• Latest
  • Trending
ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Oct-16-2025 10:04 AM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Oct-20-2025 10:18 AM IST
ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

Oct-20-2025 09:53 AM IST
ଆଜିର ପାଣିପାଗ, କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା

ଆଜିର ପାଣିପାଗ, କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା

Oct-20-2025 07:18 AM IST
ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶିଫଳ

Oct-20-2025 07:00 AM IST
ପ୍ରଥମ ଦିନିକିଆରେ ହାରିଲା ଭାରତ: ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ନିରାଶ କ‌ଲେ ବିରାଟ-ରୋହିତ

ପ୍ରଥମ ଦିନିକିଆରେ ହାରିଲା ଭାରତ: ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ନିରାଶ କ‌ଲେ ବିରାଟ-ରୋହିତ

Oct-19-2025 07:46 PM IST
କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ

କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ

Oct-19-2025 07:30 PM IST
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି

Oct-19-2025 06:52 PM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

by M M
Oct-16-2025 10:04 AM IST
in ଦେଶ ବିଦେଶ, ବଡ଼ ଖବର
0
ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଏସିଆର ବୃହତ୍ତମ ଓ ବିଶ୍ବର ୨ୟ ବୃହତ୍ତମ ରେଳ ପ୍ରଦର୍ଶନୀ-୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫ର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀର ଶୀର୍ଷକ ରହିଛି “ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ”।

କେନ୍ଦ୍ରମନ୍ତ୍ରୀ ସମର୍ପିତ ଯାତ୍ରୀ କରିଡରଗୁଡ଼ିକର ବିକାଶ ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଏହି କରିଡରଗୁଡ଼ିକ ସର୍ବାଧିକ ୩୫୦ କିଲୋମିଟର ପ୍ରତି ଘଣ୍ଟା ବେଗ ଏବଂ ୩୨୦ କିଲୋମିଟର ପ୍ରତି ଘଣ୍ଟା ଗତି ପାଇଁ ଡିଜାଇନ୍ କରାଯାଇଛି। ସେ କହିଛନ୍ତି ଯେ ସରକାରଙ୍କ “ବିକଶିତ ଭାରତ” ପରିକଳ୍ପନାର ଅଂଶ ଭାବରେ ସାରା ଦେଶରେ ଏପରି ଅନେକ କରିଡର ନିର୍ମାଣ କରାଯିବ। ଏହି ପରିକଳ୍ପନା ୨୦୪୭ ସୁଦ୍ଧା ପ୍ରାୟ ୭,୦୦୦ କିଲୋମିଟର ସମର୍ପିତ ରୁଟ୍ ବିକଶିତ କରିବାର ଲକ୍ଷ୍ୟ ରଖିଛି। ଏହି କରିଡରଗୁଡ଼ିକ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସିଗନାଲିଂ ସିଷ୍ଟମ ଏବଂ ଆଧୁନିକ କାର୍ଯ୍ୟକ୍ଷମ ନିୟନ୍ତ୍ରଣ କେନ୍ଦ୍ର (ଏସିସି)ରେ ସଜ୍ଜିତ ହେବ।

କେନ୍ଦ୍ରମନ୍ତ୍ରୀ ଅମୃତ ଭାରତ ଟ୍ରେନଗୁଡ଼ିକର ଅଗ୍ରଗତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅମୃତ ଭାରତ ୨.୦ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିସାରିଛି ଓ ଏବେ ୩.୦ ସଂସ୍କରଣର ବିକାଶ କରାଯାଉଛି। ସେ କହିଥିଲେ ଯେ ଅମୃତ ଭାରତ ୪.୦ ରେ ପରବର୍ତ୍ତୀ ପିଢ଼ିର ଟ୍ରେନସେଟ୍ ଏବଂ ଲୋକୋମୋଟିଭ୍ ଅନ୍ତର୍ଭୁକ୍ତ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ୩୬ ମାସ ମଧ୍ୟରେ, ନୂତନ ପିଢ଼ିର ଯାତ୍ରୀବାହୀ ଲୋକୋମୋଟିଭର ଡିଜାଇନ୍ ଏବଂ ନିର୍ମାଣ କରାଯିବ ଏବଂ ସେଗୁଡ଼ିକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେବ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷ ହେଲା ରେଳବାଇର ଆଧୁନୀକୀକରଣ ଓ ସଂପ୍ରସାରଣ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି । ଏଥିପାଇଁ ବଜେଟକୁ ନିୟମିତଭାବେ ବୃଦ୍ଧି କରାଯାଉଛି । ଗତ ୧୧ ବର୍ଷରେ ୩୫୦୦୦ କିଲୋମିଟର ନୂଆ ଲାଇନ ସ୍ଥାପନ କରାଯାଇଛି ଓ ୪୬,୦୦୦ କିଲୋମିଟର ଲାଇନର ବିଦ୍ୟୁତକରଣ ସଂପୂର୍ଣ୍ଣ ହୋଇଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବି ଭାରତୀୟ ରେଳ ଏକ ପ୍ରମୁଖ ରପ୍ତାନିକାରୀରେ ପରିଣତ ହୋଇଛି। ଭରତରେ ଉତ୍ପାଦିତ ରେଳ ଇଂଜିନ ଆଫ୍ରିକା, ଅଷ୍ଟ୍ରେଲିଆ ଆଦି ଅନେକ ଦେଶକୁ ରପ୍ତାନି କରାଯାଉଛି ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏବେ ସାରା ଦେଶରେ ୧୫୬ଟି ବନ୍ଦେ ଭାରତ ସେବା, ୩୦ଟି ଅମୃତ ଭାରତ ସେବା ଏବଂ ୪ଟି ନମୋ ଭାରତ ରେଳସେବା କାର୍ଯ୍ୟକ୍ଷମ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪-୨୫ ମଧ୍ୟରେ ରେକର୍ଡ ୭,୦୦୦ କୋଚ୍, ପ୍ରାୟ ୪୨,୦୦୦ଟି ୱାଗନ ଏବଂ ୧,୬୮୧ଟି ଲୋକୋମୋଟିଭ୍ ଉତ୍ପାଦନ ହୋଇଛି। ଏହା ସହିତ, ଦେଶର ପ୍ରଥମ ୯,୦୦୦ ଅଶ୍ୱଶକ୍ତି ବିଶିଷ୍ଟ ବୈଦ୍ୟୁତିକ ଲୋକୋମୋଟିଭ୍ ଉଦଘାଟନ କରାଯାଇଛି ଓ ୧୨,୦୦୦ ଅଶ୍ୱଶକ୍ତି କ୍ଷମତା ବିଶିଷ୍ଟ ଲୋକୋମୋଟିଭ୍ ଏବେ କାର୍ଯ୍ୟକ୍ଷମ ଅଛି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରତିଦିନ ୨୦ ନିୟୁତରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଥିବା ଭାରତୀୟ ରେଳବାଇ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମାଲ ପରିବହନ ନେଟୱାର୍କରେ ପରିଣତ ହୋଇଛି, ଯାହା ଆମେରିକାକୁ ପଛରେ ପକାଇ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ସମର୍ପିତ ମାଲ ପରିବହନ କରିଡର ୯୯% ସମ୍ପୂର୍ଣ୍ଣ ହୋଇଛି। ଅମୃତ ଭାରତ ଷ୍ଟେସନ ପ୍ରକଳ୍ପ ଅଧୀନରେ, ଦେଶବ୍ୟାପୀ ୧୩୦୦ ରୁ ଅଧିକ ରେଳ ଷ୍ଟେସନ ପୁନଃବିକଶିତ ହେଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
October 21, 2025, 7:13 AM
 

NNE
Partly cloudy
25°C
1.1 m/s
Apparent: 31°C
Pressure: 1010 mb
Humidity: 97%
Winds: 1.1 m/s NNE
Windgusts: 8.5 m/s
UV-Index: 0
Precip.: 0mm /33% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

October 21, 2025
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

October 20, 2025
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

October 20, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom