ଆପଲ ଫୋନ ୟୁଜରଙ୍କ ପାଇଁ ସତର୍କ ସୂଚନା I ଯେକୌଣସି ସମୟରେ ପଡିପାରନ୍ତି ବିପଦରେ I ଏକଥା ଆମେ କହୁନୁ, ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ପକ୍ଷରୁ ଏଭଳି ସୂଚନା ମିଳିଛି I
ଯଦି ଆପଣ iPhone, iPad କିମ୍ବା Mac ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ‘CERT-In’ ପକ୍ଷରୁ ଆପଲ୍ ଡିଭାଇସ୍ ବ୍ୟବହାରକାରୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି। ଆପଣଙ୍କ ଫୋନ୍ କିମ୍ବା ଲାପଟପ୍ରେ ଥିବା ସୁରକ୍ଷା ତ୍ରୁଟି ଯୋଗୁଁ ହ୍ୟାକର୍ସ ଆପଣଙ୍କ ଡାଟା ଚୋରି କରିପାରନ୍ତି। CERT-In ମାର୍ଚ୍ଚ ୧୯ ରେ ଏହି ସତର୍କ ସୂଚନା ଜାରି କରିଛି।
ରିପୋର୍ଟ ଅନୁଯାୟୀ, ଆପଲ୍ର ଅପରେଟିଂ ସିଷ୍ଟମରେ ଏକାଧିକ ଦୁର୍ବଳତା ଦେଖିବାକୁ ମିଳିଛି। ଏଥିରେ iPhone ଏବଂ iPad: iOS ଏବଂ iPadOS ର ପୁରୁଣା ଭର୍ସନ (ବିଶେଷ କରି 15.8.7, 16.7.5, 16.7.15 ଏବଂ 17.3 ରୁ ପୂର୍ବ ଭର୍ସନ) ସାମିଲ ରହିଛନ୍ତି। ସେହିପରି Mac ସିଷ୍ଟମ macOS ର 13.5, 14.2 ଏବଂ 14.3 ରୁ ପୂର୍ବ ଭର୍ସନ ପ୍ରତି ମଧ୍ୟ ବିପଦ ରହିଛି। ଏହି ସିଷ୍ଟମରେ ଥିବା ସାଫାରୀ ବ୍ରାଉଜର ମଧ୍ୟ ବିପଦମୁକ୍ତ ନୁହେଁ।
ଏହି ତ୍ରୁଟିର ସୁଯୋଗ ନେଇ ହ୍ୟାକର୍ସ ଦୂରରେ ରହି ମଧ୍ୟ ଆପଣଙ୍କ ଡିଭାଇସ୍ରେ ମଲିସିଅସ୍ କୋଡ୍ ଚଲାଇ ପାରିବେ। ଏହାଦ୍ୱାରା ଆପଣଙ୍କ ଗୁପ୍ତ ତଥ୍ୟ ଚୋରି ହେବା ସହ ଫୋନ୍ କିମ୍ବା କମ୍ପ୍ୟୁଟରର ନିୟନ୍ତ୍ରଣ ଅନ୍ୟ ହାତକୁ ଚାଲିଯିବାର ଆଶଙ୍କା ରହିଛି। ଏପରି ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)









