• Latest
  • Trending
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
odisha.newsroom.in

ବିଧାୟକଙ୍କ ବିବାଦୀୟ ବୟାନ: ଆମେ VIP, ଧାଡ଼ିରେ ଛିଡ଼ାହୋଇପାରିବୁନି

Mar-26-2026 06:38 PM IST
odisha.newsroom.in

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

Mar-26-2026 05:56 PM IST
odisha.newsroom.in

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ…ସୋମବାର ଖୋଲିବ

Mar-26-2026 05:34 PM IST
ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

Mar-26-2026 05:24 PM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

by M M
Mar-27-2026 11:46 AM IST
in ଦେଶ ବିଦେଶ, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଭାରତରେ ରାମ ନବମୀ ପର୍ବ ବହୁତ ଧୂମଧାମ ଏବଂ ଭକ୍ତିର ସହିତ ପାଳନ ହେଉଛି। ଏହା ହିନ୍ଦୁ ଧର୍ମର ଏକ ଅତି ପବିତ୍ର ପର୍ବ ଯାହା ଭଗବାନ ଶ୍ରୀରାମଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। ଏବର୍ଷ ରାମ ନବମୀ ମାର୍ଚ୍ଚ ୨୬ ତାରିଖରେ ପାଳନ ହେଉଛି। ଅଯୋଧ୍ୟାରେ କିନ୍ତୁ ଏହି ଉତ୍ସବ ମାର୍ଚ୍ଚ ୨୭ ତାରିଖରେ ବିଶେଷ ଭାବେ ପାଳନ ହେବ। ସାରା ଦେଶରେ ଲୋକେ ଖୁସି ଏବଂ ଉତ୍ସାହରେ ଏହି ପର୍ବ ମନାଉଛନ୍ତି।

ଅଯୋଧ୍ୟାରେ ବଡ଼ ଉତ୍ସବ:

ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟା ଏହି ସମୟରେ ଏକ ବିରାଟ ଆଧ୍ୟାତ୍ମିକ ଭୂମିରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଭକ୍ତ ଦୂର-ଦୂରାନ୍ତରୁ ଆସି ନୂଆ ଶ୍ରୀରାମ ମନ୍ଦିରରେ ରାମଲଲାଙ୍କୁ ଦର୍ଶନ କରୁଛନ୍ତି। ଏହି ପର୍ବର ସବୁଠୁ ଆକର୍ଷଣୀୟ ଘଟଣା ହେଉଛି ସୂର୍ଯ୍ୟ ତିଲକ। ଦିନ ୧୨ଟା ସମୟରେ ସୂର୍ଯ୍ୟର କିରଣ ସିଧା ରାମଲଲାଙ୍କ କପାଳରେ ପଡ଼ି ତିଲକ ଲଗାଇଥାଏ। ଏହି ଦୃଶ୍ୟ ଦେଖିବା ପାଇଁ ଭକ୍ତମାନଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳେ।

ଭକ୍ତମାନେ ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ କରନ୍ତି, ତାପରେ ମନ୍ଦିରକୁ ଯାଇ ପୂଜା କରନ୍ତି। ମନ୍ଦିର ଚାରିପାଖରେ ରଙ୍ଗୀନ ଆଲୋକ ଓ ଫୁଲ ସଜ୍ଜା ଯାଇଥାଏ । ଚାରିପାଖରେ ଭଜନ-କୀର୍ତନ, ରାମାୟଣ ପାଠ ଏବଂ ଭଜନ ଚାଲିଛି। ପୁରା ପରିବେଶ ରାମମୟ ଲାଗୁଛି । ଜୟ ଶ୍ରୀରାମ ନାରାରେ ପୁରା ଅଂଚଳ ଉଛୁଳି ପଡୁଛି।

ସାରା ଜଗତ ରାମମୟ :

ଅଯୋଧ୍ୟା ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ରାମ ନବମୀ ବହୁତ ଉତ୍ସାହରେ ପାଳନ ହେଉଛି। ଦିଲ୍ଲୀ, ବାରାଣସୀ, ଭଦ୍ରାଚଳମ୍, ରାମେଶ୍ୱରମ୍, ଓଡିଶା ଏବଂ ଅନ୍ୟାନ୍ୟ ସହରରେ ରାମ ମନ୍ଦିରଗୁଡ଼ିକରେ ବିଶେଷ ପୂଜା, ଅଭିଷେକ ଏବଂ ଆରତୀ ହେଉଛି। ବହୁ ସ୍ଥାନରେ ରଙ୍ଗୀନ ଶୋଭାଯାତ୍ରା ବାହାରୁଛି।

ଲୋକେ ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ନେଇ ଶୋଭାଯାତ୍ରାରେ ଯୋଗ ଦେଉଛନ୍ତି। ଘରେ ଘରେ ଲୋକେ ଉପବାସ ରଖୁଛନ୍ତି, ରାମାୟଣ ପଢ଼ୁଛନ୍ତି ଏବଂ ମିଠା ବାଂଟୁ ଛନ୍ତି। ମନ୍ଦିରଗୁଡ଼ିକରେ ଭକ୍ତିପୂର୍ଣ୍ଣ ଭଜନ ଏବଂ ଧାର୍ମିକ ପ୍ରବଚନ ଦିଆଯାଉଛି।

ରାମ ନବମୀ ଆମକୁ ମହାନ୍ ଶିକ୍ଷ ଦିଏ। ଭଗବାନ ଶ୍ରୀରାମ ସତ୍ୟ, ଧର୍ମ, କର୍ତ୍ତବ୍ୟ ଏବଂ ମର୍ଯ୍ୟାଦାର ପ୍ରତୀକ। ତାଙ୍କ ଜୀବନ ଆମକୁ ଶିଖାଏ ଯେ କିପରି ଜୀବନର ପ୍ରତି ପଦକ୍ଷେପରେ ଧର୍ମ ପାଳନ କରିବା ଉଚିତ୍।ଏହି ପର୍ବ ସମୟରେ ସାରା ଦେଶରେ ଶାନ୍ତି, ଭାଇଚାରା ଏବଂ ଭକ୍ତିର ବାତାବରଣ ସୃଷ୍ଟି ହୋଇଛି। ଲୋକେ ରାମ ନବମୀର ଶୁଭେଚ୍ଛା ଜଣାଉଛନ୍ତି।

Tags: ajodhyaosisharamanavami
Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 3:15 PM
 

SSW
Overcast
35°C
2.7 m/s
Apparent: 36°C
Pressure: 1005 mb
Humidity: 42%
Winds: 2.7 m/s SSW
Windgusts: 7 m/s
UV-Index: 4.1
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom