଳାଓ” ବାର୍ତ୍ତା ଛାଇ ହୋଇଯାଇଛି । ନୀତୀଶଙ୍କ ବୟସ ଓ ଶାସନ ଅକ୍ଷମତାକୁ ନେଇ ମିମିକ୍ରି , ଓ ସମାଲୋଚନା ତୀବ୍ର ହୋଇଛି ।

ପ୍ରଶାନ୍ତ କିଶୋରଙ୍କ ଏହି ପ୍ରଚାର ଅଭିଯାନ ବିହାରରେ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ରଖିଛି । ଯାହା ଜାତିଗତ ରାଜନୀତିକୁ ଅତିକ୍ରମ କରି ଜନକେନ୍ଦ୍ରୀକ ଓ ନୀତିଗତ ଶାସନ ପ୍ରତିଷ୍ଠା ଦାବି କରୁଛି । ଏହି ଦାବି କେତେ ସତ ହେବ ତାହା ସମୟ କହିବ ।  ପ୍ରଶାନ୍ତ କିଶୋରଙ୍କ ଭିନ୍ନ ରଣନୀତି ଆଉ ଡିଜିଟାଲ ପ୍ରଚାର  ବିହାରରେ ତାଙ୍କ ଦଳ ପାଇଁ କେତେ ଭୋଟ କରିପାରୁଛି ତାହା ଅପେକ୍ଷା କରାଯାଇଛି ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 13, 2026, 9:28 PM
 

SSW
Partly cloudy
26°C
3.3 m/s
Apparent: 31°C
Pressure: 1009 mb
Humidity: 91%
Winds: 3.3 m/s SSW
Windgusts: 9.3 m/s
UV-Index: 0
Precip.: 0mm /0% / Rain
Sunrise: 5:56 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom