• Latest
  • Trending
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May-29-2025 08:47 AM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Thursday, March 5, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

by newsroom
May-29-2025 08:47 AM IST
in ବଡ଼ ଖବର, ବିଶେଷ
0
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ
491
SHARES
1.4k
VIEWS
Share on FacebookShare on Twitter

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସମାଜ ସିଙ୍ଗାପୁର(ଓ.ଏସ.ଏସ) ର ସହଯୋଗରେ ଆର.ଆର.ଇଭେଣ୍ଟସ ସିନେ ପ୍ରଡକ୍ସନ୍ସ (ଆର.ଆର.ଇ.ସି.ପି.)ଦ୍ବାରା ପ୍ରାୟୋଜିତ ଏହି ଉତ୍ସବକୁ କେନ୍ଦ୍ର କରି ଓଡ଼ିଶାଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ପ୍ରଶଂସାର ସୁଅ ଛୁଟିଥିବା ଲକ୍ଷ୍ୟ କରାଯାଇଛି। ଦେଶ ବାହାରେ ଓଲିଉଡ ପୁରସ୍କାର ପ୍ରଦାନ କରାଯିବାର ଏହା ଦ୍ଵିତୀୟ ଅବସର ଥିଲା। ଏହା ପୂର୍ବରୁ ଆର.ଆର.ଇ.ସି.ପି ଦ୍ବାରା ଗତବର୍ଷ ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଥର ପାଇଁ ପୁରସ୍କାର ବିତରଣ ଉତ୍ସବ ଦୁବାଇଠାରେ ଆୟୋଜନ କରାଯାଇଥିଲା।

ସିଙ୍ଗାପୁର ସମାରୋହର ବିଷୟ ବସ୍ତୁ ଥିଲା ବିଦେଶ ମାଟିରେ ଓଡ଼ିଆ ଅସ୍ମିତାକୁ ପରିଚିତ ଓ ପ୍ରତିଷ୍ଠିତ କରାଇବା। ଭାରତ ବାହାରେ ଓଡ଼ିଆ ସିନେମା ପୁରସ୍କାର ପ୍ରଦାନ କରି ଓଡ଼ିଶାର ଯୋଗ୍ୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ସମାରୋହର ଅସଲ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ଆର.ଆର.ଇ.ସି.ପିର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି।ଏହି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଆ ଅସ୍ମିତାର ସ୍ଵାକ୍ଷର ବହନ କରି ସିଙ୍ଗାପୁର ମାଟିରେ ଓଡ଼ିଶାର କଳା, ସଂସ୍କୁତି, ସଙ୍ଗୀତ, ନୃତ୍ୟ ଏବଂ ଅଭିନୟର ଯେଉଁ ଦିବ୍ୟ ଏବଂ ଭବ୍ୟ ଝଲକ ଦେଖିବାକୁ ମିଳିଲା ତାହା ଅନନ୍ୟ ଓ ଅଭୂତପୂର୍ବ ଥିଲା।ସିଙ୍ଗାପୁର ସମାରୋହର ବିଷୟ ବସ୍ତୁ ଥିଲା ବିଦେଶ ମାଟିରେ ଓଡ଼ିଆ ଅସ୍ମିତାକୁ ପରିଚିତ ଓ ପ୍ରତିଷ୍ଠିତ କରାଇବା। ଭାରତ ବାହାରେ ଓଡ଼ିଆ ସିନେମା ପୁରସ୍କାର ପ୍ରଦାନ କରି ଓଡ଼ିଶାର ଯୋଗ୍ୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ସମାରୋହର ଅସଲ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ଆର.ଆର.ଇ.ସି.ପିର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି।ଏହି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଆ ଅସ୍ମିତାର ସ୍ଵାକ୍ଷର ବହନ କରି ସିଙ୍ଗାପୁର ମାଟିରେ ଓଡ଼ିଶାର କଳା, ସଂସ୍କୁତି, ସଙ୍ଗୀତ, ନୃତ୍ୟ ଏବଂ ଅଭିନୟର ଯେଉଁ ଦିବ୍ୟ ଏବଂ ଭବ୍ୟ ଝଲକ ଦେଖିବାକୁ ମିଳିଲା ତାହା ଅନନ୍ୟ ଓ ଅଭୂତପୂର୍ବ ଥିଲା।

ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସିଙ୍ଗାପୁର ସ୍ଥିତ ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଆରେନା ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଗୁରୁତ୍ଵ ଓ ଗାରିମାକୁ ଦୃଷ୍ଟିରେ ରଖି ବିଶାଳକାୟ କ୍ୱାଣ୍ଟମ ଆରେନାକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ସମାବେଶରେ ଆର.ଆର.ଇ.ସି.ପିର ବରିଷ୍ଠ ପଦାଧିକାରୀ, ସିଙ୍ଗାପୁର ଓଡ଼ିଆ ସମାଜର ତୁଙ୍ଗ ନେତୃବର୍ଗ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ସିଙ୍ଗାପୁରଠାରେ ଅବସ୍ଥାପିତ ଶତାଧିକ ଓଡ଼ିଆ ଅଧିବାସୀ ସେମାନଙ୍କ ପରିବାର ଓ ପରିଜନଙ୍କ ସହିତ ଯୋଗ ଦେଇଥିଲେ । ଓଲିଉଡ ପୁରସ୍କାର ମହୋତ୍ସବ ପ୍ରଥମ ଥର ପାଇଁ ସିଙ୍ଗାପୁରଠାରେ ଆୟୋଜିତ ହେଉଥିବାରୁ ଏହାକୁ କେନ୍ଦ୍ର କରି ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅସୀମ ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟି ଗୋଚର ହୋଇଥିଲା। ସମଗ୍ର ପ୍ରେକ୍ଷାଳୟର ପରିବେଷ୍ଟନୀ ଉତ୍ସବ ମୁଖର ହୋଇ ଉଠିଥିଲା।

ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ମଞ୍ଚ ଉପରେ ପୁରସ୍କାର ଟ୍ରଫି ପ୍ରଦର୍ଶନ ପୂର୍ବକ ଫାଇଭ ଷ୍ଟାର ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ ଘଟିଥିଲା। ଏହା ପୂର୍ବରୁ ପହଲଗାମର ଆତଙ୍କବାଦୀ ଆକ୍ରମଣରେ ନିହତ ନାଗରିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଭାରତୀୟ ବ୍ୟାପାର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ କେ. ରାମମୂର୍ତ୍ତି, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଆକାଶ ଦାସ ନାୟକ, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ବୋଷ, କାଇଜେନ ଗ୍ରୁପର ପ୍ରତିଷ୍ଠାତା ସ୍ଵାଦିପ ଛୋଟରାୟ ଏବଂ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କ ସହିତ ମଞ୍ଚ ଉପରେ ଆୟୋଜକ ସଂସ୍ଥା ଆର.ଆର.ଇ.ସି.ପିର ଅଧ୍ୟକ୍ଷ ରମେଶ ବାରିକ, ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 5, 2026, 5:33 AM
 

N
Fog
22°C
0.7 m/s
Apparent: 29°C
Pressure: 1010 mb
Humidity: 93%
Winds: 0.7 m/s N
Windgusts: 9.1 m/s
UV-Index: 0
Precip.: 0mm /0% / Rain
Sunrise: 6:03 AM
Sunset: 5:52 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom